ପଶ୍ଚିମବଙ୍ଗରେ ପୁଣି ହିଂସା: ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ମାଡ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା […]

କୋଲକାତା: ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା କରାଯାଉଛି।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଏହାପୂର୍ବରୁ, ରାମ ନବମୀ ଦିନ ପଶ୍ଚିମବଙ୍ଗର ହାୱଡା ସହରର କାଜିପଡା ଅଞ୍ଚଳରେ ହିଂସା ହୋଇଥିଲା। ରାମ ନବମୀ ଶୋଭାଯାତ୍ରା କାଜିପଡା ଅଞ୍ଚଳ ଦେଇ ଯାଉଥିବା ବେଳେ ହିଂସା ଘଟିଥିଲା। ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କିଛି ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲାଗିଯାଇଥିଲା। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ବଜରଙ୍ଗ ଦଳ ଭଳି ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ହାଓ୍ବାଡାରେ ହୋଇଥିବା ହିଂସା ଘଟଣାରେ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ହିଂସା ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

02 Apr 2023 By The Sakala

ପଶ୍ଚିମବଙ୍ଗରେ ପୁଣି ହିଂସା: ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ମାଡ

କୋଲକାତା: ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା କରାଯାଉଛି।

ଏହାପୂର୍ବରୁ, ରାମ ନବମୀ ଦିନ ପଶ୍ଚିମବଙ୍ଗର ହାୱଡା ସହରର କାଜିପଡା ଅଞ୍ଚଳରେ ହିଂସା ହୋଇଥିଲା। ରାମ ନବମୀ ଶୋଭାଯାତ୍ରା କାଜିପଡା ଅଞ୍ଚଳ ଦେଇ ଯାଉଥିବା ବେଳେ ହିଂସା ଘଟିଥିଲା। ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କିଛି ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲାଗିଯାଇଥିଲା। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ବଜରଙ୍ଗ ଦଳ ଭଳି ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ହାଓ୍ବାଡାରେ ହୋଇଥିବା ହିଂସା ଘଟଣାରେ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ହିଂସା ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର