ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାରଙ୍କ ଯୁକ୍ତି : ‘ସହରୀ ଆଭିଜାତ୍ୟପୂର୍ଣ୍ଣ ଚିନ୍ତାଧାରା ସମଗ୍ର ସମାଜ ଉପରେ ଲଗାଯାଇପାରିବ ନାହିଁ’

The Sakala Picture
Published On

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରିବେ। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ କରିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ହେବ ଶୁଣାଣି । ପାଞ୍ଚ ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ଯାଉଥିବାବେଳେ, ଏହି ମାମଲାକୁ କେନ୍ଦ୍ର ସରକାର କିନ୍ତୁ ବିରୋଧ କରିଛନ୍ତି […]

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରିବେ। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ କରିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ହେବ ଶୁଣାଣି । ପାଞ୍ଚ ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ଯାଉଥିବାବେଳେ, ଏହି ମାମଲାକୁ କେନ୍ଦ୍ର ସରକାର କିନ୍ତୁ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ କହିବା କଥା, ଏହି ମାମଲାରେ ଆବେଦନକାରୀଙ୍କ ଆବେଦନ ସଠିକ୍ କି ନୁହେଁ, ଆଗ ସେ ନେଇ ବିଚାର କରାଯାଉ । ଏହାପରେ ଯାଇ ସମଲିଙ୍ଗୀ ବିବାହ ସମ୍ପର୍କରେ ବିଚାର କରାଯିବ ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କେନ୍ଦ୍ର ସରକାରଙ୍କ କହିବା କଥା, ଆବେଦନକାରୀଙ୍କ ଆବେଦନ କେବଳ କିଛି ସହରୀ ଆଭିଜାତ୍ୟପୂର୍ଣ୍ଣ ବିଚାରକୁ ଦର୍ଶାଉଛି । ଅନ୍ୟପଟେ ରାଷ୍ଟ୍ରୀୟ ବାଲ୍ ଅଧିକାର ସଂରକ୍ଷଣ ଆୟୋଗ ମଧ୍ୟ ଏହି ମାମଲାରେ ନିଜର ବିରୋଧାଭାସ ଜାହିର କରିଛନ୍ତି ।ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର କହିଛି ଯେ ବିବାହ ଏକ ସାମାଜିକ ସ୍ୱୀକୃତି ଏବଂ  ଏହା ନ୍ୟାୟପାଳିକାର ଅଧୀନରେ ନାହିଁ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ବିରୋଧ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟକୁ ସତ୍ୟପାଠ ମାଧ୍ୟମରେ କେନ୍ଦ୍ର ସରକାର ଜଣାଇଥିଲେ ଯେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ବିରୋଧୀ ହୋଇଥିବା ବେଳେ ଭାରତୀୟ ପାରିବାରିକ ପରିକଳ୍ପନାର ମଧ୍ୟ ପରିପନ୍ଥୀ ନୁହେଁ। ଭାରତର ସମାଜିକ ଏବଂ ବୈବାହିକ ଜୀବନ ଅର୍ଥ ଏକ ପରିବାର। ଗୋଟିଏ ପରିବାରର କଥା ଉଠିଲେ ସେଥିରେ ସ୍ବାମୀ, ପତ୍ନୀ ଏବଂ ସନ୍ତାନ ସନ୍ତତିଙ୍କ ବିଷୟ ଆସେ। କିନ୍ତୁ ଏହି ବ୍ୟବସ୍ଥା ସହିତ ବିବାହ ନ କରି ଦୁଇ ଜଣ ସାଥୀଭାବେ ଏକାଠି ରହିବା କିମ୍ବା ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ କରିବା ଆଦୌ ତୁଳନୀୟ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

କେନ୍ଦ୍ର ସରକାର ଆହୁରି କହିଥିଲେ ଯେ, ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ପରେ ପୁରୁଷ ‘ପିତା’ ଏବଂ ସ୍ତ୍ରୀ ’ମାତା’ର ଆଖ୍ୟା ଲାଭ କରିଥାଆନ୍ତି। କିନ୍ତୁ ସମଲିଙ୍ଗୀ ବିବାହ ଏହା ସହ କଦାଚିତ ତୁଳନାତ୍ମକ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍। କାରଣ ଏହି ପ୍ରସଙ୍ଗରେ କୌଣସି ଶୁଣାଣି କରାଯିବାର ଆବଶ୍ୟକତା ନାହିଁ।ଯୋଗ୍ୟତା ଆଧାରରେ ଏହି ଆବେଦନକୁ ଖାରଜ କରିଦେବା ଠିକ୍ ହେବ। ଆଇନ ଅନୁଯାୟୀ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସମଲିଙ୍ଗୀ ବିବାହକୁ ନେଇ ଆସନ୍ତାକାଲି ‘ସୁପ୍ରିମ’ ଶୁଣାଣି

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ପାଞ୍ଚ ସଦସ୍ୟ ବିଶିଷ୍ଟ ବେଞ୍ଚର ଗଠନ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡଙ୍କ ସହିତ ଜଷ୍ଟିସ୍ ସଞ୍ଜୟ କିଶନ କୌଲ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ୍ ପି ଏସ୍ ନରସିଂହା ଏବଂ ଜଷ୍ଟିସ୍ ହିମା କୋହଲି ମଙ୍ଗଳବାର ଏହି ମାମଲାରେ ଆବେଦନକାରୀଙ୍କ ଆବେଦନର ଶୁଣାଣି କରିବେ । ଆବେଦନରେ ସେମ୍ ସେକ୍ସ ମ୍ୟାରେଜ୍ ଅର୍ଥାତ ସମଲିଙ୍ଗୀ ବିବାହକୁ ଆଇନ୍ ଅନୁଯାୟୀ ମାନ୍ୟତା ଦେବାକୁ କୁହାଯାଇଛି । ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚାହୁଁଥିବା ବ୍ୟକ୍ତି ନିଜ ପସନ୍ଦ ମୁତାବକ ବିବାହ କରିପାରିବେ ବୋଲି ଆବେଦନରେ ଦର୍ଶାଯାଇଛି । ତେବେ କେନ୍ଦ୍ର ସରକାର କିନ୍ତୁ ଏହି ମାମଲାକୁ ବିରୋଧ କରୁଛନ୍ତି । କେନ୍ଦ୍ର ସରକାରଙ୍କ କହିବା କଥା, ସମଲିଙ୍ଗୀ ସମ୍ପର୍କକୁ ଭାରତୀୟ ପରିବାରର ବିଚାର ସହିତ ତୁଳନା କରାଯାଇପାରିବ ନାହିଁ । ଭାରତୀୟ ପରିବାରରେ ପୁରୁଷ ଓ ସ୍ତ୍ରୀଙ୍କ ବଡ ଭୂମିକା ରହିଥାଏ । ବୈବାହିକ ସମ୍ପର୍କ ପରେ ପିଲାଙ୍କ ଜନ୍ମ ହୁଏ । ଯାହାକି ଭାରତୀୟ ପରମ୍ପରା ବୋଲି କେନ୍ଦ୍ର ସରକାର ମତ ରଖିଛନ୍ତି ।

ସମଲିଙ୍ଗୀ ଯୌନ ସମ୍ପର୍କକୁ ମିଳିସାରିଛି ନ୍ୟାୟିକ ସ୍ବୀକୃତି

ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ପୂର୍ବରୁ ସମଲିଙ୍ଗୀ ଯୌନ ସମ୍ପର୍କକୁ ନ୍ୟାୟିକ ସ୍ବୀକୃତି ମିଳିସାରିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ଆବେଦନର ବିଚାର କରି ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୮ରେ ଏହାକୁ ଆଇନସମ୍ମତ ବୋଲି କହିସାରିଛନ୍ତି। ବ୍ରିଟିଶ ଶାସନକାଳରେ ୧୮୬୦ ମସିହାରେ ଯେତେବେଳେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ପ୍ରସ୍ତୁତ ହୋଇଥିଲା ସେତେବେଳେ ଏହାର ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ପ୍ରକୃତି ବିରୋଧୀ କୁହାଯାଇ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ଅଧିକାଂଶ ସମୟରେ ସମଲିଙ୍ଗୀ ଏବଂ କିନ୍ନରମାନଙ୍କୁ ସମାଜରେ ନ୍ୟାୟ ମିଳୁ ନଥିବା ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟାୟ ଓ ପକ୍ଷପାତିତାର ଶିକାର ହେଉଥିବା ଦର୍ଶାଇ ଜଷ୍ଟିସ୍‌ ମିଶ୍ର ଆଇପିସି ଧାରା ୩୭୭କୁ କୋହଳ କରିବା ସହିତ ସମଲିଙ୍ଗୀ ଯୌନ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର