ଗତ ୪ ବର୍ଷରେ ୫୯ ଲକ୍ଷ ବୃଦ୍ଧି ପାଇଛି ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତି : ୪୯ ହଜାର ଟଙ୍କାର ସୁନା କୁଣ୍ଡଳ, ୨୦ ହଜାର ଟଙ୍କାର ରୁଦ୍ରାକ୍ଷ ମାଳା ପିନ୍ଧନ୍ତି ଯୋଗୀ

The Sakala Picture
Published On

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ବିଧାନସଭା ନିର୍ବାଚନ ପାଇଁ ଗୋରଖପୁର ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ନାମାଙ୍କନ ଦାଖଲ ବେଳେ ଫାଇଲ୍ କରାଯାଇଥିବା ଏଫିଡେବିଟରେ ସେ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ଯାହା ଫଳରେ ଏବେ ତାଙ୍କ […]

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ବିଧାନସଭା ନିର୍ବାଚନ ପାଇଁ ଗୋରଖପୁର ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ନାମାଙ୍କନ ଦାଖଲ ବେଳେ ଫାଇଲ୍ କରାଯାଇଥିବା ଏଫିଡେବିଟରେ ସେ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ଯାହା ଫଳରେ ଏବେ ତାଙ୍କ ପାଖରେ ମୋଟ ୧.୫୪ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଯୋଗୀ ଏଫିଡେବିଟରେ  ଦର୍ଶାଇଛନ୍ତି ଯେ, ତାଙ୍କ ଉପରେ କୌଣସି ଅପରାଧିକ ମାମଲା ନାହିଁ। ତାଙ୍କ ନିକଟରେ ମୋଟ୍ ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କାର ସଂପତ୍ତି ରହିଛି। ତାଙ୍କ ନିକଟରେ ନଗଦ ଏକ ଲକ୍ଷ ଟଙ୍କା ରହିଛି। ଏହା ପୂର୍ବରୁ ଯୋଗୀ ୨୦୧୭ରେ ବିଧାନ ପରିଷଦ ନିର୍ବାଚନ ଲଢିଥିଲେ। ସେହି ସମୟରେ ତାଙ୍କ ନିକଟରେ ୯୫.୯୮ ଲକ୍ଷ ଟଙ୍କା ରହିଥିବା ସତ୍ୟପାଠରେ ଦର୍ଶାଇଥିଲେ। ତେବେ ଏହି ପାଞ୍ଚ ବର୍ଷରେ ତାଙ୍କ ସଂପତ୍ତିରେ ୫୯ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଚୀନ୍ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତକୁ କାହିଁକି ଦରକାର ଋଷର ଷ୍ଟିଲ୍‌ଥ୍ ଫାଇଟର ଜେଟ୍ 'Su-57E'?

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦିଲ୍ଲୀ, ଲକ୍ଷ୍ନୌ ଏବଂ ଗୋରଖପୁରରେ ୬ଟି ସ୍ଥାନରେ ଅଲଗା ଅଲଗା ବ୍ୟାଙ୍କରେ ୧୧ ଆକାଉଣ୍ଟ ରହିଛି। ଏହି ସବୁ ଆକାଉଣ୍ଟରେ ୧ କୋଟି ୧୩ ଲକ୍ଷ ୭୫ ହଜାର ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜମି କିମ୍ଵା ଘର ନାହିଁ। ମାତ୍ର ତାଙ୍କ ପାଖରେ ନ୍ୟାସନାଲ ସେଭିଂ ସ୍କିମ ଏବଂ ବୀମା ପଲିସି ଜରିଆରେ ୩୭.୫୭ ଲକ୍ଷ ଟଙ୍କା ରହିଛି। ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ୪୯ ହଜାର ଟଙ୍କାର ସୁନାର କୁଣ୍ଡଳ ରହିଛି। ଏହାର ଓଜନ ୨୦ ଗ୍ରାମ। ଏଥିସହ ଯୋଗୀ ସୁନାର ଚେନରେ ରୁଦ୍ରାକ୍ଷ ମାଳା ପିନ୍ଧନ୍ତି। ଏହାର ମୂଲ୍ୟ ୨୦ ହଜାର ଟଙ୍କା ଏବଂ ଓଜନ ୧୦ ଗ୍ରାମ। ଯୋଗୀଙ୍କ ନିକଟରେ ୧୨ ହଜାର ଟଙ୍କାର ଏକ ମୋବାଇଲ ଫୋନ ରହିଛି। ଗତ ଥର ଯୋଗୀଙ୍କ ପାଖରେ ଦୁଇଟି କାର ଥିଲା। କିନ୍ତୁ ଏଥର ତାଙ୍କ ପାଖରେ ଗୋଟିଏ ହେଲେ କାର ନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଯୋଗୀ ନିଜ ପାଖରେ ହତିଆର ମଧ୍ୟ ରଖିଥାନ୍ତି। ତାଙ୍କ ନିକଟରେ ୧ ଲକ୍ଷ ଟଙ୍କାର ରିଭଲବର ଏବଂ ୮୦ ହଜାର ଟଙ୍କାର ରାଇଫଲ୍ ରହିଛି।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ସୂଚନାଯୋଗ୍ୟ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପୂର୍ବରୁ ଆଦିତ୍ୟନାଥ ଗୋରଖପୁରର ଲୋକସଭା ସାଂସଦ ଥିଲେ, ଯେଉଁଠାରୁ ସେ ୫ଥର ଜିତିଥିଲେ। ସେ ୧୯୯୮ ମସିହାରେ ପ୍ରଥମ କରି ଲୋକସଭା ନିର୍ବାଚନ ଲଢିଥିଲେ । ଏହାପରେ ପରେ ସେ ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ନିର୍ବାଚନ ଜିତି ଲଗାତାର ୫ ଥର ସାଂସଦ ହୋଇଥିଲେ । ୨୦୧୭ ମସିହାରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ସାଂସଦ ପଦରୁ ଇସ୍ତଫା ଦେଇ ୟୁପି ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର