ଅପେକ୍ଷା କରିଛି ଆର୍ଥର ଜେଲ, ଖୁବ୍‌ ଶୀଘ୍ର ଭାରତ ଫେରିବ ଲୁଟେରା ନିରବ ମୋଦୀ

The Sakala Picture
Published On

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀକୁ ଭାରତ ଆଣିବା ରାସ୍ତା ସଫା ହୋଇଛି। ପଳାତକ ବ୍ୟବସାୟୀ ନିରବ ମୋଦୀଙ୍କୁ ଖୁବ ଶୀଘ୍ର ଭାରତ ଅଣାଯିବ। ଏ ନେଇ ବ୍ରିଟେନ ହାଇକୋର୍ଟରୁ ସବୁଜ ସଂକେତ ମିଳିଛି। ପ୍ରତ୍ୟାର୍ପଣ ରୋକିବା ଲାଗି ବ୍ରିଟେନ ହାଇକୋର୍ଟରେ କରାଯାଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି। ନିରବଙ୍କ ପ୍ରତ୍ୟାର୍ପଣ କୌଣସି ଦୃଷ୍ଟିରୁ ଅନ୍ୟାୟପୂର୍ଣ୍ଣ ଅଥବା ଦମନକାରୀ ନୁହେଁ ବୋଲି କୋର୍ଟ କହିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୭ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା […]

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀକୁ ଭାରତ ଆଣିବା ରାସ୍ତା ସଫା ହୋଇଛି। ପଳାତକ ବ୍ୟବସାୟୀ ନିରବ ମୋଦୀଙ୍କୁ ଖୁବ ଶୀଘ୍ର ଭାରତ ଅଣାଯିବ। ଏ ନେଇ ବ୍ରିଟେନ ହାଇକୋର୍ଟରୁ ସବୁଜ ସଂକେତ ମିଳିଛି। ପ୍ରତ୍ୟାର୍ପଣ ରୋକିବା ଲାଗି ବ୍ରିଟେନ ହାଇକୋର୍ଟରେ କରାଯାଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି। ନିରବଙ୍କ ପ୍ରତ୍ୟାର୍ପଣ କୌଣସି ଦୃଷ୍ଟିରୁ ଅନ୍ୟାୟପୂର୍ଣ୍ଣ ଅଥବା ଦମନକାରୀ ନୁହେଁ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୭ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଭାରତ କରିଥିବା ଆବେଦନ ବିରୋଧରେ ନିରବ ଏକ ଆବେଦନ କରିଥିଲେ। କିନ୍ତୁ ଲଣ୍ଡନ ହାଇକୋର୍ଟରେ ତାଙ୍କ ଆବେଦନ ଖାରଜ ହୋଇଯାଇଛି। ଚଳିତ ବର୍ଷ ପ୍ରାରମ୍ଭରୁ ହାଇକୋର୍ଟ ଏହି ରାୟ ଶୁଣାଣି କରିସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦୀଙ୍କ ମାନସିକ ସ୍ଥିତି ଭଲ ଅଛି। ଖୁବ ଶିଘ୍ର ମୋଦୀଙ୍କୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିରବ ମୋଦୀ ବ୍ରିଟେନ ହାଇକୋର୍ଟରେ ଆବେଦନ କରିଥିଲେ କି, ତାଙ୍କୁ ଭାରତ ଫଠାଇଦେବା ଉଚିତ ନୁହେଁ । ହେଲେ ଏହି ଆବେଦନ ଉପରେ ଶୁଣାଣି କରି ବ୍ରିଟେନ କୋର୍ଟ କହିଛନ୍ତି କି ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରିବା କୌଣସି ଦୃଷ୍ଟିକୋଣରୁ ଅନ୍ୟାୟ କିମ୍ବା ଦମନକାରୀ ନୁହେଁ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଦୀର୍ଘ ସମୟରୁ ଭାରତ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣକୁ ଅପେକ୍ଷା କରି ରହିଛି। ତେବେ ବ୍ରିଟେନରେ ଶରଣ ନେଇଥିବା ପଳାତକ ବ୍ୟବସାୟୀ ପ୍ରତ୍ୟାର୍ପଣ ଟାଳିବା ପାଇଁ ଲଗାତାର ଅଲଗା ଅଲଗା ତର୍କ ଦେଉଛି। ବ୍ରିଟେନ ହାଇକୋର୍ଟରେ ନିରବଙ୍କ ଓକିଲ ସେ ଅବସାଦର ଶିକାର ହୋଇଥିବା ଓ ଭାରତୀୟ ଜେଲମାନଙ୍କର ଯାହା ଅବସ୍ଥା ଏଥିରେ ସେ ଆତ୍ମହତ୍ୟା ନ କରିବେ ବୋଲି କହି ହେବ ନାହିଁ ବୋଲି ତର୍କ କରିଥିଲେ।ତେବେ ବ୍ରିଟେନ ହାଇକୋର୍ଟ ଶୁଣାଣି ପରେ ଓକିଲଙ୍କ ତର୍କକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ପୂର୍ବରୁ ଯେତେବେଳେ ମାମଲାର ଶୁଣାଣି ହୋଇଥିଲା ସେତବେଳେ ଜଷ୍ଟିସ ରବର୍ଟ ଜେ ବ୍ରିଟେନ ସହ ଭାରତର ସୁ ସମ୍ପର୍କ ଥିବା ଓ ୧୯୯୨ ଇଣ୍ଡିଆ-ୟୁକେ ଏକ୍ସଟ୍ରାଡିସନ ଟ୍ରିଟି ସମ୍ମାନ କରିବା ଜରୁରି ବୋଲି କହିଥିଲେ। କୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ଗତବର୍ଷ ପ୍ରତ୍ୟାର୍ପଣ ମାମଲାରେ ୱେଷ୍ଟମିନେଷ୍ଟର କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଉପଯୁକ୍ତ ଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅନ୍ୟପଟେ ଲଣ୍ଡନରୁ ଫେରିଲେ ମୋଦୀଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ରହିବାକୁ ପଡ଼ିବ। ସେ ସମୟରେ ୪୯ ବର୍ଷୀୟ ନିରବ ମୋଦି ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିଲା। ବିଚାରପତି ସାମୁଏଲ୍ ଗୁଜି ରାୟ ପ୍ରଦାନ କରିବାବେଳେ ନିରବ ମୋଦି ନିଜର ମାନସିକ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଇଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। କୋର୍ଟ କହିଛନ୍ତି ଯେ ଯଦି ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ତାଙ୍କ ପ୍ରତି କୌଣସି ଅନ୍ୟାୟ ହେବ ନାହିଁ।ତେବେ ହାଇକୋର୍ଟଙ୍କ ରାୟ ଉପରେ ନିରବ ମୋଦିଙ୍କ ଟିମ୍‌ ଏ ପର୍ୟ୍ୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ କୁହାଯାଉଛି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ। ତେବେ ଏଥିରେ ମଧ୍ୟ ସମସ୍ୟା ରହିଛି। କାରଣ ହାଇକୋର୍ଟ ମାମଲାକୁ ଜନସ୍ୱାର୍ଥ ସମ୍ବଳିତ ବୋଲି କହିଛନ୍ତି। ଏଣୁ ନିରବଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳି ନ ପାରେ ବୋଲି ଆଶା କରାଯାଉଛି।

ସୂଚନା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୭ ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଋଣ ନେଇଥିଲେ । ପରେ ମାମଲା ରୁଜୁ ହେବାରୁ ନିରବ ମୋଦୀ ଭାରତ ଛାଡି ଲଣ୍ଡନ ଫେରାର ହୋଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି କରାଯାଉଥିଲା। ଏବଂ ନିରବ ମୋଦୀଙ୍କୁ ମାର୍ଚ୍ଚ ୧୯, ୨୦୧୯ରେ ଗିରଫ କରାଯାଇଥିଲା । ସେ ଓ୍ଵାଣ୍ଡସଓ୍ଵାର୍ଥ ଜେଲରେ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର