ନୂପୁର ଶର୍ମାଙ୍କୁ ସମର୍ଥନ କଲେ ତସ୍‌ଲିମା ନସ୍‌ରିନ୍‌, ଟ୍ବିଟ୍‌ କରି ମୁସଲମାନ ଚରମପନ୍ଥୀଙ୍କୁ କଲେ ସମାଲୋଚନା

The Sakala Picture
Published On

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ମୁଖପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଅନେକ ରାଜ୍ୟରେ ଜୁମାର ନମାଜ ପରେ ଶୁକ୍ରବାର ହିଂସା ହୋଇଥିଲା। ତେବେ ବାଂଲାଦେଶର ଚର୍ଚ୍ଚିତ ଲେଖିକା ତସଲିମା ନସରିନ ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି। Even if prophet Muhammad was alive today, he would have been shocked to see the madness of the Muslim […]

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ମୁଖପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଅନେକ ରାଜ୍ୟରେ ଜୁମାର ନମାଜ ପରେ ଶୁକ୍ରବାର ହିଂସା ହୋଇଥିଲା। ତେବେ ବାଂଲାଦେଶର ଚର୍ଚ୍ଚିତ ଲେଖିକା ତସଲିମା ନସରିନ ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ମାମଲା: ୧୯ ଘଣ୍ଟା ଧରି ଚାଲିଲା SIT ତଦନ୍ତ, ଅଭିଯୋଗକୁ ଖଣ୍ଡନ କଲେ ଟିନ୍ନୁ ଯାଦବ

ସେ ଶର୍ମାଙ୍କ ବିରୋଧରେ ହେଉଥିବା ହିଂସାକୁ ତୀବ୍ର ସମାଲୋଚନା କରିଛନ୍ତି। ପୈଗମ୍ବର ମହମ୍ମଦ ଆଜି ବଞ୍ଚିଥିଲେ ସାରା ବିଶ୍ବରେ ମୁସଲମାନ ଚରମପନ୍ଥୀମାନେ ଚଲାଇଥିବା ପାଗଳପଣକୁ ଦେଖି ଚକିତ ହୋଇଯାଇଥାନ୍ତେ ବୋଲି କହିଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ ଯଦି ଆଜି ପ୍ରଫେଟ ମହମ୍ମଦ ବଞ୍ଚିଥାନ୍ତେ ତେବେ ସେ ଏଭଳି ହିଂସାତ୍ମକ ଆନ୍ଦୋଳନକୁ ଦେଖି ବିସ୍ମିତ ହୋଇଯାଇଥାନ୍ତେ। ସାରା ବିଶ୍ବରେ ମୁସଲମାନ ଚରମପନ୍ଥୀଙ୍କ ପାଗଳପଣକୁ ଦେଖି ନିଶ୍ଚୟ ଚକିତ ହୋଇଥାନ୍ତେ। ସମାଲୋଚନାଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି । କୌଣସି ମାନବ, ଋଷି, ମସିହା, ପ୍ରଫେଟ  ଏମିତିକି ଭଗବାନ ମଧ୍ୟ ଏଥିରୁ ବାଦ୍‌ ନୁହଁନ୍ତି। ବିଶ୍ବକୁ ଏକ ଶେଷ୍ଠତମ ସ୍ଥାନରେ ପରିଣତ କରିବାକୁ ହେଲେ  ହେଲେ ଜଟିଳ ଅନୁଧ୍ୟାନ ଜରୁରୀ। ସୂଚନାଯୋଗ୍ୟ ଯେ ତସଲିମା ଏବେ ଭାରତରେ ଅଛନ୍ତି।

12 Jun 2022 By The Sakala

ନୂପୁର ଶର୍ମାଙ୍କୁ ସମର୍ଥନ କଲେ ତସ୍‌ଲିମା ନସ୍‌ରିନ୍‌, ଟ୍ବିଟ୍‌ କରି ମୁସଲମାନ ଚରମପନ୍ଥୀଙ୍କୁ କଲେ ସମାଲୋଚନା

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ମୁଖପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଅନେକ ରାଜ୍ୟରେ ଜୁମାର ନମାଜ ପରେ ଶୁକ୍ରବାର ହିଂସା ହୋଇଥିଲା। ତେବେ ବାଂଲାଦେଶର ଚର୍ଚ୍ଚିତ ଲେଖିକା ତସଲିମା ନସରିନ ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି।

ସେ ଶର୍ମାଙ୍କ ବିରୋଧରେ ହେଉଥିବା ହିଂସାକୁ ତୀବ୍ର ସମାଲୋଚନା କରିଛନ୍ତି। ପୈଗମ୍ବର ମହମ୍ମଦ ଆଜି ବଞ୍ଚିଥିଲେ ସାରା ବିଶ୍ବରେ ମୁସଲମାନ ଚରମପନ୍ଥୀମାନେ ଚଲାଇଥିବା ପାଗଳପଣକୁ ଦେଖି ଚକିତ ହୋଇଯାଇଥାନ୍ତେ ବୋଲି କହିଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ ଯଦି ଆଜି ପ୍ରଫେଟ ମହମ୍ମଦ ବଞ୍ଚିଥାନ୍ତେ ତେବେ ସେ ଏଭଳି ହିଂସାତ୍ମକ ଆନ୍ଦୋଳନକୁ ଦେଖି ବିସ୍ମିତ ହୋଇଯାଇଥାନ୍ତେ। ସାରା ବିଶ୍ବରେ ମୁସଲମାନ ଚରମପନ୍ଥୀଙ୍କ ପାଗଳପଣକୁ ଦେଖି ନିଶ୍ଚୟ ଚକିତ ହୋଇଥାନ୍ତେ। ସମାଲୋଚନାଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି । କୌଣସି ମାନବ, ଋଷି, ମସିହା, ପ୍ରଫେଟ  ଏମିତିକି ଭଗବାନ ମଧ୍ୟ ଏଥିରୁ ବାଦ୍‌ ନୁହଁନ୍ତି। ବିଶ୍ବକୁ ଏକ ଶେଷ୍ଠତମ ସ୍ଥାନରେ ପରିଣତ କରିବାକୁ ହେଲେ  ହେଲେ ଜଟିଳ ଅନୁଧ୍ୟାନ ଜରୁରୀ। ସୂଚନାଯୋଗ୍ୟ ଯେ ତସଲିମା ଏବେ ଭାରତରେ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର