ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ଥିଲେ ‘ୟୁଏଇ’ ରେ ପ୍ରବେଶ କରିବା ମନା

The Sakala Picture
Published On

ନୂଆଦିଲ୍ଳୀ: ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ୟୁଏଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି । ଯେଉଁ ଯାତ୍ରୀଙ୍କ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ରହିଥିବ, ସେମାନଙ୍କୁ ୟୁଏଇକୁ କିମ୍ବା ୟୁଏଇରୁ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ। ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯେକୌଣସି ଭିସା ଥିଲେ ମଧ୍ୟ ସିଙ୍ଗଲ ନାମଧାରୀମାନେ ୟୁଏଇରେ ପ୍ରବେଶ କରିପାରିବେ ନାହିଁ। ସୋମବାର ଠାରୁ ତତ୍କାଳ […]

ନୂଆଦିଲ୍ଳୀ: ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ୟୁଏଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି । ଯେଉଁ ଯାତ୍ରୀଙ୍କ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ରହିଥିବ, ସେମାନଙ୍କୁ ୟୁଏଇକୁ କିମ୍ବା ୟୁଏଇରୁ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ। ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯେକୌଣସି ଭିସା ଥିଲେ ମଧ୍ୟ ସିଙ୍ଗଲ ନାମଧାରୀମାନେ ୟୁଏଇରେ ପ୍ରବେଶ କରିପାରିବେ ନାହିଁ। ସୋମବାର ଠାରୁ ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉଥିବା ୟୁଏଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାର ଅର୍ଥ ଯାତ୍ରୀଙ୍କୁ ନିଜର ନାଁ ସହ ସରନେମ ସ୍ପଷ୍ଟ ଭାବେ ଘୋଷଣା କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ୟୁଏଇର ସରକାରଙ୍କ ସୂଚନା ଅନୁସାରେ, ସବୁ ଯାତ୍ରୀଙ୍କ ପାସପୋର୍ଟରେ ପ୍ରଥମ ଓ ଶେଷ ଦୁଇଟି ନାଁ ସ୍ପଷ୍ଟ ହେବା ଦରକାର। ୨୧ ନଭେମ୍ବରରୁ ୟୁଏଇ ଏହି ନୂଆ ନିୟମ ଲାଗୁ ମଧ୍ୟ କରିଦେଇଛି। ୟୁଏଇ ପ୍ରଶାସନର ନିର୍ଦେଶ ଅନୁସାରେ, ଯେଉଁ ଯାତ୍ରୀଙ୍କ ପାସପୋର୍ଟରେ ସିଙ୍ଗିଲ ନାଁ ରହିଥିବ, ସେ ଟୁରିଷ୍ଟ ହୁଅନ୍ତୁ କିମ୍ବା ଅନ୍ୟ ଭିସାରେ ଆସିଥାନ୍ତୁ, ତାଙ୍କୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ପାସ୍‌ପୋର୍ଟରେ ବ୍ୟକ୍ତିଙ୍କର ପ୍ରଥମ ନାଁ ଏବଂ ଶେଷ ନାଁ ରହିବା ଅନିବାର୍ଯ୍ୟ କରାଯାଇଛି । ଯଦି ଏହି ଦୁଇଟି ନାମ ନ ଥାଏ, କିମ୍ବା ଗୋଟିଏ ଥାଏ ତେବେ କୌଣସି ପରିସ୍ଥିତିରେ ସେ ଯାତ୍ରା କରି ପାରିବେ ନାହିଁ କିମ୍ବା ସେଠାରୁ ଭାରତକୁ ଆସି ପାରିବେ ନାହିଁ। ୟୁଏଇ ସରକାର ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍‌ସକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍‌ସ ମଧ୍ୟ କହିଛି, ‘ଯେଉଁ ଯାତ୍ରୀମାନଙ୍କ ପାଖରେ ପାସ୍‌ପୋର୍ଟରେ ସିଙ୍ଗଲ ନେମ୍‌ ରହିଛି, ସେମାନଙ୍କୁ ଯାତ୍ରାର ଅନୁମତି ଦିଆଯିବ ନାହିଁ ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଘର କିଣିବାକୁ ଦିଲ୍ଲୀ ଲୋକଙ୍କ ଆଗ୍ରହ: ୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍ କିଣିବାରେ ଲାଗିଛି ପ୍ରତିଯୋଗିତା

ପର୍‌ମାନେଣ୍ଟ ଭିସା ଥିବା ଯାତ୍ରୀଙ୍କ ପାଇଁ ରହିଛି ସୁବିଧା:
ଯଦି କାହା ପାଖରେ ୟୁଏଇର ସ୍ଥାୟୀ ଭିସା ରହିଛି, ତେବେ ତାଙ୍କୁ ଯାତ୍ରାର ସୁବିଧା ନିଶ୍ଚିତ ମିଳିବ। କିନ୍ତୁ ତାଙ୍କର ପ୍ରଥମ ଏବଂ ଶେଷ ନାମକୁ ଅପଡେଟ୍‌ କରିବା ନିହାତି ଦରକାର । ଇଣ୍ଡିଗୋ ଏୟାରଲାଇନ୍‌ସ କହିଛି, ଏ ବିଷୟରେ ଅଧିକ ସୂଚନା ପାଇଁ େଓ୍ଵବ୍‌ସାଇଟ୍‌ ଚେକ୍‌ କରନ୍ତୁ । ୟୁଏଇ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଅନେକ ଏୟାରଲାଇନ୍‌ସ କମ୍ପାନିଗୁଡ଼ିକ ପାସ୍‌ପୋର୍ଟରେ ତ୍ରୁଟି ଥିବା ବ୍ୟକ୍ତିଙ୍କୁ ବାହାର କରି ଦେଉଛି । ଏମିତିରେ ଅନେକ ଭାରତୀୟଙ୍କୁ ୟୁଏଇରୁ ଆସିବା ପାଇଁ ମଧ୍ୟ ଦିଆଯାଉ ନାହିଁ । ଭିସା ଆପ୍ଲାଇ କରୁଥିବା ଏଜେଣ୍ଟ ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରିବା ପାଇଁ କହୁଛନ୍ତି ।

24 Nov 2022 By The Sakala

ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ଥିଲେ ‘ୟୁଏଇ’ ରେ ପ୍ରବେଶ କରିବା ମନା

ନୂଆଦିଲ୍ଳୀ: ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ୟୁଏଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି । ଯେଉଁ ଯାତ୍ରୀଙ୍କ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ରହିଥିବ, ସେମାନଙ୍କୁ ୟୁଏଇକୁ କିମ୍ବା ୟୁଏଇରୁ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ। ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯେକୌଣସି ଭିସା ଥିଲେ ମଧ୍ୟ ସିଙ୍ଗଲ ନାମଧାରୀମାନେ ୟୁଏଇରେ ପ୍ରବେଶ କରିପାରିବେ ନାହିଁ। ସୋମବାର ଠାରୁ ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉଥିବା ୟୁଏଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାର ଅର୍ଥ ଯାତ୍ରୀଙ୍କୁ ନିଜର ନାଁ ସହ ସରନେମ ସ୍ପଷ୍ଟ ଭାବେ ଘୋଷଣା କରିବାକୁ ପଡ଼ିବ।

ୟୁଏଇର ସରକାରଙ୍କ ସୂଚନା ଅନୁସାରେ, ସବୁ ଯାତ୍ରୀଙ୍କ ପାସପୋର୍ଟରେ ପ୍ରଥମ ଓ ଶେଷ ଦୁଇଟି ନାଁ ସ୍ପଷ୍ଟ ହେବା ଦରକାର। ୨୧ ନଭେମ୍ବରରୁ ୟୁଏଇ ଏହି ନୂଆ ନିୟମ ଲାଗୁ ମଧ୍ୟ କରିଦେଇଛି। ୟୁଏଇ ପ୍ରଶାସନର ନିର୍ଦେଶ ଅନୁସାରେ, ଯେଉଁ ଯାତ୍ରୀଙ୍କ ପାସପୋର୍ଟରେ ସିଙ୍ଗିଲ ନାଁ ରହିଥିବ, ସେ ଟୁରିଷ୍ଟ ହୁଅନ୍ତୁ କିମ୍ବା ଅନ୍ୟ ଭିସାରେ ଆସିଥାନ୍ତୁ, ତାଙ୍କୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ।

ପାସ୍‌ପୋର୍ଟରେ ବ୍ୟକ୍ତିଙ୍କର ପ୍ରଥମ ନାଁ ଏବଂ ଶେଷ ନାଁ ରହିବା ଅନିବାର୍ଯ୍ୟ କରାଯାଇଛି । ଯଦି ଏହି ଦୁଇଟି ନାମ ନ ଥାଏ, କିମ୍ବା ଗୋଟିଏ ଥାଏ ତେବେ କୌଣସି ପରିସ୍ଥିତିରେ ସେ ଯାତ୍ରା କରି ପାରିବେ ନାହିଁ କିମ୍ବା ସେଠାରୁ ଭାରତକୁ ଆସି ପାରିବେ ନାହିଁ। ୟୁଏଇ ସରକାର ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍‌ସକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍‌ସ ମଧ୍ୟ କହିଛି, ‘ଯେଉଁ ଯାତ୍ରୀମାନଙ୍କ ପାଖରେ ପାସ୍‌ପୋର୍ଟରେ ସିଙ୍ଗଲ ନେମ୍‌ ରହିଛି, ସେମାନଙ୍କୁ ଯାତ୍ରାର ଅନୁମତି ଦିଆଯିବ ନାହିଁ ।

ପର୍‌ମାନେଣ୍ଟ ଭିସା ଥିବା ଯାତ୍ରୀଙ୍କ ପାଇଁ ରହିଛି ସୁବିଧା:
ଯଦି କାହା ପାଖରେ ୟୁଏଇର ସ୍ଥାୟୀ ଭିସା ରହିଛି, ତେବେ ତାଙ୍କୁ ଯାତ୍ରାର ସୁବିଧା ନିଶ୍ଚିତ ମିଳିବ। କିନ୍ତୁ ତାଙ୍କର ପ୍ରଥମ ଏବଂ ଶେଷ ନାମକୁ ଅପଡେଟ୍‌ କରିବା ନିହାତି ଦରକାର । ଇଣ୍ଡିଗୋ ଏୟାରଲାଇନ୍‌ସ କହିଛି, ଏ ବିଷୟରେ ଅଧିକ ସୂଚନା ପାଇଁ େଓ୍ଵବ୍‌ସାଇଟ୍‌ ଚେକ୍‌ କରନ୍ତୁ । ୟୁଏଇ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଅନେକ ଏୟାରଲାଇନ୍‌ସ କମ୍ପାନିଗୁଡ଼ିକ ପାସ୍‌ପୋର୍ଟରେ ତ୍ରୁଟି ଥିବା ବ୍ୟକ୍ତିଙ୍କୁ ବାହାର କରି ଦେଉଛି । ଏମିତିରେ ଅନେକ ଭାରତୀୟଙ୍କୁ ୟୁଏଇରୁ ଆସିବା ପାଇଁ ମଧ୍ୟ ଦିଆଯାଉ ନାହିଁ । ଭିସା ଆପ୍ଲାଇ କରୁଥିବା ଏଜେଣ୍ଟ ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରିବା ପାଇଁ କହୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର