ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଏହାସହିତ ପୁନର୍ବାର କାହିଁକି ନିଟ୍ ପରୀକ୍ଷା କରାଯିବ ନାହିଁ ସେନେଇ କାରଣ ଦର୍ଶାଇଛନ୍ତି। ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ […]

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଏହାସହିତ ପୁନର୍ବାର କାହିଁକି ନିଟ୍ ପରୀକ୍ଷା କରାଯିବ ନାହିଁ ସେନେଇ କାରଣ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ରହିଛି। ଅଭିଯୁକ୍ତମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିଲେ। ଅଭିଯୁକ୍ତ ନୀତୀଶ କୁମାର, ଅମିତ ଆନନ୍ଦ, ଶିକନ୍ଦର ୟାଦବେନ୍ଦୁ, ଆଶୁତୋଷ କୁମାର ୱାନ, ଆଶୁତୋଷ କୁମାର ଟୁ, ରୋଶନ କୁମାର ମନୀଷ ପ୍ରକାଶ, ଅଖିଳେଖ କୁମାର, ଅଭଦେଶ କୁମାର, ଅନୁରାଦ ଯାଦବ, ଅଭିଷେକ କୁମାର, ଶିବାନନ୍ଦ କୁମାର, ଆୟୂଷ ରାଜ ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ଯ ଅନିୟମିତତାରେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ସିବିଆଇ କହିଛି ଫରେନସିକ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଛି । ମାମଲାରେ ଏଯାଏଁ ୪୦ ଜଣ ଗିରଫ ହୋଇଛନ୍ତି । ବିହାର ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ସିବିଆଇ ୫୮ଟି ସ୍ଥାନରେ ଯାଞ୍ଚ କରିଥିବାବେଳେ ୬ଟି ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

02 Aug 2024 By The Sakala

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଏହାସହିତ ପୁନର୍ବାର କାହିଁକି ନିଟ୍ ପରୀକ୍ଷା କରାଯିବ ନାହିଁ ସେନେଇ କାରଣ ଦର୍ଶାଇଛନ୍ତି।

ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ରହିଛି। ଅଭିଯୁକ୍ତମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିଲେ। ଅଭିଯୁକ୍ତ ନୀତୀଶ କୁମାର, ଅମିତ ଆନନ୍ଦ, ଶିକନ୍ଦର ୟାଦବେନ୍ଦୁ, ଆଶୁତୋଷ କୁମାର ୱାନ, ଆଶୁତୋଷ କୁମାର ଟୁ, ରୋଶନ କୁମାର ମନୀଷ ପ୍ରକାଶ, ଅଖିଳେଖ କୁମାର, ଅଭଦେଶ କୁମାର, ଅନୁରାଦ ଯାଦବ, ଅଭିଷେକ କୁମାର, ଶିବାନନ୍ଦ କୁମାର, ଆୟୂଷ ରାଜ ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ଯ ଅନିୟମିତତାରେ ସାମିଲ ହୋଇଥିଲେ ।

ସିବିଆଇ କହିଛି ଫରେନସିକ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଛି । ମାମଲାରେ ଏଯାଏଁ ୪୦ ଜଣ ଗିରଫ ହୋଇଛନ୍ତି । ବିହାର ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ସିବିଆଇ ୫୮ଟି ସ୍ଥାନରେ ଯାଞ୍ଚ କରିଥିବାବେଳେ ୬ଟି ମାମଲା ରୁଜୁ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର