ତାଲିବାନର ଦୋମୁହାଁ ନୀତି: ‘ଜାମ୍ମୁ କାଶ୍ମୀରର ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ଅଛି’

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କୀ ଶାସନ କରୁଥିବା ବେଳେ ନିଜ ଦେଶର ନାଗରିକଙ୍କୁ ସୁ୍‌ରକ୍ଷା ଦେଇ ପାରୁ ନ ଥିବା ତାଲିବାନ ଭାରତ ବିରୋଧୀ ମନ୍ତବ୍ଯ ଦେବା ଆରମ୍ଭ କରିଛି।  ଗୋଟିଏ ପଟେ ତାଲିବାନ ଦୋହାରେ ଭାରତ ସହ କଥାବାର୍ତ୍ତା କରୁଛି । ଅନ୍ୟ ପଟେ ଏହାର ମୁଖପାତ୍ର କାଶ୍ମୀର ପ୍ରସଙ୍ଗରେ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି। ଚୀନ୍‌ରେ ଉଇଗର ମୁସଲମାନମାନଙ୍କ ଦମନ ଉପରେ ନୀରବ ରହିଥିବା ତାଲିବାନ କହିଛି ଯେ ଜାମ୍ମୁ କାଶ୍ମୀର ସମେତ ସମଗ୍ର […]

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କୀ ଶାସନ କରୁଥିବା ବେଳେ ନିଜ ଦେଶର ନାଗରିକଙ୍କୁ ସୁ୍‌ରକ୍ଷା ଦେଇ ପାରୁ ନ ଥିବା ତାଲିବାନ ଭାରତ ବିରୋଧୀ ମନ୍ତବ୍ଯ ଦେବା ଆରମ୍ଭ କରିଛି।  ଗୋଟିଏ ପଟେ ତାଲିବାନ ଦୋହାରେ ଭାରତ ସହ କଥାବାର୍ତ୍ତା କରୁଛି । ଅନ୍ୟ ପଟେ ଏହାର ମୁଖପାତ୍ର କାଶ୍ମୀର ପ୍ରସଙ୍ଗରେ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି। ଚୀନ୍‌ରେ ଉଇଗର ମୁସଲମାନମାନଙ୍କ ଦମନ ଉପରେ ନୀରବ ରହିଥିବା ତାଲିବାନ କହିଛି ଯେ ଜାମ୍ମୁ କାଶ୍ମୀର ସମେତ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର  ରହିଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ୍ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ତାଲିବାନ ଏପରି ଏକ ସମୟରେ ତାର ମତ ମତ ରଖିଛି ଯେତେବେଳେ ଦିନକ ପୂର୍ବରୁ ଅଲକାଏଦା କାଶ୍ମୀର ପ୍ରସଙ୍ଗରେ ତାଲିବାନୀଙ୍କ ସାହାଯ୍ୟ ଲୋଡିଥିଲା। ତେବେ ଏହାପୂର୍ବରୁ ତାଲିବାନ ନେତୃତ୍ୱ କହିଥିଲେ ଯେ,  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ପ୍ରସଙ୍ଗରେ ଜଡିତ ହେବ ନାହିଁ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ବିବିସି ଉର୍ଦ୍ଦୁକୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ତାଙ୍କ ସଂଗଠନର ଅଧିକାର ରହିଛି। ଏଥି ସହିତ ସୁହେଲ ଆମେରିକା ସହ ଦୋହା ଚୁକ୍ତି ସମ୍ପର୍କରେ କହିଛନ୍ତି ଯେ ଆମେ କୌଣସି ଦେଶ ବିରୋଧରେ ସଶସ୍ତ୍ର ଅପରେସନ କରିବୁ ନାହିଁ।  ମୁସଲମାନ ଭାବରେ ଭାରତର କାଶ୍ମୀର କିମ୍ବା ଅନ୍ୟ କୌଣସି ଦେଶରେ ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ଅଛି।ମୁସଲମାନମାନଙ୍କ ସହ ସମାନତା ପାଇଁ ଆମେ ସମସ୍ତ ଦେଶକୁ ନିବେଦନ କରିବୁ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ଅଗଷ୍ଟ ୩୧ରେ ଭାରତ ପ୍ରଥମ ଥର ପାଇଁ ତାଲିବାନ ସହିତ ସରକାରୀ ଆଲୋଚନା କରିଥିଲା। ତାଲିବାନ ନେତା ଶେର ମହମ୍ମଦ ଅବ୍ବାସଙ୍କ ସହ ଭାରତର ଆଲୋଚନା ହୋଇଥିଲା। ଏହି ବୈଠକରେ ଭାରତ କହିଥିଲା ଆଫଗାନିସ୍ତାନ ଭାରତ ବିରୋଧୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦକୁ ପାଇଁ କୌଣସି ପ୍ରକାରରେ ପ୍ରୋତ୍ସାହନ ଯୋଗାଇବା ନାହିଁ।। ହେଲେ ଏବେ ଜାମ୍ମୁ- କାଶ୍ମୀର ପ୍ରସଙ୍କରେ ଦେଇଥିବା ମନ୍ତବ୍ଯରୁ ତାଲିବାନର ଦୋମୁହାଁ ନୀତି ଆପଣାଇଥିବା ଜଣାପଡ଼ିଛି।

ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକି ହତ୍ୟା ସହ ଜଡିତ ପ୍ରଶ୍ନ ଉପରେ ଶାହିନ୍ କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଏହା ଘଟିଛି ସେ ଜାଣି ନାହାଁନ୍ତି।  ଏକ ସଂଘର୍ଷରେ ଡାନିଶଙ୍କର ମୃତ୍ୟୁ ଘଟିଛି। ରଏଟର୍ସ ସହିତ ଜଡିତ ଥିବା ଦାନିଶଙ୍କୁ ଆଫଗାନିସ୍ତାନରେ ହତ୍ୟା କରାଯାଇଥିଲା, ଯାହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା। ତାଲିବାନୀ ଆତଙ୍କୀମାନେ ଘରକୁ ଘରକୁ ଯାଇ ନିରିହ ନାଗରିକଙ୍କୁ ଟାର୍ଗେଟ କରୁଥିବା ଖବରକୁ ମଧ୍ଯ ଶାହିନ୍ ଖଣ୍ଡନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର