ରୁଷର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ; ୧୧ ସୈନିକ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ […]

ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସୂଚନା ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଏମାନେ ରୁଷ ସେନାରେ ଭଲିଣ୍ଟିଅର ଭାବେ କାମ କରୁଥିଲେ। ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ। ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ସୂଚନାଯୋଗ୍ୟ, ବେଲଗୋରୋଦ ଅଂଚଳ ୟୁକ୍ରେନ ସହିତ ସଂଯୁକ୍ତ ଥିବା ରୁଷର ପଶ୍ଚିମ ସୀମାରେ ଅବସ୍ଥିତ । ପୂର୍ବରୁ ଭ୍ଲାଦିମିର ପୁଟିନ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହା ଅଧୀନରେ ୩ ଲକ୍ଷ ରିଜର୍ଭ ଫୋର୍ସ ଯଥା ସାମରିକ ତାଲିମପ୍ରାପ୍ତ ସାଧାରଣ ନାଗରିକଙ୍କୁ ସେନାରେ ନିୟୋଜିତ କରାଯିବ ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର