ଅମିତ ଶାହାଙ୍କ ଭାଷଣ କମେଡ଼ି ସୋ ଭଳି ଲାଗୁଥିଲା : ତେଜସ୍ୱୀ ଯାଦବ

The Sakala Picture
Published On

ପାଟଣା: ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିହାର ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କହିଛନ୍ତି ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା। ସେ କାହାକୁ ଭୟଭୀତ କରିବାକୁ ଏଠାକୁ ଆସିଛନ୍ତି?ତେଜସ୍ୱୀ କହିଛନ୍ତି ଗୃହମନ୍ତ୍ରୀ ଭାଷଣ ସମୟରେ ଯେଉଁ ଭାଷା, ଶୈଳୀ ବ୍ୟବହାର କରୁଥିଲେ ଲାଗୁଥିଲା ଭାଷଣ ନୁହେଁ କମେଡ଼ି ଶୋ ଦେଖୁଛି। ସେ ମହଙ୍ଗା, ବେରୋଜଗାରୀ ଉପରେ କିଛି କହିନଥିଲେ। ମିଛ କହି […]

ପାଟଣା: ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିହାର ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କହିଛନ୍ତି ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା। ସେ କାହାକୁ ଭୟଭୀତ କରିବାକୁ ଏଠାକୁ ଆସିଛନ୍ତି?ତେଜସ୍ୱୀ କହିଛନ୍ତି ଗୃହମନ୍ତ୍ରୀ ଭାଷଣ ସମୟରେ ଯେଉଁ ଭାଷା, ଶୈଳୀ ବ୍ୟବହାର କରୁଥିଲେ ଲାଗୁଥିଲା ଭାଷଣ ନୁହେଁ କମେଡ଼ି ଶୋ ଦେଖୁଛି। ସେ ମହଙ୍ଗା, ବେରୋଜଗାରୀ ଉପରେ କିଛି କହିନଥିଲେ। ମିଛ କହି ମାହୋଲ ଗଡ଼ବଡ଼ କରିବାକୁ ଚେଷ୍ଟା କରିବେ ଓ କହିବେ ଜଙ୍ଗଲ ରାଜ ଚାଲିଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମରାବତୀକୁ ମିଳିଲା ବୈଧାନିକ ମାନ୍ୟତା

ସେ ଦେଶର ଗୃହମନ୍ତ୍ରୀ କିନ୍ତୁ ସେପରି ଦେଖାଯାଉଥିଲେ କି? ମୋ ପାଇଁ ସେ ଜଣେ ରାଜନୈତିକ ନେତା କିମ୍ବା ଗୃହମନ୍ତ୍ରୀ ନୁହଁନ୍ତି। ସେ କିପରି ଦେଖାଯାଉଥିଲେ ମୁଁ କହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି ତେଜସ୍ୱୀ।କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ କିଛି ନୂଆ କଥା କହିନାହାଁନ୍ତି। ଅମିତ ଶାହା କ’ଣ ପାଇଁ ଆସିଛନ୍ତି ଏବଂ ସେ କ’ଣ କହିବେ ତାହା ସମସ୍ତେ ଜାଣନ୍ତି। ଅମିତ ଶାହାଙ୍କ ବର୍ତ୍ତମାନ କିଛି କହିବାକୁ ବାକି ନାହିଁ।

ଆହୁରି ପଢ଼ନ୍ତୁ: ଯୀଶୁଖ୍ରୀଷ୍ଟଙ୍କ ଅବତାର ବୋଲି ନିଜକୁ ଦର୍ଶାଇଲେ ଡୋନାଲ୍ଡ ଟ୍ରମ୍ପ: ଟ୍ରୁଥ୍ ସୋସିଆଲରେ ଏଆଇ ଫଟୋ ଭାଇରାଲ୍

ଅନ୍ୟପଟେ ବିହାର ସରକାରଙ୍କ ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଆସି ରାଜ୍ୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି କରିବାକୁ ଆସିଛନ୍ତି। ହେଲେ ଏଠାରେ ସେ ସଫଳତା ପାଇବାକୁ ଯାଉନାହାଁନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି। ବିଜେପିର ବିଭାଜନ ନୀତି ବିହାର ରାଜନୀତିରେ କାମ କରିବ ନାହିଁ। ବିହାର ଲୋକେ କେବେ ଏଭଳି ଲୋକଙ୍କୁ କେବେ ଆଶ୍ରୟ ଦେଇନାହାଁନ୍ତି। ତାଙ୍କର ବିଭାଜନ ନୀତିର ଏକ ଅଂଶ ଭାବରେ ଅମିତ ଶାହ ରାଲି ପାଇଁ ସୀମାଞ୍ଚଳ କ୍ଷେତ୍ରକୁ ବାଛିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କୁ ଝଟକା ଦେଲା ଅଷ୍ଟ୍ରେଲିଆ: ସୂଚନା ଅଭାବ ଦର୍ଶାଇ ହର୍ମୁଜ୍ ଅବରୋଧକୁ ସମର୍ଥନ କରିବାକୁ ମନା କଲେ ପ୍ରଧାନମନ୍ତ୍ରୀ

ବିହାର ବିଜେପି ପକ୍ଷରୁ ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେ, ‘ ବର୍ତ୍ତମାନ ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ପିଠିରେ ଛୁରୀ ମାରିବା ପରେ ଆରଜେଡି-କଂଗ୍ରେସ କୋଳରେ ଯାଇ ବସି ଯାଇଛନ୍ତି। ନୀତୀଶ ବାବୁ, ବର୍ତ୍ତମାନ ଦେଶର ଲୋକେ ସଚେତନ ହୋଇ ଉଠିଛନ୍ତି। ସ୍ୱାର୍ଥପରତା ଏବଂ କୁଟୀଳ ରାଜନୀତିରେ କେହି କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ବିକାଶ କାର୍ଯ୍ୟ କରି, ନିଜ ଆଦର୍ଶରେ ଉତ୍ସର୍ଗୀକୃତ ହୋଇ ଏବଂ ଦେଶର ନିରାପତ୍ତା ସୁନିଶ୍ଚିତ କରିବା ପରେ ଦେଶବାସୀ କାହାକୁ ସେମାନଙ୍କ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଥାନ୍ତି ବୋଲି ଶାହା କହିଥିଲେ।

23 Sep 2022 By The Sakala

ଅମିତ ଶାହାଙ୍କ ଭାଷଣ କମେଡ଼ି ସୋ ଭଳି ଲାଗୁଥିଲା : ତେଜସ୍ୱୀ ଯାଦବ

ପାଟଣା: ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିହାର ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କହିଛନ୍ତି ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା। ସେ କାହାକୁ ଭୟଭୀତ କରିବାକୁ ଏଠାକୁ ଆସିଛନ୍ତି?ତେଜସ୍ୱୀ କହିଛନ୍ତି ଗୃହମନ୍ତ୍ରୀ ଭାଷଣ ସମୟରେ ଯେଉଁ ଭାଷା, ଶୈଳୀ ବ୍ୟବହାର କରୁଥିଲେ ଲାଗୁଥିଲା ଭାଷଣ ନୁହେଁ କମେଡ଼ି ଶୋ ଦେଖୁଛି। ସେ ମହଙ୍ଗା, ବେରୋଜଗାରୀ ଉପରେ କିଛି କହିନଥିଲେ। ମିଛ କହି ମାହୋଲ ଗଡ଼ବଡ଼ କରିବାକୁ ଚେଷ୍ଟା କରିବେ ଓ କହିବେ ଜଙ୍ଗଲ ରାଜ ଚାଲିଛି।

ସେ ଦେଶର ଗୃହମନ୍ତ୍ରୀ କିନ୍ତୁ ସେପରି ଦେଖାଯାଉଥିଲେ କି? ମୋ ପାଇଁ ସେ ଜଣେ ରାଜନୈତିକ ନେତା କିମ୍ବା ଗୃହମନ୍ତ୍ରୀ ନୁହଁନ୍ତି। ସେ କିପରି ଦେଖାଯାଉଥିଲେ ମୁଁ କହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି ତେଜସ୍ୱୀ।କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ କିଛି ନୂଆ କଥା କହିନାହାଁନ୍ତି। ଅମିତ ଶାହା କ’ଣ ପାଇଁ ଆସିଛନ୍ତି ଏବଂ ସେ କ’ଣ କହିବେ ତାହା ସମସ୍ତେ ଜାଣନ୍ତି। ଅମିତ ଶାହାଙ୍କ ବର୍ତ୍ତମାନ କିଛି କହିବାକୁ ବାକି ନାହିଁ।

ଅନ୍ୟପଟେ ବିହାର ସରକାରଙ୍କ ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଆସି ରାଜ୍ୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି କରିବାକୁ ଆସିଛନ୍ତି। ହେଲେ ଏଠାରେ ସେ ସଫଳତା ପାଇବାକୁ ଯାଉନାହାଁନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି। ବିଜେପିର ବିଭାଜନ ନୀତି ବିହାର ରାଜନୀତିରେ କାମ କରିବ ନାହିଁ। ବିହାର ଲୋକେ କେବେ ଏଭଳି ଲୋକଙ୍କୁ କେବେ ଆଶ୍ରୟ ଦେଇନାହାଁନ୍ତି। ତାଙ୍କର ବିଭାଜନ ନୀତିର ଏକ ଅଂଶ ଭାବରେ ଅମିତ ଶାହ ରାଲି ପାଇଁ ସୀମାଞ୍ଚଳ କ୍ଷେତ୍ରକୁ ବାଛିଛନ୍ତି।

ବିହାର ବିଜେପି ପକ୍ଷରୁ ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେ, ‘ ବର୍ତ୍ତମାନ ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ପିଠିରେ ଛୁରୀ ମାରିବା ପରେ ଆରଜେଡି-କଂଗ୍ରେସ କୋଳରେ ଯାଇ ବସି ଯାଇଛନ୍ତି। ନୀତୀଶ ବାବୁ, ବର୍ତ୍ତମାନ ଦେଶର ଲୋକେ ସଚେତନ ହୋଇ ଉଠିଛନ୍ତି। ସ୍ୱାର୍ଥପରତା ଏବଂ କୁଟୀଳ ରାଜନୀତିରେ କେହି କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ବିକାଶ କାର୍ଯ୍ୟ କରି, ନିଜ ଆଦର୍ଶରେ ଉତ୍ସର୍ଗୀକୃତ ହୋଇ ଏବଂ ଦେଶର ନିରାପତ୍ତା ସୁନିଶ୍ଚିତ କରିବା ପରେ ଦେଶବାସୀ କାହାକୁ ସେମାନଙ୍କ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଥାନ୍ତି ବୋଲି ଶାହା କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର