Viral Video: ୮୦ ବର୍ଷର ବୃଦ୍ଧା ମା’ଙ୍କୁ ବସଷ୍ଟାଣ୍ଡରେ ଛାଡି ପଳାଇଲା ଶିକ୍ଷକ ପୁଅ

Tapas Ranjan Nanda Picture
Published On

ସୋସିଆଲ ମିଡିଆରେ ଏବେ ଏକ ହୃଦୟବିଦାରକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଯେକୌଣସି ବ୍ୟକ୍ତିର ଆଖି ଓଦା ହୋଇଯିବ। ଘଟଣାଟି ମଧ୍ୟପ୍ରଦେଶର ମନ୍ଦସୌର ଅଞ୍ଚଳର ବୋଲି ଜଣାପଡିଛି। ଏଠାରେ ଜଣେ ୮୦ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ତାଙ୍କ ନିଜ ପୁଅ ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: Viral Video: ସୁନାମି ଭଳି ମାଟି ଫାଡ଼ି ବାହାରିଲା ପାଣି; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧା ଜଣକ ଏକ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡରେ ଛିଡା ହୋଇ ଫାନ୍ଦି ଫାନ୍ଦି କାନ୍ଦୁଛନ୍ତି। ତାଙ୍କ ଚେହେରାରେ ଭୟ ଏବଂ ଏକାକୀପଣ ସ୍ପଷ୍ଟ ବାରି ହୋଇପଡୁଛି। ସୂଚନା ଅନୁଯାୟୀ, ପାରିବାରିକ କଳହ ଏବଂ ବୋହୂର ଖରାପ ବ୍ୟବହାର ଯୋଗୁଁ ତାଙ୍କୁ ଘରୁ ବାହାର କରିଦିଆଯାଇଛି କିମ୍ବା ପରିବାର ଲୋକେ ଜାଣିଶୁଣି ତାଙ୍କୁ ରାସ୍ତାରେ ଛାଡି ଦେଇଛନ୍ତି। ବର୍ତ୍ତମାନ ସେ ନିଜ ଝିଅ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି।

ଭିଡିଓ ରେକର୍ଡ କରିଥିବା ବ୍ୟକ୍ତିଙ୍କ ଦାବି ଅନୁଯାୟୀ, ବୃଦ୍ଧାଙ୍କ ପୁଅର ନାମ ସୁରେଶ ଶର୍ମା ଏବଂ ସେ ଜଣେ ସ୍କୁଲ ଶିକ୍ଷକ। ଜଣେ ଶିକ୍ଷକ ହୋଇ ମଧ୍ୟ ନିଜ ଜନ୍ମକଲା ମା’ଙ୍କୁ ଏଭଳି ଅବସ୍ଥାରେ ଛାଡିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଲୋକେ ଏବଂ ନେଟିଜେନ୍ସ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସ୍ଥାନୀୟ ପ୍ରଶାସନ ନିକଟରେ ଦୋଷୀ ପୁଅ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp