ଆସାମ-ମିଜୋରାମ ସୀମାରେ ହିଂସା

The Sakala Picture
Published On

ଗୌହାଟୀ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌, ପ୍ରୟୋଗ ସହିତ ଗୁଳି ମଧ୍ୟ ଫୁଟିଥିବା ଜଣାପଡିଛି। ଏହି ହିଂସାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦାବି କରିଛନ୍ତି। […]

ଗୌହାଟୀ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌, ପ୍ରୟୋଗ ସହିତ ଗୁଳି ମଧ୍ୟ ଫୁଟିଥିବା ଜଣାପଡିଛି। ଏହି ହିଂସାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦାବି କରିଛନ୍ତି। ପଥର ଏବଂ ଗୁଳିମାଡ଼ରେ କଚ୍ଛାର ଜିଲ୍ଲାର ଏସ୍‌ପି ବୈଭବ ନିମ୍ବାଲକରଙ୍କ ସମେତ ୫୦ରୁ ଅଧିକ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଛି। ଏହି ଅଞ୍ଚଳ ଆସାମର କଚ୍ଛାର ଜିଲ୍ଲା ଏବଂ ମିଜୋରାମର କୋଲାସିବ ଜିଲ୍ଲାରେ ଆସୁଛି। ଏଠାରେ ସରକାରୀ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଆସାମ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଉଭୟେ ପରସ୍ପରକୁ ଦୋଷ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଅମିତ ଶାହା ଦୁଇ ଦିନ ତଳେ ମେଘାଳୟର ସିଲଂରେ କରିଥିବା ବୈଠକରେ ସୀମା ବିବାଦ ସମାଧାନ ଲାଗି ଉଭୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ପୁଲିସ ଏବଂ ନାଗରିକଙ୍କ ମଧ୍ୟରେ ହୋଇଥିବା ହିଂସାର ଏକ ଭିଡିଓ ସେୟାର କରି ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ସେ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଅନୁରୋଧ କରିଛନ୍ତି। ଆସାମ ପୁଲିସ ସାଧାରଣ ଲୋକଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ଏବଂ ଲାଠିମାଡ଼ କରିଥିଲା ବୋଲି ଜୋରମଥଙ୍ଗା ଅଭିଯୋଗ କରିଛନ୍ତି। ଏହାର ଜବାବରେ ଆସାମ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ମିଜୋରାମର କିଛି ଅସାମାଜିକ ବ୍ୟକ୍ତି ଆସାମର ସରକାରୀ ଅଧିକାରୀଙ୍କ ଉପରକୁ ପଥର ଫୋପାଡ଼ିବା ଦୁର୍ଭାଗ୍ୟଜନକ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଏହି ଅଧିକାରୀ ଆସାମର ଜମିରେ ଅତିକ୍ରମଣକୁ ରୋକିବା ଲାଗି ଲୈଲାପୁରରେ ମୁତୟନ ଥିଲେ। ତେବେ ଏହି ଘଟଣାକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟ୍ବିଟର୍‌ ଯୁଦ୍ଧ ଲାଗିଥିଲା। ପରେ ବିଶ୍ବ ଶର୍ମା ଟ୍ବିଟ୍‌ କରି ଜୋରମଥଙ୍ଗାଙ୍କ ସହ କଥା ହୋଇଥିବା କହିଥିଲେ। ରାଜ୍ୟ ସୀମାରେ ଶାନ୍ତି ସ୍ଥାପନା ଲାଗି ସହମତି ପ୍ରକାଶ କରିଥିଲେ। ଆବଶ୍ୟକ ପଡ଼ିଲେ ଆଇଜଲ୍‌ ଯାଇ କଥାହେବାକୁ କହିଥିଲେ। ଶର୍ମା ଅନ୍ୟ ଏକ ଟ୍ବିଟ୍‌ରେ କହିଥିଲେ ଯେ ଜୋରମଥଙ୍ଗା ଜି ପୋଷ୍ଟରୁ ପଛକୁ ନ ହଟିବା ପର୍ଯ୍ୟନ୍ତ ନାଗରିକ ହିଂସା ରୋକିବେ ନାହିଁ ବୋଲି କୋଲିସିବ ଏସପି କହିଛନ୍ତି। ଏଭଳି ସ୍ଥିତିରେ ସରକାର କେମିତି ଚାଲିବ। ପରେ ସେ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରି ଲେଖିଥିଲେ ଯେ ଆଶା କରୁଛୁ ଆପଣ ଖୁବଶୀଘ୍ର ମାମଲାରେ ଦଖଲ ଦେବେ। ଏହାର ଜବାବରେ ଜୋରମଥଙ୍ଗା ଟ୍ବିଟ କରି କହିଥିଲେ ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଇଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

ଏହା ପରେ ସୋମବାର ଆସାମ ପୁଲିସର ଦୁଇ କମ୍ପାନୀ ନାଗରିକଙ୍କ ସହ ମିଜୋରାମର ଭାରିଙ୍ଗଗଟେ ଅଟୋ ଷ୍ଟାଣ୍ଡ ନିକଟକୁ ଆସି ଲୋକଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ଗୁଳି ମାଡ କରିଥିଲା। ଏଠାରୁ ସିଆରପିଏଫ ଯବାନ ଏବଂ ମିଜୋରାମ ପୁଲିସକୁ ମଧ୍ୟ ତଡି ଦେଇଥିଲେ।
ସୂଚନାଯୋଗ୍ୟ ଯେ ଆସାମ ପୁଲିସ ସୀମାରୁ ଅତିକ୍ରମଣ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିବା ସମୟରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଗତ ୧୦ ତାରିଖରେ ଆସାମ ପୁଲିସ ଘଟଣାସ୍ଥଳକୁ ଯାଇଥିବାବେଳେ ଅଜ୍ଞାତ ଲୋକମାନେ ଆଇଇଡିରେ ଆକ୍ରମଣ କରିଥିଲେ। ଏହା ଉପରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ଉଭୟ ପକ୍ଷଙ୍କୁ ପୁଲିସ ମୁତୟନ କରିବାକୁ ପଡିଥିଲା।

27 Jul 2021 By The Sakala

ଆସାମ-ମିଜୋରାମ ସୀମାରେ ହିଂସା

ଗୌହାଟୀ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌, ପ୍ରୟୋଗ ସହିତ ଗୁଳି ମଧ୍ୟ ଫୁଟିଥିବା ଜଣାପଡିଛି। ଏହି ହିଂସାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦାବି କରିଛନ୍ତି। ପଥର ଏବଂ ଗୁଳିମାଡ଼ରେ କଚ୍ଛାର ଜିଲ୍ଲାର ଏସ୍‌ପି ବୈଭବ ନିମ୍ବାଲକରଙ୍କ ସମେତ ୫୦ରୁ ଅଧିକ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଛି। ଏହି ଅଞ୍ଚଳ ଆସାମର କଚ୍ଛାର ଜିଲ୍ଲା ଏବଂ ମିଜୋରାମର କୋଲାସିବ ଜିଲ୍ଲାରେ ଆସୁଛି। ଏଠାରେ ସରକାରୀ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଛି।

ଆସାମ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଉଭୟେ ପରସ୍ପରକୁ ଦୋଷ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଅମିତ ଶାହା ଦୁଇ ଦିନ ତଳେ ମେଘାଳୟର ସିଲଂରେ କରିଥିବା ବୈଠକରେ ସୀମା ବିବାଦ ସମାଧାନ ଲାଗି ଉଭୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ପୁଲିସ ଏବଂ ନାଗରିକଙ୍କ ମଧ୍ୟରେ ହୋଇଥିବା ହିଂସାର ଏକ ଭିଡିଓ ସେୟାର କରି ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ସେ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଅନୁରୋଧ କରିଛନ୍ତି। ଆସାମ ପୁଲିସ ସାଧାରଣ ଲୋକଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ଏବଂ ଲାଠିମାଡ଼ କରିଥିଲା ବୋଲି ଜୋରମଥଙ୍ଗା ଅଭିଯୋଗ କରିଛନ୍ତି। ଏହାର ଜବାବରେ ଆସାମ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ମିଜୋରାମର କିଛି ଅସାମାଜିକ ବ୍ୟକ୍ତି ଆସାମର ସରକାରୀ ଅଧିକାରୀଙ୍କ ଉପରକୁ ପଥର ଫୋପାଡ଼ିବା ଦୁର୍ଭାଗ୍ୟଜନକ।

ଏହି ଅଧିକାରୀ ଆସାମର ଜମିରେ ଅତିକ୍ରମଣକୁ ରୋକିବା ଲାଗି ଲୈଲାପୁରରେ ମୁତୟନ ଥିଲେ। ତେବେ ଏହି ଘଟଣାକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟ୍ବିଟର୍‌ ଯୁଦ୍ଧ ଲାଗିଥିଲା। ପରେ ବିଶ୍ବ ଶର୍ମା ଟ୍ବିଟ୍‌ କରି ଜୋରମଥଙ୍ଗାଙ୍କ ସହ କଥା ହୋଇଥିବା କହିଥିଲେ। ରାଜ୍ୟ ସୀମାରେ ଶାନ୍ତି ସ୍ଥାପନା ଲାଗି ସହମତି ପ୍ରକାଶ କରିଥିଲେ। ଆବଶ୍ୟକ ପଡ଼ିଲେ ଆଇଜଲ୍‌ ଯାଇ କଥାହେବାକୁ କହିଥିଲେ। ଶର୍ମା ଅନ୍ୟ ଏକ ଟ୍ବିଟ୍‌ରେ କହିଥିଲେ ଯେ ଜୋରମଥଙ୍ଗା ଜି ପୋଷ୍ଟରୁ ପଛକୁ ନ ହଟିବା ପର୍ଯ୍ୟନ୍ତ ନାଗରିକ ହିଂସା ରୋକିବେ ନାହିଁ ବୋଲି କୋଲିସିବ ଏସପି କହିଛନ୍ତି। ଏଭଳି ସ୍ଥିତିରେ ସରକାର କେମିତି ଚାଲିବ। ପରେ ସେ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରି ଲେଖିଥିଲେ ଯେ ଆଶା କରୁଛୁ ଆପଣ ଖୁବଶୀଘ୍ର ମାମଲାରେ ଦଖଲ ଦେବେ। ଏହାର ଜବାବରେ ଜୋରମଥଙ୍ଗା ଟ୍ବିଟ କରି କହିଥିଲେ ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଇଥିଲେ।

ଏହା ପରେ ସୋମବାର ଆସାମ ପୁଲିସର ଦୁଇ କମ୍ପାନୀ ନାଗରିକଙ୍କ ସହ ମିଜୋରାମର ଭାରିଙ୍ଗଗଟେ ଅଟୋ ଷ୍ଟାଣ୍ଡ ନିକଟକୁ ଆସି ଲୋକଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ଗୁଳି ମାଡ କରିଥିଲା। ଏଠାରୁ ସିଆରପିଏଫ ଯବାନ ଏବଂ ମିଜୋରାମ ପୁଲିସକୁ ମଧ୍ୟ ତଡି ଦେଇଥିଲେ।
ସୂଚନାଯୋଗ୍ୟ ଯେ ଆସାମ ପୁଲିସ ସୀମାରୁ ଅତିକ୍ରମଣ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିବା ସମୟରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଗତ ୧୦ ତାରିଖରେ ଆସାମ ପୁଲିସ ଘଟଣାସ୍ଥଳକୁ ଯାଇଥିବାବେଳେ ଅଜ୍ଞାତ ଲୋକମାନେ ଆଇଇଡିରେ ଆକ୍ରମଣ କରିଥିଲେ। ଏହା ଉପରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ଉଭୟ ପକ୍ଷଙ୍କୁ ପୁଲିସ ମୁତୟନ କରିବାକୁ ପଡିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର