ଲକଡାଉନରେ ଟଙ୍କା ଅଭାବରୁ ବାପା ସାଜିଲା ବଳଦ

The Sakala Picture
Published On

ଚେନ୍ନାଇ: ତାମିଲନାଡ଼ୁର ଥିରୁଥାନୀ ଜିଲ୍ଲା ଅନ୍ତର୍ଗତ ଅଗୁରରେ ଏକ ଅଭବାନୀୟ ଟିତ୍ର ଦେଖିବାକୁ ମିଳିଛି। କରୋନା ଲକଡାଉନ ଜଣେ ମିଣିଷକୁ  ବଳଦ ସଜାଇଦେଇଛି। ପଖାରେ ଟଙ୍କା ନ ଥିବାରୁ  ସାଇକେଲରେ ଜଣେ ହଳ କରୁଥିବାର ଦେଖିବାକୁ ମିଳିଛି। ସେ  ନିଜେ ବଳଦ ସାଜିଥିବା ବେଳେ ପୁଅ ଧରିଛି ସାଇକେଲ ଲଙ୍ଗଳ। ସୂଚନା ଅନୁଯାୟୀ, ଥିରୁଥାନୀ ଜିଲ୍ଲାର ଅଗୁରରେ ରହୁଥିବା ୩୭ ବର୍ଷୀୟ ନାଗରାଜ କରଜ ଆଣି ବିଲରେ ଚମ୍ପା ଚାଷ କରିଥିଲେ । ଆଶା ଥିଲା ଭଲ […]

ଚେନ୍ନାଇ: ତାମିଲନାଡ଼ୁର ଥିରୁଥାନୀ ଜିଲ୍ଲା ଅନ୍ତର୍ଗତ ଅଗୁରରେ ଏକ ଅଭବାନୀୟ ଟିତ୍ର ଦେଖିବାକୁ ମିଳିଛି। କରୋନା ଲକଡାଉନ ଜଣେ ମିଣିଷକୁ  ବଳଦ ସଜାଇଦେଇଛି। ପଖାରେ ଟଙ୍କା ନ ଥିବାରୁ  ସାଇକେଲରେ ଜଣେ ହଳ କରୁଥିବାର ଦେଖିବାକୁ ମିଳିଛି। ସେ  ନିଜେ ବଳଦ ସାଜିଥିବା ବେଳେ ପୁଅ ଧରିଛି ସାଇକେଲ ଲଙ୍ଗଳ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

tamil

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ସୂଚନା ଅନୁଯାୟୀ, ଥିରୁଥାନୀ ଜିଲ୍ଲାର ଅଗୁରରେ ରହୁଥିବା ୩୭ ବର୍ଷୀୟ ନାଗରାଜ କରଜ ଆଣି ବିଲରେ ଚମ୍ପା ଚାଷ କରିଥିଲେ । ଆଶା ଥିଲା ଭଲ ଚମ୍ପା ଫୁଲ ହେଲେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ନେବେ । ବିବାହ, ବ୍ରତରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରି ପରିବାର ପୋଷିବେ ।ଆଶାର ବିଶ୍ୱାସରେ ଇନ୍ଧନ ଭରି ଆସୁଥିବା ବେଳେ ହଠାତ୍ କରୋନା ପାଇଁ ସରକାର ଘୋଷଣା କରି ଦେଲେ ଲକଡାଉନ୍ । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଗଲା ମନ୍ଦିର । ଠପ୍ ହୋଇଗଲା ଜାକଜମକରେ ହେଉଥିବା ବାହାଘର । ଫଳରେ ଅମଳ ଫୁଲ ବିକ୍ରି ହୋଇ ପାରିଲା ନାହିଁ । ଏଭଳି ଦୁଃସ୍ଥିତିରେ ବର୍ଷେ ଚଳିବା ପରେ ନାଗରାଜ ପୁଣି ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ । ପାଖରେ ବେଶି ଟଙ୍କା ନଥିବାରୁ ଟ୍ରାକ୍ଟରରେ ହଳ କରିବା ସମ୍ଭବ ନଥିଲା । ଶେଷରେ ପୁଅକୁ ପାଠ ପଢ଼ିବା ପାଇଁ ସରକାର ଦେଇଥିବା ସାଇକେଲକୁ ଜୁଆଳି କରି ଚାଷ ଆରମ୍ଭ କରିଥିଲେ ନାଗରାଜ । ତାଙ୍କ ସହ ପୂରା ପରିବାର ବି ଚାଷରେ ଲାଗି ପଡ଼ିଥିଲା । ୬ ମାସର ପରିଶ୍ରମ ପରେ ଅପେକ୍ଷାର ଫୁଲ ଫୁଟିବା ବେଳକୁ ପୁଣି ଲକଡାଉନ୍ ହୋଇଗଲା ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ଏନେଇ ନାଗରାଜ କୁହନ୍ତି ଯେ, ମୁଁ ମୋ ପୁଅର ସାଇକେଲକୁ ଚାଷ କାର୍ଯ୍ଯରେ ବ୍ୟବହାର କରୁଛି । ଏମିତିରେ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । କେଉଁଠାରୁ କିଛି ସାହାଯ୍ୟ ନ ମିଳିବା ପରେ ଖେତ ହଳ କରିବା ପାଇଁ ମୁଁ ଏ ରାସ୍ତା ବାହାର କରିଛି । ଏ କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର