ସମଲିଙ୍ଗୀ ବିବାହ ପ୍ରସଙ୍ଗ: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି, ବିଚାର କରିବେ ୫ଜଣିଆ ଖଣ୍ଡପୀଠ

The Sakala Picture
Published On

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରିବେ। ଆସନ୍ତା ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ କରିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନ ପରିପ୍ରେକ୍ଷୀେର ସୋମବାର ପ୍ରଧାନବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଗୋଟିଏ ପକ୍ଷରେ ସାମ୍ବିଧାନିକ ଅଧିକାରର ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ […]

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରିବେ। ଆସନ୍ତା ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ କରିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନ ପରିପ୍ରେକ୍ଷୀେର ସୋମବାର ପ୍ରଧାନବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଗୋଟିଏ ପକ୍ଷରେ ସାମ୍ବିଧାନିକ ଅଧିକାରର ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ସ୍ବତନ୍ତ୍ର ବିବାହ ଆଇନର ଦିଗକୁ ମଧ୍ୟ ବିଚାର କରିବାକୁ ପଡ଼ିବ। ଏହାବ୍ୟତୀତ ଏହି ପ୍ରସଙ୍ଗରେ ବିଚାର କରିବାକୁ ହେଲେ ପ୍ରଜନନ ଦିଗକୁ ମଧ୍ୟ ଗୁରୁତ୍ବ ଦେବାକୁ ପଡ଼ିବ। ତେଣୁ ଏକ ସାମ୍ବିଧାନିକ ଖଣ୍ଡପୀଠ ଦ୍ବାରା ଏହାର ଶୁଣାଣି କରାଯିବା ଉଚିତ ହେବ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସମ୍ବିଧାନର ଧାରା ୧୪୫(୩)କୁ ସମ୍ମାନ ଦେବା ସହିତ ଏହି ପ୍ରସଙ୍ଗରେ ଶୁଣାଣି କରାଯିବ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜଷ୍ଟିସ୍‌ ପି ଏସ ନରସିଂମା ଏବଂ ଜଷ୍ଟିସ୍‌ ଜେ ବି ପର୍ଦ୍ଦିୱାଲାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏପ୍ରିଲ ୧୮ ତାରିଖରେ ଏହାର ଶୁଣାଣି କରିବେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଉଲ୍ଳେଖଯୋଗ୍ୟ ଯେ, ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବା ପୂର୍ବରୁ କେନ୍ଦ୍ର ସରକାର ଗତକାଲି ତାଙ୍କର ମତାମତ ସତ୍ୟପାଠ ମାଧ୍ୟମରେ ଦାଖଲ କରି ଏହାକୁ ମଞ୍ଜୁରୀ ନ ଦେବାକୁ ଅପିଲ କରିଥିଲେ। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଗଲେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ଗୋଟିଏ ପରିବାରକୁ ନେଇ ଯେଉଁ ପରିକଳ୍ପନା ରହିଛି ତାହାର ମହତ୍ତ୍ବ ରହିବ ନାହିଁ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ କହିଥିଲେ। ତେବେ ସୋମବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ବିଚାର କରିବାକୁ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠଙ୍କୁ ସୁପାରିସ୍ କରିଛନ୍ତି। ତିନି ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଜବାବ ରଖିବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ଏହି ମାମଲାର ଶୁଣାଣି ସିଧା ପ୍ରସାରଣ ହେବ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର