ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିତାଡିତ ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

The Sakala Picture
Published On

ଲଣ୍ଡନ: ପଳାତକ ବ୍ୟବସାୟୀ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟା ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିତାଡିତ ହେବେ।  ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବା ବେଳେ ଏବେ ତାଙ୍କୁ ଉକ୍ତ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ […]

ଲଣ୍ଡନ: ପଳାତକ ବ୍ୟବସାୟୀ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟା ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିତାଡିତ ହେବେ।  ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବା ବେଳେ ଏବେ ତାଙ୍କୁ ଉକ୍ତ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି। ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଉକ୍ତ ଫ୍ଲାଟ୍‌ର  ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏହାର ଶୁଣାଣି କରି ଲଣ୍ଡନ ହାଇକୋର୍ଟ ବିଚାପତି ମ୍ୟେଥୁ ମାର୍ଶ କହିଛନ୍ତି, ମାଲ୍ୟାଙ୍କ ଉପରେ ସୁଇସ୍‌ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ହେଲେ ଏହାକୁ ଶୁଝିବା ପାଇଁ ତାଙ୍କୁ ଅଧିକ ସମୟ ଦେଇ ହେବ ନାହିଁ। ତେଣୁ ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯାଇ ପାରିବ ବୋଲି କହିଛନ୍ତି ବିଚାରପତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୂଚନା ଅନୁଯାୟୀ, ମଦ ସମ୍ରାଟ ବିଜୟ ମାଲ୍ୟା  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ଅନେତ ବ୍ୟାଙ୍କରୁ ୯୦୦୦ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି । ସଦାବେଳେ ରଙ୍ଗୀନ ମିଜାରରେ ରହୁଥିବା ମାଲ୍ୟା ପାର୍ଟି ଓ ମଦରେ ଭାସୁଥିଲେ । ବିଜୟ ମାଲ୍ୟା ୨୦୦୫ରେ କିଙ୍ଗଫିଶର ଏୟାରଲାଇନ୍ ଆରମ୍ଭ କରିଥିଲେ । ପରେ ପରେ କିଙ୍ଗଫିଶର କଳେବର ବଢ଼ାଇବା ପାଇଁ ୨୦୦୭ରେ ଦେଶର ପ୍ରଥମ କମ୍ ଭଡ଼ା ବିମାନ କମ୍ପାନୀ ଡେକ୍କନକୁ ବି କିଣି ନେଇଥିଲା । ଯାହାକି ମାଲ୍ୟାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍ ଥିଲା । ୫ ବର୍ଷ ଭିତରେ ମାଲ୍ୟାଙ୍କ କିଙ୍ଗଫିଶର ଏୟାରଲାଇନ୍ ବନ୍ଦ ହୋଇ ଯାଇଥିଲା । ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟ ପ୍ରାୟ ବନ୍ଦ ହୋଇଯାଇଥିଲା । ସ୍ଥିତି ବିଗିଡ଼ିବା ଦେଖି ଗୋଟିଏ ଋଣ ଶୁଝିବାକୁ ଆଉ ୨ଟି ଋଣ ନେଇ ଚାଲିଥିଲେ ମାଲ୍ୟା । ଧୀରେ ଧୀରେ ଋଣଭାରରେ ବୁଡ଼ି ଯାଉଥିବା ମାଲ୍ୟା ଦେଶ ଛାଡ଼ି ପଳାଇଥିଲେ ।  ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୨୦୧୭ ମେ’ ୯ରେ ଦୋଷୀ ଘୋଷଣା କରିଥିଲେ, କାରଣ ସେ ନିଜ ସମ୍ପତ୍ତିର ପୂରା ତାଲିକା କୋର୍ଟଙ୍କ ନିକଟରେ ଦାଖଲ କରି ନ ଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର