ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍, ଚୀନ୍ ସୃଷ୍ଟି କରୁଥିବା ଅଶାନ୍ତ ପରିବେଶ ଉପରେ ହେବ ଆଲୋଚନା

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍ ପହଞ୍ଚି‌ଛନ୍ତି। ଏହି ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଅଷ୍ଟିନ । ଏଥିସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟି ଚୀନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ଦକ୍ଷୀଣ ଏସିଆରେ ଚୀନ ସୃଷ୍ଟି କରୁଥିବା ଅଶାନ୍ତ ପରିବେଶ ଉପରେ ଆମେରିକା ଓ ଭାରତ ମିଳିତ ଯୋଜନା କରିବେ ବୋଲି ଆଶା କରାଯାଉଛି। ଆମେରିକାରେ ରାଷ୍ଟ୍ରପତି ଜୋ […]

ନୂଆଦିଲ୍ଲୀ: ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍ ପହଞ୍ଚି‌ଛନ୍ତି। ଏହି ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଅଷ୍ଟିନ । ଏଥିସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟି ଚୀନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଦକ୍ଷୀଣ ଏସିଆରେ ଚୀନ ସୃଷ୍ଟି କରୁଥିବା ଅଶାନ୍ତ ପରିବେଶ ଉପରେ ଆମେରିକା ଓ ଭାରତ ମିଳିତ ଯୋଜନା କରିବେ ବୋଲି ଆଶା କରାଯାଉଛି। ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ପଦ ସମ୍ଭାଳିବା ଠାରୁ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଆସିଛନ୍ତି। ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହେବ। ଏଥିସହ ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣିବା ନେଇ ମଧ୍ୟ କିଛି ଚୁକ୍ତି ସ୍ବାକ୍ଷରିତ ହୋଇପାରେ।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର