ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସର ପ୍ରଚାର ଅଭିଯାନରୁ ‘ଜି-୨୩’ ବାଦ୍, ଷ୍ଟାର୍‌ ପ୍ରଚାର ତାଲିକାରେ ସୋନିଆ, ମନମୋହନ ଏବଂ ରାହୁଲ‌

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଏବଂ କେରଳ ଆଦି ୪ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ତେବେ ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ଚଳିତ ମାସ ଶେଷ ଭାଗରୁ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ନିର୍ବାଚନକୁ ନେଇ ଏବେ ସବୁଠୁ ଅଧିକ ଉଷ୍ଣତା ଦେଖାଯାଇଛି। ବିଗତ ୧୨ ବର୍ଷ ଧରି କ୍ଷମତାରେ ରହିଆସିଥିବା ତୃଣମୂଳ କଂଗ୍ରେସ ସହିତ ବିଜେପିର ଶକ୍ତ ଲଢେଇ ହେବାକୁ ଯାଉଥିବା […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଏବଂ କେରଳ ଆଦି ୪ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ତେବେ ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ଚଳିତ ମାସ ଶେଷ ଭାଗରୁ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ନିର୍ବାଚନକୁ ନେଇ ଏବେ ସବୁଠୁ ଅଧିକ ଉଷ୍ଣତା ଦେଖାଯାଇଛି। ବିଗତ ୧୨ ବର୍ଷ ଧରି କ୍ଷମତାରେ ରହିଆସିଥିବା ତୃଣମୂଳ କଂଗ୍ରେସ ସହିତ ବିଜେପିର ଶକ୍ତ ଲଢେଇ ହେବାକୁ ଯାଉଥିବା ବେଳେ ଉଭୟ ଦଳ ଏବେ ସବୁଠାରୁ ଅଧିକ ସକ୍ରିୟ ରହିଛନ୍ତି। ତେବେ ଏହି ନିର୍ବାଚନରେ ଲଢେଇ ପାଇଁ ବାମପନ୍ଥୀଙ୍କ ସହ କଂଗ୍ରେସ ମେଣ୍ଟ କରିଥିଲେ ହେଁ ଦଳୀୟ ପ୍ରଚାର ଅଭିଯାନକୁ ନେଇ କଂଗ୍ରେସ ଦଳ ପଛରେ ପଡ଼ିଛି ବୋଲି ରାଜନୈତିକ ମହଲରେ ଆଲୋଚିତ ହେଉଛି। ବର୍ତ୍ତମାନ କଂଗ୍ରେସ ଦଳରେ ସୃଷ୍ଟି ହୋଇଥିବା ଫାଟ ଦଳ ପାଇଁ କାଳ ହୋଇଥିବା ରାଜନୈତିକ ବିଶ୍ଲେଷଣକାରୀମାନେ କହିଛନ୍ତି। ଯାହାକି ଏବେ ପ୍ରଚାର ଅଭିଯାନକୁ ନେଇ ପ୍ରସ୍ତୁତ କରାଯାଇଥÒବା ଷ୍ଠାର ପ୍ରଚାରକ ତାଲିକାରୁ ସ୍ପଷ୍ଟ ହୋଇଛି ବୋଲି ଅନେକ ମତ ଦେଇଛନ୍ତି। ଦଳର ୨୩ ବରିଷ୍ଠ ତଥା ଅଭିଜ୍ଞ ନେତା ଏବେ ଏକପ୍ରକାର ଦଳରୁ କରଛଡ଼ା ଦେଇଥିବା ବେଳେ ସେମାନଙ୍କୁ ’ଜି-୨୩’ ଗୋଷ୍ଠୀ ଆଖ୍ୟା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

ତେବେ ସବୁଠାରୁ ବଡ଼ କଥା ହେଲା ଚଳିତ ନିର୍ବାଚନ ପ୍ରଚାରରେ ଏହି ଗୋଷ୍ଠୀ ଅନ୍ତର୍ଭୁକ୍ତ ସମସ୍ତ ନେତାଙ୍କୁ ବାଦ୍‌ ଦିଆଯାଇଛି। ଚଳିତ ମାସ ୨୭ ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସର ପ୍ରଚାର ଅଭିଯାନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ପଞ୍ଜାବର ପୂର୍ବତନ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି। ପରବର୍ତ୍ତୀ ସମୟରେ ଏହି ନିର୍ବାଚନ ପ୍ରଚାର ଅଭିଯାନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆସାମର ଜୋରହାଟ ଏୟାରବେସରେ ଭାରତୀୟ ବାୟୁସେନାର AN- 32 ଏୟାରକ୍ରାଫ୍ଟ କ୍ରାସ୍

ଏହାବ୍ୟତୀତ ପଶ୍ଚିମବଙ୍ଗରେ ଦଳୀୟ ପ୍ରଚାର ଅଭିଯାନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଷେକ ବନାର୍ଜୀ, ଅଧୀର ରଞ୍ଜନ ଚୌଧୁରୀ, ମାଲିକାର୍ଜୁନ ଖଡଗେ, ସଲମନ ଖୁର୍ସିଦ, ରଣଦୀପ ସୂର୍ଯ୍ୟବାଲା, ଦୀପେନ୍ଦ୍ର ହୁଧା ଏବଂ ପୂର୍ବତନ କ୍ରିକେଟିୟର ମହମ୍ମଦ ଆଝାରୁଦ୍ଦିନ ସାମିଲ ହୋଇପାରନ୍ତି ବୋଲି କୁହାଯାଇଛି।

ହେଲେ ଜି-୨୩ ଗୋଷ୍ଠୀରେ ରହିଥିବା ଦଳର ସବୁଠୁ ପ୍ରମୁଖ ଏବଂ ଅଭିଜ୍ଞ ନେତାମନେ ଏହି ପ୍ରଚାର ଅଭିଯାନରୁ ବାଦ୍‌ ପଡ଼ିବ ନିଶ୍ଚିତ ଭାବେ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ବିଶ୍ଳେଷଣକାରୀମାନେ ମତ ଦେଇଛନ୍ତି। ଦଳ ପାଇଁ ନିର୍ବାଚନ ଫଳାଫଳ ଯାହା ରହୁନା କାହିଁକି,ନିର୍ବାଚନ ବେଳେ ଦଳ ଏକାଠି ହୋଇନପାରିବା ଏବଂ ଦଳୀୟ କନ୍ଦଳ ସ୍ପଷ୍ଟ ହେବା ଭୋଟରମାନଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିବା ବୋଲି ସେମାନେ କହୁଛନ୍ତି। ଅସନ୍ତୁଷ୍ଟ ଗୋଷ୍ଠୀରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା,କପିଲ ଶିବଲ, ମନୀଷ ତିୱାରୀ ଏବଂ ଭୁପେନ୍ଦ୍ର ସିଂ ହୁଦାଙ୍କ ଭଳି ଅନେକ ପୁରୁଖା ନେତା ରହିଥÒବା ବେଳେ ସେମାନଙ୍କୁ ଏହି କାର୍ଯ୍ରକ୍ରମରୁ ବାଦ୍‌ ଦିଆଯିବା ଦଳୀୟ ସଫଳତା ପ୍ରତି ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ ବୋଲି ରାଜନୈତିକ ବିଶାରଦମାନେ ମତାମତ ଦେଇଛନ୍ତି।

13 Mar 2021 By The Sakala

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସର ପ୍ରଚାର ଅଭିଯାନରୁ ‘ଜି-୨୩’ ବାଦ୍, ଷ୍ଟାର୍‌ ପ୍ରଚାର ତାଲିକାରେ ସୋନିଆ, ମନମୋହନ ଏବଂ ରାହୁଲ‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଏବଂ କେରଳ ଆଦି ୪ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ତେବେ ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ଚଳିତ ମାସ ଶେଷ ଭାଗରୁ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ନିର୍ବାଚନକୁ ନେଇ ଏବେ ସବୁଠୁ ଅଧିକ ଉଷ୍ଣତା ଦେଖାଯାଇଛି। ବିଗତ ୧୨ ବର୍ଷ ଧରି କ୍ଷମତାରେ ରହିଆସିଥିବା ତୃଣମୂଳ କଂଗ୍ରେସ ସହିତ ବିଜେପିର ଶକ୍ତ ଲଢେଇ ହେବାକୁ ଯାଉଥିବା ବେଳେ ଉଭୟ ଦଳ ଏବେ ସବୁଠାରୁ ଅଧିକ ସକ୍ରିୟ ରହିଛନ୍ତି। ତେବେ ଏହି ନିର୍ବାଚନରେ ଲଢେଇ ପାଇଁ ବାମପନ୍ଥୀଙ୍କ ସହ କଂଗ୍ରେସ ମେଣ୍ଟ କରିଥିଲେ ହେଁ ଦଳୀୟ ପ୍ରଚାର ଅଭିଯାନକୁ ନେଇ କଂଗ୍ରେସ ଦଳ ପଛରେ ପଡ଼ିଛି ବୋଲି ରାଜନୈତିକ ମହଲରେ ଆଲୋଚିତ ହେଉଛି। ବର୍ତ୍ତମାନ କଂଗ୍ରେସ ଦଳରେ ସୃଷ୍ଟି ହୋଇଥିବା ଫାଟ ଦଳ ପାଇଁ କାଳ ହୋଇଥିବା ରାଜନୈତିକ ବିଶ୍ଲେଷଣକାରୀମାନେ କହିଛନ୍ତି। ଯାହାକି ଏବେ ପ୍ରଚାର ଅଭିଯାନକୁ ନେଇ ପ୍ରସ୍ତୁତ କରାଯାଇଥÒବା ଷ୍ଠାର ପ୍ରଚାରକ ତାଲିକାରୁ ସ୍ପଷ୍ଟ ହୋଇଛି ବୋଲି ଅନେକ ମତ ଦେଇଛନ୍ତି। ଦଳର ୨୩ ବରିଷ୍ଠ ତଥା ଅଭିଜ୍ଞ ନେତା ଏବେ ଏକପ୍ରକାର ଦଳରୁ କରଛଡ଼ା ଦେଇଥିବା ବେଳେ ସେମାନଙ୍କୁ ’ଜି-୨୩’ ଗୋଷ୍ଠୀ ଆଖ୍ୟା ଦିଆଯାଇଛି।

ତେବେ ସବୁଠାରୁ ବଡ଼ କଥା ହେଲା ଚଳିତ ନିର୍ବାଚନ ପ୍ରଚାରରେ ଏହି ଗୋଷ୍ଠୀ ଅନ୍ତର୍ଭୁକ୍ତ ସମସ୍ତ ନେତାଙ୍କୁ ବାଦ୍‌ ଦିଆଯାଇଛି। ଚଳିତ ମାସ ୨୭ ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସର ପ୍ରଚାର ଅଭିଯାନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ପଞ୍ଜାବର ପୂର୍ବତନ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି। ପରବର୍ତ୍ତୀ ସମୟରେ ଏହି ନିର୍ବାଚନ ପ୍ରଚାର ଅଭିଯାନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ଏହାବ୍ୟତୀତ ପଶ୍ଚିମବଙ୍ଗରେ ଦଳୀୟ ପ୍ରଚାର ଅଭିଯାନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଷେକ ବନାର୍ଜୀ, ଅଧୀର ରଞ୍ଜନ ଚୌଧୁରୀ, ମାଲିକାର୍ଜୁନ ଖଡଗେ, ସଲମନ ଖୁର୍ସିଦ, ରଣଦୀପ ସୂର୍ଯ୍ୟବାଲା, ଦୀପେନ୍ଦ୍ର ହୁଧା ଏବଂ ପୂର୍ବତନ କ୍ରିକେଟିୟର ମହମ୍ମଦ ଆଝାରୁଦ୍ଦିନ ସାମିଲ ହୋଇପାରନ୍ତି ବୋଲି କୁହାଯାଇଛି।

ହେଲେ ଜି-୨୩ ଗୋଷ୍ଠୀରେ ରହିଥିବା ଦଳର ସବୁଠୁ ପ୍ରମୁଖ ଏବଂ ଅଭିଜ୍ଞ ନେତାମନେ ଏହି ପ୍ରଚାର ଅଭିଯାନରୁ ବାଦ୍‌ ପଡ଼ିବ ନିଶ୍ଚିତ ଭାବେ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ବିଶ୍ଳେଷଣକାରୀମାନେ ମତ ଦେଇଛନ୍ତି। ଦଳ ପାଇଁ ନିର୍ବାଚନ ଫଳାଫଳ ଯାହା ରହୁନା କାହିଁକି,ନିର୍ବାଚନ ବେଳେ ଦଳ ଏକାଠି ହୋଇନପାରିବା ଏବଂ ଦଳୀୟ କନ୍ଦଳ ସ୍ପଷ୍ଟ ହେବା ଭୋଟରମାନଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିବା ବୋଲି ସେମାନେ କହୁଛନ୍ତି। ଅସନ୍ତୁଷ୍ଟ ଗୋଷ୍ଠୀରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା,କପିଲ ଶିବଲ, ମନୀଷ ତିୱାରୀ ଏବଂ ଭୁପେନ୍ଦ୍ର ସିଂ ହୁଦାଙ୍କ ଭଳି ଅନେକ ପୁରୁଖା ନେତା ରହିଥÒବା ବେଳେ ସେମାନଙ୍କୁ ଏହି କାର୍ଯ୍ରକ୍ରମରୁ ବାଦ୍‌ ଦିଆଯିବା ଦଳୀୟ ସଫଳତା ପ୍ରତି ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ ବୋଲି ରାଜନୈତିକ ବିଶାରଦମାନେ ମତାମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର