ବେତନ ଓ ପେନ୍‌ସନରେ ଯାଉଛି ବଜେଟର ୬୨ ପ୍ରତିଶତ; ବିକାଶ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାକୁ ପଇସା ନାହିଁ...

ରାଜ୍ୟର ସ୍ଥିତିକୁ ଦୁର୍ବଳ କରୁଛି ମାଗଣା ସହାୟତା

Deviprasad Mohanty Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ରାଜ୍ୟଗୁଡ଼ିକ ଏକ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ଅର୍ଥାଭାବ ସ୍ଥିତି ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଇବାର କ୍ଷମତାକୁ ପ୍ରଭାବିତ କରିଛି। କେବଳ ଦରମା ଓ ପେନସନ ବାବଦରେ ରାଜ୍ୟଗୁଡ଼ିକ ବଜେଟ୍‌ର ୬୨% ବ୍ୟୟ କରୁଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଷ୍ଟେଟ୍‌ ଅଫ୍‌ ଷ୍ଟେଟ୍‌ ଫାଇନାନ୍ସ ୨୦୨୫ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବଜେଟ୍‌ ଡକ୍ୟୁମେଣ୍ଟ, ଅଡିଟ୍‌ ଆକାଉଣ୍ଟରୁ ତଥ୍ୟ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକବର୍ଷ ୨୦୨୪ରେ ଦେଶର ବିଭିନ୍ନ ରାଜ୍ୟଗୁଡ଼ିକ ରାଜସ୍ୱ ଆୟର ୫୩% ପ୍ରତିଶତ ଅର୍ଥ  କେବଳ ଦରମା, ପେନସନ ଏବଂ ସୁଧ ଦେୟ ବାବଦ ଖର୍ଚ୍ଚ ହୋଇଛି। ପଞ୍ଜାବ ଭଳି ରାଜ୍ୟରେ ନିଜସ୍ୱ ରାଜସ୍ୱର ୧୦୭% ଅଧିକ ଖର୍ଚ୍ଚ କେବଳ ଏହି କ୍ଷେତ୍ରରେ ବ୍ୟୟ କରିଛି। ସେହିପରି  ହିମାଚଳ ପ୍ରଦେଶ (୮୫ ପ୍ରତିଶତ), ତାମିଲନାଡୁ (୭୭ ପ୍ରତିଶତ), କେରଳ (୭୫ ପ୍ରତିଶତ) ଏବଂ ହରିୟାଣା (୭୧ ପ୍ରତିଶତ) ରହିଛି। ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ  ୨୦୨୫-୨୬ରେ ରାଜ୍ୟଗୁଡ଼ିକ ସେମାନଙ୍କ ରାଜସ୍ୱ ଆୟର ୫୦ ପ୍ରତିଶତ ଅର୍ଥ ଦରମା, ପେନସନ ଏବଂ ସୁଧ ଦେୟ ପାଇଁ ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି। ଆସାମ, ହିମାଚଳ ପ୍ରଦେଶ, କେରଳ, ପଞ୍ଜାବ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ପୂର୍ବ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ୬୦ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି। 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ରିପୋର୍ଟ ଅନୁସାରେ, ପୂର୍ବ ଧାର୍ଯ୍ୟ ଲକ୍ଷ୍ୟ ଅନେକ ରାଜ୍ୟକୁ ତୁରନ୍ତ ଖର୍ଚ୍ଚ ପାଇଁ ମଧ୍ୟ ଋଣ ନେବାକୁ ବାଧ୍ୟ କରିଛି। ଏହା ଫଳରେ ମୋଟ ଋଣ ଜିଡିପିର ୨୭.୫ ପ୍ରତିଶତରେ ପହଞ୍ଚିଛି, ଯାହା ସୁପାରିଶ କରାଯାଇଥିବା ୨୦ ପ୍ରତିଶତ ସୀମାଠାରୁ ବହୁତ ଅଧିକ। ଏହା ରାଜ୍ୟଗୁଡିକର ଋଣ ବାବଦ ସୁଧ ପୈଠ ପରିମାଣ ବୃଦ୍ଧି କରିଛି, ଯାହା ଆର୍ଥିକବର୍ଷ ୨୦୨୪ରେ ରାଜସ୍ୱ ପ୍ରାପ୍ତିର ୧୩ ପ୍ରତିଶତ ଥିଲା। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଯୋଗୁଁ ନିରନ୍ତର ସ୍ଥାନାନ୍ତର ହ୍ରାସ ରାଜ୍ୟଗୁଡ଼ିକର ଖର୍ଚ୍ଚ ସ୍ୱାୟତ୍ତତାକୁ ଆହୁରି ହ୍ରାସ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସର ଏକ କର୍ମଶାଳାରେ କେନ୍ଦ୍ରଅର୍ଥମନ୍ତ୍ରୀ ଅନେକ ରାଜ୍ୟ ସେମାନଙ୍କ ଆୟର ପ୍ରାୟ ୭୦ ପ୍ରତିଶତ ଦରମା ଏବଂ ପେନସନରେ ଖର୍ଚ୍ଚ କରୁଛନ୍ତି, କେବଳ ୩୦ ପ୍ରତିଶତ ବିକାଶ ଆବଶ୍ୟକତା ରହୁଥିବା ଉଲ୍ଲେଖ କରି ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ମହିଳାଙ୍କ ପାଇଁ ନିରନ୍ତର ନଗଦ ହସ୍ତାନ୍ତର (ୟୁସିଟି) ଯୋଜନାର ପ୍ରସାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛି। ୨୦୨୩ ମାତ୍ର ୨ଟି ରାଜ୍ୟ ମହିଳାଙ୍କୁ ମାଗଣା ସହାୟତା ଯୋଜନା ପ୍ରଚଳନ କରିଥିବାବେଳେ ଏବେ ଏହା ୧୨ଟି ରାଜ୍ୟରେ ପ୍ରଚଳିତ ହେଉଛି। ଏଥିପାଇଁ ଏହି ରାଜ୍ୟଗୁଡ଼ିକ ଗୋଟିଏ ବର୍ଷରେ ୧.୬୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ଫଳରେ ରାଜ୍ୟଗୁଡ଼ିକର ରାଜସ୍ୱ ନିଅଣ୍ଟ ବୃଦ୍ଧି କରିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର