ୟୁକ୍ରେନ୍ ସଙ୍କଟର ପ୍ରଭାବ: ଅନାହାରରେ ରହିବେ ୧୬୦ କୋଟି

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ବରେ ନୂଆ ସମସ୍ୟା ଉପୁଜିଛି। ଏବେ ବିଶ୍ବକୁ ମାନ୍ଦାବସ୍ଥାର ଭୟ ଘାରିବାରେ ଲାଗିଥିବା ନେଇ ବିଶ୍ବ ବ୍ୟାଙ୍କ ଚେତାବନୀ ଦେବାର ଦିନକ ପରେ ଆଗାମୀ ଦିନରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବା ନେଇ ଆଜି ମିଳିତ ଜାତିସଂଘ (ୟୁଏନ୍‌) ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟ ସଙ୍କଟ ଯୋଗୁୂ ସାରା ବିଶ୍ବରେ ପ୍ରାୟ ୧୬୦ କୋଟି ଲୋକ ଅନାହାର ମଧ୍ୟକୁ ଠେଲି ହୋଇଯିବେ। […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ବରେ ନୂଆ ସମସ୍ୟା ଉପୁଜିଛି। ଏବେ ବିଶ୍ବକୁ ମାନ୍ଦାବସ୍ଥାର ଭୟ ଘାରିବାରେ ଲାଗିଥିବା ନେଇ ବିଶ୍ବ ବ୍ୟାଙ୍କ ଚେତାବନୀ ଦେବାର ଦିନକ ପରେ ଆଗାମୀ ଦିନରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବା ନେଇ ଆଜି ମିଳିତ ଜାତିସଂଘ (ୟୁଏନ୍‌) ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟ ସଙ୍କଟ ଯୋଗୁୂ ସାରା ବିଶ୍ବରେ ପ୍ରାୟ ୧୬୦ କୋଟି ଲୋକ ଅନାହାର ମଧ୍ୟକୁ ଠେଲି ହୋଇଯିବେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏବେ ଏଭଳି ପରିସ୍ଥିତିକୁ ପରିଚାଳନା କରିବା ଲାଗି ୨୦୨୩ରେ ହାତରେ ସମୟ ବହୁତ କମ୍ ରହିଥିବା ଜାତିସଂଘ ଚେତାଇ ଦେଇଛି। ବୁଧବାର ପ୍ରକାଶ ପାଇଥିବା ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଚଳିଥର ମାନ୍ଦାବସ୍ଥା ୧୯୭୬-୧୯୭୯ର ସ୍ଥିତି ତୁଳନାରେ ଦୁଇଗୁଣ ଅଧÒକ ସାଂଘାତିକ ହେବ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଆଗକୁ ବିଶ୍ବରେ ଘୋର ଖାଦ୍ୟଳ ସଙ୍କଟ ଦେଖାଦେବ। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସାରା ଦୁନିଆରେ ଏଭଳି ପରିସ୍ଥିତି ଦେଖାଦେବାକୁ ଯାଉଛି। ପରିସ୍ଥିତି ଏମିତି ହେବ ଯେ, ଏହିପରି ଖାଦ୍ୟ ସଙ୍କଟକୁ ରୋକିବା ପାଇଁ ରାଷ୍ଟ୍ରଗୁଡ଼ିକ ନିକଟରେ ଖୁବ୍‌ କମ୍‌ ସମୟ ରହିଛି। ଏହାର ପ୍ରଭାବରେ ସାରା ବିଶ୍ବର ୯୪ଟି ଦେଶର ୧.୬ ବିଲିୟନ ବା ୧୬୦ କୋଟି ଲୋକ ଅନାହାର ଭଳି ସଙ୍କଟର ସମ୍ମୁଖୀନ ହେବେ ବୋଲି ମିଳିତ ଜାତିସଂଘ ତା’ର ରିପୋର୍ଟରେ ଦର୍ଶାଇଛି। ବିଶ୍ବ ସଙ୍କଟ ପରିଚାଳନା ଗୋଷ୍ଠୀ (ଜିସିଆରଜି) ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଏହି ୧୬୦ କୋଟି ଲୋକ ବର୍ତ୍ତମାନ ଆର୍ଥିକ, ଖାଦ୍ୟ କିମ୍ବା ଶକ୍ତି ସଙ୍କଟ ଦେଇ ଗତି କରୁଛନ୍ତି। ଏଥିମଧ୍ୟରୁ ପ୍ରାୟ ୧୨୦ କୋଟି ଲୋକ ସର୍ବାଧିକ ପ୍ରଭାବିତ ଦେଶରେ ବାସ କରୁଛନ୍ତି, ଯେଉଁମାନେ ଏହି ତିନିଟି ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଜୁନ୍ ୮ ରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟ ସ୍ଥିର କରିବା, ସାମାଜିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଏବଂ ବିକାଶଶୀଳ ଦେଶମାନଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଯୁଦ୍ଧ ଜାରି ରହେ ଏବଂ ପରବର୍ତ୍ତୀ ଫସଲ ଋୁତୁରେ ଖାଦ୍ୟ ଶସ୍ୟ ଏବଂ ସାରର ବଜାର ଦର ଅତ୍ୟଧିକ ରୁହେ, ତେବେ ଏଭଳି ସମୟରେ ଖାଦ୍ୟର ଉପଲବ୍ଧତା ହ୍ରାସ ପାଇବ। କେବଳ ଏତିକି ନୁହେଁ; ମକା, ଗହମ, ପନିପରିବା ଏବଂ ତେଲ ଭଳି ସାଂପ୍ରତିକ ସଙ୍କଟ ବୃଦ୍ଧି ପାଇବ, ଯାହା କୋଟି କୋଟି ଲୋକଙ୍କୁ ଅଧିକ ପ୍ରଭାବିତ କରିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏଥିଯୋଗୁ ଖାଦ୍ୟ ନିରାପତ୍ତା ମଧ୍ୟରେ ଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ସଙ୍କଟ ପରେ ବିଶ୍ବରେ ଖାଦ୍ୟ ନିରାପତ୍ତା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ୨୭ କୋଟିରୁ ଅଧÒକକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ସାଢ଼େ ୧୩ କୋଟି ରହିଥିଲା।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ରିପୋର୍ଟ ଉପରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧର ପ୍ରଭାବ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିରୁ କୌଣସି ଦେଶ କିମ୍ବା ସମ୍ପ୍ରଦାୟ ରକ୍ଷା ପାଇପାରିବେ ନାହିଁ। ଜୀବନ ଏବଂ ଜୀବିକା ରକ୍ଷା ପାଇଁ ବର୍ତ୍ତମାନ ବିଶ୍ବର ଦେଶମାନଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ସମଗ୍ର ବିଶ୍ୱରେ ବର୍ତ୍ତମାନ କ୍ଷୁଧା ସଙ୍କଟ ବଢ଼ୁଛି। ଯଦି ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଏହା ଆହୁରି ଜଟିଳ ପାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର