ଭାରତୀୟଙ୍କ ପାଇଁ କାଳ ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ, ଭାରତୀୟଙ୍କ ପ୍ରତି ୯୧ ପ୍ରତିଶତ ବୃଦ୍ଧିପାଇଛି ହେଟ୍‌ କ୍ରାଇମ୍‌....

Deviprasad Mohanty Picture
Published On

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିିତୀୟ କାର୍ଯ୍ୟକାଳରେ ଆମେରିକାର ରହୁଥିବା ଭାରତୀୟଙ୍କ ବିରୋଧରେ ହେଟ୍‌ କ୍ରାଇମ୍‌ ଅର୍ଥାତ ଘୃଣାର ଅପରାଧ ୯୧ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଏସୀୟ ଲୋକଙ୍କ ବିରୋଧରେ ଅନଲାଇନ୍‌ ଘୃଣା ସୀମିତ ଥିଲା। ୨୦୨୪ ଅକ୍ଟୋବର ପର୍ଯ୍ୟନ୍ତ ୪୬,୦୦୦ ଟ୍ରୋଲିଂ ଓ ୮୮୪ଟି ଧମକ ମିଳିଥିଲା। କିନ୍ତୁ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ହିଁ ସ୍ଥିତି ଆହୁରି ବିଗିଡି ଯାଇଛି। ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଟ୍ରୋଲିଂ ୮୮,୦୦୦ରେ ପହଞ୍ଚିଛି। ଅର୍ଥାତ ଏଥିରେ ୯୧ ପ୍ରତିଶତ ବୃଦ୍ଧି ହୋଇଛି। ଡିସେମ୍ବରରେ ଟ୍ରମ୍ପ-ମସ୍କ- ରାମାସ୍ୱାମୀ ଯୁକ୍ତିତର୍କ ପରେ ୭୬ ପ୍ରତିଶତ ଧମକ ଚାକିରି ଛାଡିବାକୁ ଦିଆଯାଇଛି।  ରାଷ୍ଟ୍ରପତି ଟ୍ରମ୍ପ ଏଚ୍‌-୧ବି ଭିସାର ଫି’ ବଢ଼ାଇବା ଓ ୧୦୪ ଭାରତୀୟଙ୍କୁ ଆମେରିକାକୁ ବିଦା କରିବା ପରେ ସ୍ଥିତି ଆହୁରି ସଂଗୀନ ହୋଇଥିଲା।  ଏହାପରେ ଟେକ୍ସାସ, ଭିର୍ଜିିନିଆ ଓ କାର୍ଲିଫଣ୍ଣିଆରେ ମନ୍ଦିର ଉପରେ ଆକ୍ରମଣ ଓ ଗୁଳିମାଡ଼ ଘଟଣା ବୃଦ୍ଧି ପାଇଥିଲା। ୨୦୨୪ ନଭେମ୍ବର ଓ ୨୦୨୫ ଅକ୍ଟୋବର ମଧ୍ୟରେ ଆମେରିକାର ବିଭିନ୍ନ ସହରରେ ଭାରତୀୟଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଆମେରିକାରୁ ଭାରତୀୟଙ୍କୁ ବାହାର କରିବା ନେଇ ସ୍ଳୋଗାନରେ ଯଥେଷ୍ଟ ବୃଦ୍ଧି ଘଟିଛି। ଟ୍ରମ୍ପଙ୍କ କେତୋଟି ବିବାଦୀୟ ନୀତି କରାଣରୁ ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ବୃଦ୍ଧି ପାଇଛି। ଏହିକ୍ରମରେ ସୋସିଆଲ ମିଡିଆରେ ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ପୋଷ୍ଟ, ଅନ୍‌ଲାଇନ୍‌ ଟ୍ରୋଲିଂ ଯଥେଷ୍ଟ ବୃଦ୍ଧିପାଇଛି। କେବଳ ଭାରତୀୟ ନୁହେଁ ପୂରା ଦକ୍ଷିଣ ଏସିଆର ନାଗରିକଙ୍କୁ ମଧ୍ୟ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ  ଟାର୍ଗେଟ କରାଯାଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଏହି ସମସ୍ୟା ପାଇଁ ମୁଖ୍ୟତଃ ୪ଟି କାରଣ ରହିଛି। ଆମେରିକା ସମେତ ୟୁରୋପ ଓ ଅଷ୍ଟ୍ରେଲିଆରେ ପ୍ରବାସୀଙ୍କ ବିରୋଧରେ ଘୃଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି। ଏହି ଭାବନା ସାରା ବିଶ୍ୱରେ ଦେଖାଯାଇଛି ଓ ଏହା ଦକ୍ଷିଣପନ୍ଥୀ ରାଜନୀତିର ମୁଖ୍ୟ ଅସ୍ତ୍ର ମଧ୍ୟ ପାଲଟିଛି୤ ପ୍ରଥମଟି ହେଲା ଏଚ୍‌-୧ବି ଭିସା ଉପରେ ଅସନ୍ତୋଷ ଓ ରାଗ ଦେଖିବାକୁ ମିଳିଛି। ଏହି ଭିସା ନେଇ ଭାରତୀୟମାନେ ଅପେକ୍ଷାକୃତ କମ୍‌ ଯୋଗ୍ୟ ହୋଇଥିଲେ ମଧ୍ୟ ଆମେରିକୀୟଙ୍କ ଚାକିରି ନେଉଛନ୍ତି। ପୁଣି ଗୋରା ଲୋକମାନେ ନିଜର ପତିଆରା ବୃଦ୍ଧି କରିବାକୁ ଚାହୁଁଛନ୍ତି ଓ ଏହା ଏବେ ଚରମ ସୀମାରେ ପହଞ୍ଚିଛି। ସେହିପରି ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ଭାରତୀୟଙ୍କୁ ସମସ୍ୟାରେ ପକାଇଛି। ଏହି ବାଣିଜ୍ୟ ଚୁକ୍ତି ଭାରତୀୟଙ୍କ ବିରୋଧରେ ଘୃଣାକୁ ଦ୍ୱିଗୁଣିତ କରୁଛି। ଫ୍ଲୋରିଡାରେ ଜଣେ ଭାରତୀୟ ଶିଖ ଡ୍ରାଇଭର ଟ୍ରକ୍‌ ଚଢ଼ାଇଦେବା ଫଳରେ ୩ ଆମେରିକୀୟଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ବଢ଼ାଇ ଚଢ଼ାଇ ଉପସ୍ଥାପନ କରାଯିବା ଫଳରେ ଆମେରିକାରେ ଭାରତୀୟଙ୍କ ପ୍ରତି ଘୃଣାଭାବ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର