ଦ୍ବିତୀୟ ଥର ପାଇଁ ଭୁଶୁଡ଼ିଲା ନିର୍ମାଣାଧୀନ ଭାଗଲପୁର ପୋଲ

The Sakala Picture
Published On

ପାଟନା: ବିହାର ଭାଗଲପୁର ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ପୋଲ ପୁଣିଥରେ ରବିବାର ଭୁଶୁଡ଼ି ପଡ଼ିଛି। ଅଗୁବାଣୀ ଏବଂ ସୁଲତାନଗଞ୍ଜକୁ ଯୋଡୁଥିବା ଏହି ପୋଲ ଖଗାରିଆ ଠାରେ ନିର୍ମାଣ କରାଯାଉଥିବା ବେଳେ ଦ୍ବିତୀୟ ଥର ପାଇଁ ଏହାର ଅନେକ ଅଂଶ ଖସିପଡ଼ିଛି। ମିଳିଥିବା ଖବର ଅନୁସାରେ ଅଗୁବାଣୀ ପଟରୁ ନିର୍ମାଣାଧିନ ପୋଲର ପ୍ରାୟ ୨୦୦ ମିଟର ଖସିଯାଇଛି। ପୋଲ କାର୍ଯ୍ୟ ଚାଲିଥିଲା ବେଳେ ଅଚାନକ ଭାବେ ପାହ୍ୟା ୧୦,୧୧ ଏବଂ ୧୨ ତଳକୁ ଖସି […]

ପାଟନା: ବିହାର ଭାଗଲପୁର ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ପୋଲ ପୁଣିଥରେ ରବିବାର ଭୁଶୁଡ଼ି ପଡ଼ିଛି। ଅଗୁବାଣୀ ଏବଂ ସୁଲତାନଗଞ୍ଜକୁ ଯୋଡୁଥିବା ଏହି ପୋଲ ଖଗାରିଆ ଠାରେ ନିର୍ମାଣ କରାଯାଉଥିବା ବେଳେ ଦ୍ବିତୀୟ ଥର ପାଇଁ ଏହାର ଅନେକ ଅଂଶ ଖସିପଡ଼ିଛି। ମିଳିଥିବା ଖବର ଅନୁସାରେ ଅଗୁବାଣୀ ପଟରୁ ନିର୍ମାଣାଧିନ ପୋଲର ପ୍ରାୟ ୨୦୦ ମିଟର ଖସିଯାଇଛି। ପୋଲ କାର୍ଯ୍ୟ ଚାଲିଥିଲା ବେଳେ ଅଚାନକ ଭାବେ ପାହ୍ୟା ୧୦,୧୧ ଏବଂ ୧୨ ତଳକୁ ଖସି ନଦୀ ଗର୍ଭରେ ପଡିଥିବା ଦେଖାଯାଇଛି। ପୋଲର ଏହି ଅଂଶ ଖସୁଥିଲା ବେଳେ ଏହାର ଏକ ଭିଡିଓ ଦୃଶ୍ୟ ମଧ୍ୟ ଭାଇରାଲ ହୋଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଦ୍ବିତୀୟ ଥର ପାଇଁ ଏହି ପୋଲର ଅଂଶ ଖସିଥିବାରୁ ଏବେ ଏହାର ନିର୍ମାଣ ପ୍ରକ୍ରିୟା ଏବଂ ଏହାକୁ ନିର୍ମାଣ କରୁଥବା ସଂସ୍ଥାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଉଲ୍ଲେଖଯୋଗ୍ୟ ଯେ, ବିହାରର ଖଗାରିଆ ଏବଂ ଭାଗଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଡିବା ଲାଗି ଗଙ୍ଗା ନଦୀ ଉପରେ ଏହି ପୋଲ ପ୍ରାୟ ୧୭ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। କିନ୍ତୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଗତବର୍ଷ ଏପ୍ରିଲ ମାସରେ ଏହାର ୧୦୦ ମିଟର ଲମ୍ବର ସୁପରଷ୍ଟ୍ରକଚର୍‌ ନଦୀ ମଧ୍ୟକୁ ଖସିପଡ଼ିଥିଲା। ସେତେବେଳେ ପ୍ରବଲ ବର୍ଷାକୁ ନେଇ ଏଭଳି ଘଟିଥିଲା ବୋଲି କୁହାଯାଇଥିଲେ ହେଁ ନିର୍ମାଣକାରୀ କମ୍ପାନୀକୁ ନେଇ ବିଭିନ୍ନ ମହଲରେ ହୋହଲ୍ଲା କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ପୋଲର ୮୦ ପ୍ରତିଶତ ସୁପରଷ୍ଟ୍ରକଚର କାର୍ଯ୍ୟ ଶେଷ ହୋଇସାରିଥିଲା। ଏପରିକି ପୋଲ ସଂଲଗ୍ନ ରାସ୍ତା କାର୍ଯ୍ୟ ମଧ୍ୟ ପାଖାପାଖି ୫୦ ପ୍ରତିଶତ ଶେଷ ହୋଇସାରିଥିଲା। କିନ୍ତୁ ଏହାପରେ ଆଜି ପୁଣି ଥରେ ପୋଲ ଖସି ପଡ଼ିବା ଘଟଣା ସ୍ଥିତିକୁ ଅଧିକ ଜଟିଳ କରିଛି। ଏହି ପୋଲ କାର୍ଯ୍ୟ ୨୦୧୫ରୁ ଆରମ୍ଭ ହୋଇଥିଲେ ହେଁ ବାରମ୍ବାର ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର