ଆଜି ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍-୨୦୨୨; ଆର୍ଥିକ ସୁଧାର ଉପରେ ଫୋକସ୍

The Sakala Picture
Published On

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଆଗତ କରିବେ। ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଫେବୃଆରୀ ୧(ମଙ୍ଗଳବାର) ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରି ବଜେଟ ଅଭିଭାଷଣ ରଖିବେ। ମୁଦ୍ରାସ୍ଫୀତିରେ ବୃଦ୍ଧି ଯୋଗୁ ବଜାର ଦର ଉଚ୍ଚରେ ରହିଛି। ଏଭଳି ସମୟରେ ବେକାରି ସ୍ଥିତି ଉତ୍କଟ ରୂପ […]

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଆଗତ କରିବେ। ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଫେବୃଆରୀ ୧(ମଙ୍ଗଳବାର) ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରି ବଜେଟ ଅଭିଭାଷଣ ରଖିବେ। ମୁଦ୍ରାସ୍ଫୀତିରେ ବୃଦ୍ଧି ଯୋଗୁ ବଜାର ଦର ଉଚ୍ଚରେ ରହିଛି। ଏଭଳି ସମୟରେ ବେକାରି ସ୍ଥିତି ଉତ୍କଟ ରୂପ ନେଉଥିବାରୁ ନୂତନ ନିଯୁକ୍ତି ସୃଷ୍ଟି କେନ୍ଦ୍ର ସରକାରଙ୍କ ଆଗରେ ଏକ ବଡ ଆହ୍ବାନ ସୃଷ୍ଟି କରିବ। ବଜାର ଚାହିଦାରେ ବୃଦ୍ଧି ଘଟାଇ ଅର୍ଥନୀତିକୁ ଏହାର ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିବାକୁ ବଜେଟରେ ସରକାର ପ୍ରୟାସ କରିବେ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଆଗତ ହେଉଥିବାବେଳେ ଏହି ପ୍ରଥାକୁ ୨୦୧୭ଠାରୁ ସମାପ୍ତ କରାଯାଇଛି। ତେଣୁ ଚଳିତବର୍ଷ ମଧ୍ୟ ରେଳ ବଜେଟ କେନ୍ଦ୍ରୀୟ ବଜେଟ ସହିତ ଆସିବ। କରୋନା ମହାମାରୀରେ ଦେଶର ଆର୍ଥିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏହି ସମୟରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଗତବର୍ଷ ଭଳି ଚଳିତଥର ମଧ୍ୟ ଅର୍ଥମନ୍ତ୍ରୀ ସବୁଜ ବଜେଟ ଆଣୁଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ନିର୍ବାଚନୀ ଋତୁ ଦୃଷ୍ଟିରୁ ଚଳିତବର୍ଷର ବଜେଟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଅନେକ ଘୋଷଣା କରିବା ସମ୍ଭାବନା ରହିଛି। ଲୋକଙ୍କୁ ବଜେଟର ସମସ୍ତ ସୂଚନା ଜଣାଇବା ପାଇଁ କେନ୍ଦ୍ର ସରକାର ଏକ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ରେ ବଜେଟରେ ହେଉଥିବା ସମସ୍ତ ଘୋଷଣାକୁ ଶୀଘ୍ର ଉପଲବ୍ଧ କରାଯିବ, ଯାହାକୁ ଲୋକେ ସହଜରେ ପଢିପାରିବେ। ଲୋକେ ଏହାକୁ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପଢିପାରିବେ। ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ଏହି ଆପ୍‌କୁ ଡାଉନ୍‌ଲୋଡ କରିହେବ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

01 Feb 2022 By The Sakala

ଆଜି ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍-୨୦୨୨; ଆର୍ଥିକ ସୁଧାର ଉପରେ ଫୋକସ୍

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଆଗତ କରିବେ। ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଫେବୃଆରୀ ୧(ମଙ୍ଗଳବାର) ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରି ବଜେଟ ଅଭିଭାଷଣ ରଖିବେ। ମୁଦ୍ରାସ୍ଫୀତିରେ ବୃଦ୍ଧି ଯୋଗୁ ବଜାର ଦର ଉଚ୍ଚରେ ରହିଛି। ଏଭଳି ସମୟରେ ବେକାରି ସ୍ଥିତି ଉତ୍କଟ ରୂପ ନେଉଥିବାରୁ ନୂତନ ନିଯୁକ୍ତି ସୃଷ୍ଟି କେନ୍ଦ୍ର ସରକାରଙ୍କ ଆଗରେ ଏକ ବଡ ଆହ୍ବାନ ସୃଷ୍ଟି କରିବ। ବଜାର ଚାହିଦାରେ ବୃଦ୍ଧି ଘଟାଇ ଅର୍ଥନୀତିକୁ ଏହାର ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିବାକୁ ବଜେଟରେ ସରକାର ପ୍ରୟାସ କରିବେ।

ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଆଗତ ହେଉଥିବାବେଳେ ଏହି ପ୍ରଥାକୁ ୨୦୧୭ଠାରୁ ସମାପ୍ତ କରାଯାଇଛି। ତେଣୁ ଚଳିତବର୍ଷ ମଧ୍ୟ ରେଳ ବଜେଟ କେନ୍ଦ୍ରୀୟ ବଜେଟ ସହିତ ଆସିବ। କରୋନା ମହାମାରୀରେ ଦେଶର ଆର୍ଥିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏହି ସମୟରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଗତବର୍ଷ ଭଳି ଚଳିତଥର ମଧ୍ୟ ଅର୍ଥମନ୍ତ୍ରୀ ସବୁଜ ବଜେଟ ଆଣୁଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ନିର୍ବାଚନୀ ଋତୁ ଦୃଷ୍ଟିରୁ ଚଳିତବର୍ଷର ବଜେଟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଅନେକ ଘୋଷଣା କରିବା ସମ୍ଭାବନା ରହିଛି। ଲୋକଙ୍କୁ ବଜେଟର ସମସ୍ତ ସୂଚନା ଜଣାଇବା ପାଇଁ କେନ୍ଦ୍ର ସରକାର ଏକ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ରେ ବଜେଟରେ ହେଉଥିବା ସମସ୍ତ ଘୋଷଣାକୁ ଶୀଘ୍ର ଉପଲବ୍ଧ କରାଯିବ, ଯାହାକୁ ଲୋକେ ସହଜରେ ପଢିପାରିବେ। ଲୋକେ ଏହାକୁ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପଢିପାରିବେ। ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ଏହି ଆପ୍‌କୁ ଡାଉନ୍‌ଲୋଡ କରିହେବ।

https://www.thesakala.in/national-international/union-budget-2022-to-be-presented-today/article-8889
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର