ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ହୋଇପାରନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

The Sakala Picture
Published On

ନୂଆଦିଲ୍ଲୀ: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରାର୍ଥୀ ବାଛିବାକୁ ଏନଡିଏ ଏବଂ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ହେବ । ଏନଡିଏ ପକ୍ଷରୁ […]

ନୂଆଦିଲ୍ଲୀ: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରାର୍ଥୀ ବାଛିବାକୁ ଏନଡିଏ ଏବଂ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ହେବ । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ଆଗରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦରଙ୍କ ନାଁ ରହିଛି ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ଅମିରନ୍ଦର ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ନିଜର ଏକ ନୂଆ ଦଳ ପଂଜାବ ଲୋକ କଂଗ୍ରେସ ସ୍ଥାପନ କରିଥିଲେ । ଏହି ଦଳ ବିଜେପି ସହ ମିଶି ପଂଜାବର ବିଧାନସଭା ନିର୍ବାଚନ ଲଢିଥିଲେ ବି ବିଶେଷ ସଫଳତା ପାଇପାରିନଥିଲା । କ୍ୟାପ୍ଟେନ ନିଜ ଦଳ ଲୋକ କଂଗ୍ରେସକୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତି କରିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୟାପ୍ଟେନ ଅମରିନ୍ଦରଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଅଛି । କୁହାଯାଉଛି ଯେ, ଦଳ ମିଶାଇବା ସହ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ । ସୂଚନାନୁସାରେ, କ୍ୟାପଟେନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ସେ ଚଳିତମାସ ଦ୍ୱିତୀୟ ସପ୍ତାହରେ ପଞ୍ଜାବ ଫେରିବେ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାୟୁଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ସମାପ୍ତ ହେବ । ଏହା ପୂର୍ବରୁ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ୫ ଜୁଲାଇରେ ବିଜ୍ଞପ୍ତି ଜାରି ହେବା ପରେ ୧୯ ଜୁଲାଇରେ ନାମାଙ୍କନ ଦାଖଲ ହେବ । ବିଜେପି କ୍ୟାପ୍ଟେନଙ୍କ ସାହାରାରେ ପଞ୍ଜାବରେ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରିଛି । କୃଷି ଆଇନକୁ ନେଇ ଶିଖ୍ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିଛନ୍ତି । ଶିଖ୍ ସମୁଦାୟଙ୍କ ସମର୍ଥନ ପାଇବା ପାଇଁ କ୍ୟାପ୍ଟେନ ଅମରିନ୍ଦରଙ୍କୁ ଚେହେରା କରୁଛି ବିଜେପି । ତେବେ ଯଦି କ୍ୟାପ୍ଟେନ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ଦ୍ୱନ୍ଦରେ ବିଜୟୀ ହେବେ । କାରଣ ଉପରାଷ୍ଟ୍ରପ୍ରତି ନିର୍ବାଚନରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦିଅନ୍ତି ଏବଂ ବିଜେପି ନେତୃତ୍ୱଧୀନ ଏନଡିଏ ପାଖରେ ଅଧିକ ସାଂସଦ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

02 Jul 2022 By The Sakala

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ହୋଇପାରନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରାର୍ଥୀ ବାଛିବାକୁ ଏନଡିଏ ଏବଂ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ହେବ । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ଆଗରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦରଙ୍କ ନାଁ ରହିଛି ।

ଅମିରନ୍ଦର ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ନିଜର ଏକ ନୂଆ ଦଳ ପଂଜାବ ଲୋକ କଂଗ୍ରେସ ସ୍ଥାପନ କରିଥିଲେ । ଏହି ଦଳ ବିଜେପି ସହ ମିଶି ପଂଜାବର ବିଧାନସଭା ନିର୍ବାଚନ ଲଢିଥିଲେ ବି ବିଶେଷ ସଫଳତା ପାଇପାରିନଥିଲା । କ୍ୟାପ୍ଟେନ ନିଜ ଦଳ ଲୋକ କଂଗ୍ରେସକୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତି କରିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୟାପ୍ଟେନ ଅମରିନ୍ଦରଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଅଛି । କୁହାଯାଉଛି ଯେ, ଦଳ ମିଶାଇବା ସହ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ । ସୂଚନାନୁସାରେ, କ୍ୟାପଟେନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ସେ ଚଳିତମାସ ଦ୍ୱିତୀୟ ସପ୍ତାହରେ ପଞ୍ଜାବ ଫେରିବେ ବୋଲି କୁହାଯାଉଛି ।

ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାୟୁଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ସମାପ୍ତ ହେବ । ଏହା ପୂର୍ବରୁ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ୫ ଜୁଲାଇରେ ବିଜ୍ଞପ୍ତି ଜାରି ହେବା ପରେ ୧୯ ଜୁଲାଇରେ ନାମାଙ୍କନ ଦାଖଲ ହେବ । ବିଜେପି କ୍ୟାପ୍ଟେନଙ୍କ ସାହାରାରେ ପଞ୍ଜାବରେ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରିଛି । କୃଷି ଆଇନକୁ ନେଇ ଶିଖ୍ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିଛନ୍ତି । ଶିଖ୍ ସମୁଦାୟଙ୍କ ସମର୍ଥନ ପାଇବା ପାଇଁ କ୍ୟାପ୍ଟେନ ଅମରିନ୍ଦରଙ୍କୁ ଚେହେରା କରୁଛି ବିଜେପି । ତେବେ ଯଦି କ୍ୟାପ୍ଟେନ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ଦ୍ୱନ୍ଦରେ ବିଜୟୀ ହେବେ । କାରଣ ଉପରାଷ୍ଟ୍ରପ୍ରତି ନିର୍ବାଚନରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦିଅନ୍ତି ଏବଂ ବିଜେପି ନେତୃତ୍ୱଧୀନ ଏନଡିଏ ପାଖରେ ଅଧିକ ସାଂସଦ ରହିଛନ୍ତି ।

https://www.thesakala.in/national-international/vice-presidential-election-captain-amarinder-singh-will-be-vice-president-candidate/article-12975
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର