ହକି ଇଣ୍ଡିଆ ଲିଗ୍‌: କଳିଙ୍ଗ ଲାନ୍ସର୍ସ ଦଳର ସମ୍ପୂର୍ଣ୍ଣ ମାଲିକାନା ହାସଲ କଲା ବେଦାନ୍ତ

The Sakala Picture
Published On

ନୂଆଦିଲ୍ଲୀ, ୦୪/୧୦/୨୦୨୪: ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଲିମିଟେଡ୍ ଦୀର୍ଘଦିନର ପ୍ରତିଶ୍ରୁତିକୁ ଦୃଢ଼ କରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ହକି ଦଳ କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବାକୁ ଘୋଷଣା କରିଛି । ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜାତୀୟ ରାଜଧାନୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ଅଧିଗ୍ରହଣ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି, କାରଣ ଓଡ଼ିଶା ଏପରି ଏକ କ୍ଷେତ୍ର ଭାବେ ଜଣାଶୁଣା, ଯେଉଁଠାରେ ବେଦାନ୍ତ ଦୁଇ […]

ନୂଆଦିଲ୍ଲୀ, ୦୪/୧୦/୨୦୨୪: ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଲିମିଟେଡ୍ ଦୀର୍ଘଦିନର ପ୍ରତିଶ୍ରୁତିକୁ ଦୃଢ଼ କରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ହକି ଦଳ କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବାକୁ ଘୋଷଣା କରିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜାତୀୟ ରାଜଧାନୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ଅଧିଗ୍ରହଣ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି, କାରଣ ଓଡ଼ିଶା ଏପରି ଏକ କ୍ଷେତ୍ର ଭାବେ ଜଣାଶୁଣା, ଯେଉଁଠାରେ ବେଦାନ୍ତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିଆସୁଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଉଲ୍ଲେଖଯୋଗ୍ୟ, ପୂର୍ବତନ ଏଚ୍‌ଆଇଏଲ୍ ଚାମ୍ପିୟନ ‘କଳିଙ୍ଗ ଲାନ୍ସର୍ସ’ ପୂର୍ବରୁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‍କୋ) ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌)ର ସହ-ମାଲିକାନାରେ ଥିବା ବେଳେ ବେଦାନ୍ତ ଆଲୁମିନିୟମ୍ ଏବେ ଦଳର ଉତ୍କର୍ଷତାର ପରମ୍ପରାକୁ ଆହୁରି ସୁଦୃଢ଼ କରିବା ଏବଂ ଭବିଷ୍ୟତରେ ଏଚ୍‌ଆଇଏଲ୍ ଋତୁରେ ନିଜର ସ୍ଥିତିକୁ ଉନ୍ନତ କରିବା ଲକ୍ଷ୍ୟରେ ପୂର୍ଣ୍ଣ ମାଲିକାନା ଗ୍ରହଣ କରିଛି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ବେଦାନ୍ତ ଲିମିଟେଡର ଅଣ-କାର୍ୟ୍ୟର୍ନିବାହୀ ନିର୍ଦେଶକ ତଥା ହିନ୍ଦୁସ୍ତାନ ଜିଙ୍କ ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ବେଦାନ୍ତରେ ଆମେ ଭାରତକୁ ଏକ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ । ନିକଟରେ ହୋଇଥିବା ଅଲିମ୍ପିକ୍ସ ବିଜୟ ଏହାର ସାମର୍ଥ୍ୟକୁ ଆହୁରି ଉଜ୍ଜ୍ୱଳ କରିବା ସହ ହକି ଭାରତର କ୍ରୀଡ଼ା ସଫଳତାର ଅନ୍ୟତମ ସ୍ତମ୍ଭ ପାଲଟିଛି ।

କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବା ପରେ ଆମେ କେବଳ ଦଳରେ ନୁହେଁ, ଭାରତୀୟ ହକିର ଭବିଷ୍ୟତରେ ମଧ୍ୟ ନିବେଶ କରୁଛୁ । ଉନ୍ନତ ଭିତ୍ତିଭୂମି, ତୃଣମୂଳ ସ୍ତରର ପ୍ରତିଭା ସନ୍ଧାନ ଏବଂ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଏକ ନୂତନ ପିଢ଼ିର ଆଥଲେଟମାନଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁମାନେ ବିଶ୍ୱରେ ଗର୍ବର ସହ ଭାରତକୁ ପ୍ରତିନିଧିତ୍ୱ କରିବେ ବୋଲି ଶ୍ରୀମତୀ ହେବର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହି ଅଧିଗ୍ରହଣ ବେଦାନ୍ତର ବ୍ୟବସାୟ ଅଭିବୃଦ୍ଧିକୁ ପ୍ରଭାବଶାଳୀ ଗୋଷ୍ଠି ବିକାଶ ସହିତ ମିଶ୍ରଣ କରିବା ମିଶନରେ ଆଉ ଏକ ପଦକ୍ଷେପ ଏବଂ ଓଡ଼ିଶାକୁ ଭାରତରେ କ୍ରୀଡ଼ା ଉତ୍କର୍ଷର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିଛି । ଏହାବ୍ୟତୀତ ବେଦାନ୍ତର ରଣନୈତିକ ଫୋକସ ଆଗାମୀ ଏଚଆଇଏଲ ଋତୁ ପାଇଁ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦଳ ଗଠନ କରିବା ଉପରେ ରହିବ, ଯେଉଁଥିରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରାୟୋଜକତା ହାସଲ କରିବା ଏବଂ ଲିଗ୍ ରେ ଲାନ୍ସର୍ସର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାଗିଦାରୀ ଅନୁସନ୍ଧାନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର