ଟ୍ରାଫିକ୍ ସିଗ୍ନାଲରେ ନ ରହିବାରୁ ନାବାଳକଙ୍କୁ ଗୁଳି; ଜଳୁଛି ଫ୍ରାନ୍ସ, ୧୫୦ ପ୍ରଦର୍ଶନକାରୀ ଗିରଫ
ପ୍ୟାରିସ: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ର ନେନ୍ତେରେରେ ଟ୍ରାଫିକ୍ ସିଗ୍ନାଲରେ ନ ରହିବାରୁ ଜଣେ ନାବାଳକ (୧୭) ପୁଲିସ ଗୁଳି ମାରି ହତ୍ୟା କରିଛି। ଏହାକୁ ନେଇ ଫ୍ରାନ୍ସରେ ତୀବ୍ର ହିଂସା ହୋଇଛି। ଦୁଇ ଦିନ ହେଲା ଫ୍ରାନ୍ସ ଜଳୁଛି। ହଜାର ହଜାର ଲୋକ ବୁଧବାର ରାତିରୁ ପ୍ୟାରିସ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରଦର୍ଶନକାରୀ ଅନେକ କୋଠା ଏବଂ କାର୍କୁ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ବାଣ ଫୋପଡ଼ା ଯାଉଛି। ହିଂସାକୁ ନେଇ ପୁଲିସ ୧୫୦ରୁ […]
ପ୍ୟାରିସ: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ର ନେନ୍ତେରେରେ ଟ୍ରାଫିକ୍ ସିଗ୍ନାଲରେ ନ ରହିବାରୁ ଜଣେ ନାବାଳକ (୧୭) ପୁଲିସ ଗୁଳି ମାରି ହତ୍ୟା କରିଛି। ଏହାକୁ ନେଇ ଫ୍ରାନ୍ସରେ ତୀବ୍ର ହିଂସା ହୋଇଛି। ଦୁଇ ଦିନ ହେଲା ଫ୍ରାନ୍ସ ଜଳୁଛି। ହଜାର ହଜାର ଲୋକ ବୁଧବାର ରାତିରୁ ପ୍ୟାରିସ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରଦର୍ଶନକାରୀ ଅନେକ କୋଠା ଏବଂ କାର୍କୁ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ବାଣ ଫୋପଡ଼ା ଯାଉଛି। ହିଂସାକୁ ନେଇ ପୁଲିସ ୧୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କଲାଣି। ନାବାଳକଙ୍କୁ ଗୁଳି ମାରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଡ଼କୁ ଅଟକାଇବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଏହା ଘଟଣାକୁ ନେଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜରୁରୀ ବୈଠକ ଡକାଇଛନ୍ତି। ଏହାକୁ ନେଇ ସାରା ଦେଶରେ ଦୁଃଖର ବାତାବରଣ ଖେଳିଯାଇଛି। କୌଣସି ସ୍ଥିତିରେ ଏହି ହତ୍ୟାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦୁଇ ପୁଲିସ କର୍ମଚାରୀ ହଳଦିଆ ରଙ୍ଗର ଏକ କାର୍କୁ ଅଟକାଇ ଥିଲେ। ଏହାକୁ ନେଇ ଡ୍ରାଇଭର ନାହେଲ ଏବଂ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ତୀବ୍ର ରୂପ ନେବାରୁ ପୁଲିସ ଡ୍ରାଇଭରଙ୍କ ମୁଣ୍ଡକୁ ଗୁଳି ମାରି ଦେଇଥିଲେ। ଏହା ପରେ ଡ୍ରାଇଭର ଦ୍ରୁତଗତିରେ ଚଲାଇ ଥିଲେ। କାର୍ କିଛି ଦୂର ଯିବାପରେ ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଘଟଣାସ୍ଥଳରେ ନାବାଳକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା।