ଆମେରିକା ସ୍ପେସ୍ ଫୋର୍ସର ଦାବି: ମହାକାଶରେ ରହସ୍ୟମୟ ସରଞ୍ଜାମ ଛାଡ଼ିଲା ଚୀନ୍
ୱାଶିଂଟନ: ଆମେରିକା ସ୍ପେସ୍ ଫୋର୍ସ ବଡ଼ ଦାବି କରିଛି। ଚୀନ୍ର ମହାକାଶଯାନ ମହାକାଶରେ ରହସ୍ୟମୟ ସରଞ୍ଜାମ ଛାଡିଛି। ମହାକାଶଯାନରୁ ଅନ୍ୟ ଏକ ବସ୍ତୁ ପୃଥିବୀ କକ୍ଷକୁ ଛଡ଼ାଯାଇଛି। ସୋମବାର ଏହି ଯାନର ସନ୍ଧାନ କରାଯାଇଥିଲା। କିନ୍ତୁ ଏହା କ’ଣ ବୋଲି ଜଣାପଡ଼ିନାହିଁ। ଅର୍ବିଟଲ୍ ଫୋକ୍ସ ୱେବସାଇଟ ଅନୁଯାୟୀ ଅନ୍ୟ ବସ୍ତୁଟି ମୂଳ ମହାକାଶଯାନଠାରୁ ୨୦୦ ମିଟରରୁ କମ୍ ଦୂରରେ ବୁଲୁଛି। ଏହା ଚୀନ୍ର ପ୍ରାକୃତିକ ବିଜ୍ଞାନ ପ୍ରତିଷ୍ଠାନ ଦ୍ବାରା ଚାଲିଥିବା ଏକ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଛି […]
ୱାଶିଂଟନ: ଆମେରିକା ସ୍ପେସ୍ ଫୋର୍ସ ବଡ଼ ଦାବି କରିଛି। ଚୀନ୍ର ମହାକାଶଯାନ ମହାକାଶରେ ରହସ୍ୟମୟ ସରଞ୍ଜାମ ଛାଡିଛି। ମହାକାଶଯାନରୁ ଅନ୍ୟ ଏକ ବସ୍ତୁ ପୃଥିବୀ କକ୍ଷକୁ ଛଡ଼ାଯାଇଛି। ସୋମବାର ଏହି ଯାନର ସନ୍ଧାନ କରାଯାଇଥିଲା। କିନ୍ତୁ ଏହା କ’ଣ ବୋଲି ଜଣାପଡ଼ିନାହିଁ। ଅର୍ବିଟଲ୍ ଫୋକ୍ସ ୱେବସାଇଟ ଅନୁଯାୟୀ ଅନ୍ୟ ବସ୍ତୁଟି ମୂଳ ମହାକାଶଯାନଠାରୁ ୨୦୦ ମିଟରରୁ କମ୍ ଦୂରରେ ବୁଲୁଛି। ଏହା ଚୀନ୍ର ପ୍ରାକୃତିକ ବିଜ୍ଞାନ ପ୍ରତିଷ୍ଠାନ ଦ୍ବାରା ଚାଲିଥିବା ଏକ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଛି ବୋଲି କିଛି ବିଶେଷଜ୍ଞ କହିଛନ୍ତି। ଏହା ପୁନଃବ୍ୟବହାରକ୍ଷମ ମହାକାଶ ପରିବହନ ପ୍ରଣାଳୀର ବିକାଶ ସହ ଜଡ଼ିତ ଥାଇପାରେ। ଏହା ଏକ ଛୋଟ ଉପଗ୍ରହ ମଧ୍ୟ ହୋଇପାରେ। ଏହାକୁ କୌଣସି ବଡ଼ ମହାକାଶଯାନ, ସର୍ଭିସ ମଡ୍ୟୁଲୋ କମ୍ବା ପରୀକ୍ଷଣର ଫଳାଫଳ ଉପରେ ନଜର ରଖିବା ପାଇଁ ଡିଜାଇନ କରାଯାଇଥିବ। ବଡ଼ ପେଲୋଡ ମୁତୟନ କରାଯାଇପାରିବ କି ନାହିଁ ତାହାର ମଧ୍ୟ ଆକଳନ କରାଯାଉଥିବ। ଚୀନ୍ ଅଗଷ୍ଟ ୪ରେ ଗୋବି ମରୁଭୂମିର ଜିଉକ୍ବାନରୁ ରିୟୁଜେବୁଲ ଏକ୍ସପିରିମେଣ୍ଟାଲ ଏୟାରକ୍ରାଫ୍ଟ ଉତ୍କ୍ଷେପଣ କରିଥିଲା। ଏହା ୩ ମାସ ହେଲା କକ୍ଷରେ ରହିଛି। ଏହି ମହାକାଶଯାନରୁ କିଛି ଦିନ ତଳେ ରହସ୍ୟମୟ ସାମଗ୍ରୀ ଛଡ଼ା ଯାଇଥିଲା ବୋଲି କୁହାଯାଉଛି। ଚୀନ୍ ଏହି ଅଭିଯାନ କିମ୍ବା ମହାକାଶଯାନ ସମ୍ବନ୍ଧରେ ମହୁଁ ଖୋଲୁନାହିଁ।