ବିକ୍ରି ହୋଇଗଲା କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ, ୧୨ ହଜାର ଶହେ କୋଟିରେ କିଣିଲା ଟାଟା

The Sakala Picture
Published On

ନୂଆଦିଲ୍ଲୀ : ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି । ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ  ମଧ୍ୟ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲ ଉପରେ ମୋହର […]

ନୂଆଦିଲ୍ଲୀ : ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି । ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ  ମଧ୍ୟ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲ ଉପରେ ମୋହର ମାରିଛି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ଇରାନର ନୂଆ ପ୍ରସ୍ତାବ: ପାକିସ୍ତାନ ମାଧ୍ୟମରେ ଆମେରିକାକୁ ବାର୍ତ୍ତା

ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ ।ଏଥିରେ ମଧ୍ୟ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଥିଲା । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ବର୍ଷକୁ ୧.୧ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ କରୁଥିଲା। କିନ୍ତୁ ଲଗାତାର କ୍ଷତି ଫଳରେ ଗତ ୩୦ ମାର୍ଚ୍ଚ ୨୦୨୦ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ତାଲା ଝୁଲିଥିଲା । ଋଣଭାରରେ ବୁଡି ରହିଥିଲା କମ୍ପାନି । କର୍ମଚାରୀଙ୍କୁ ଦରମା ଦେଇ କମ୍ପାନି ଚଳାଇବା ସମ୍ଭବ ନ ହେବାରୁ ଏହାକୁ ବନ୍ଦ କରାଯାଇଥିଲା । କମ୍ପାନିର ପ୍ରାୟ ୬୬୦୦ କୋଟିର ଋଣ ଓ ବକେୟା ରହିଛି ।

31 Jan 2022 By The Sakala

ବିକ୍ରି ହୋଇଗଲା କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ, ୧୨ ହଜାର ଶହେ କୋଟିରେ କିଣିଲା ଟାଟା

ନୂଆଦିଲ୍ଲୀ : ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି । ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ  ମଧ୍ୟ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲ ଉପରେ ମୋହର ମାରିଛି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ ।ଏଥିରେ ମଧ୍ୟ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଥିଲା । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ବର୍ଷକୁ ୧.୧ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ କରୁଥିଲା। କିନ୍ତୁ ଲଗାତାର କ୍ଷତି ଫଳରେ ଗତ ୩୦ ମାର୍ଚ୍ଚ ୨୦୨୦ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ତାଲା ଝୁଲିଥିଲା । ଋଣଭାରରେ ବୁଡି ରହିଥିଲା କମ୍ପାନି । କର୍ମଚାରୀଙ୍କୁ ଦରମା ଦେଇ କମ୍ପାନି ଚଳାଇବା ସମ୍ଭବ ନ ହେବାରୁ ଏହାକୁ ବନ୍ଦ କରାଯାଇଥିଲା । କମ୍ପାନିର ପ୍ରାୟ ୬୬୦୦ କୋଟିର ଋଣ ଓ ବକେୟା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର