ଚୀନ୍‌ର ଗୁଇନ୍ଦା ଜାହାଜ ‘ୟୁଆନ୍ ୱାଙ୍ଗ-୫’କୁ ଦେଶରେ ପ୍ରବେଶ ନେଇ ବାରଣ କଲା ଶ୍ରୀଲଙ୍କା

The Sakala Picture
Published On

ନୂଆଦିଲ୍ଲୀ : ଶ୍ରୀଲଙ୍କା ଚାଇନାର ଗୁପ୍ତଚର ଜାହାଜକୁ ଦେଶରେ ପ୍ରବେଶ କରିବାକୁ ବାରଣ କରିଛି। ଚୀନର ଗୁଇନ୍ଦା ଜାହାଜ ‘ୟୁଆନ୍ ୱାଙ୍ଗ-୫’ ଶ୍ରୀଲଙ୍କା ଯିବା ବାଟରେ ଏବଂ ସେଠାରେ ରହିବା ସମୟରେ ଭାରତର ବହୁ ପ୍ରତିରକ୍ଷା ତଥ୍ୟ ଚୋରୀ କରିବାର ସମ୍ଭାବନା ଥିବାରୁ ଭାରତ ଶ୍ରୀଲଙ୍କା ଉପରେ ଏନେଇ ଚାପ ପ୍ରୟୋଗ କରିଥିଲା। ଏହାପରେ ଦୁଇ ସରକାରଙ୍କ ମଧ୍ୟରେ ପରାମର୍ଶ ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାର ଚୀନର ସ୍ପେସ୍-ସାଟେଲାଇଟ୍ ଟ୍ରାକର ଜାହାଜ ୟୁଆନ୍ ୱାଙ୍ଗ ୫ ର ହାମ୍ବନଟୋଟା ବନ୍ଦରରକୁ […]

ନୂଆଦିଲ୍ଲୀ : ଶ୍ରୀଲଙ୍କା ଚାଇନାର ଗୁପ୍ତଚର ଜାହାଜକୁ ଦେଶରେ ପ୍ରବେଶ କରିବାକୁ ବାରଣ କରିଛି। ଚୀନର ଗୁଇନ୍ଦା ଜାହାଜ ‘ୟୁଆନ୍ ୱାଙ୍ଗ-୫’ ଶ୍ରୀଲଙ୍କା ଯିବା ବାଟରେ ଏବଂ ସେଠାରେ ରହିବା ସମୟରେ ଭାରତର ବହୁ ପ୍ରତିରକ୍ଷା ତଥ୍ୟ ଚୋରୀ କରିବାର ସମ୍ଭାବନା ଥିବାରୁ ଭାରତ ଶ୍ରୀଲଙ୍କା ଉପରେ ଏନେଇ ଚାପ ପ୍ରୟୋଗ କରିଥିଲା। ଏହାପରେ ଦୁଇ ସରକାରଙ୍କ ମଧ୍ୟରେ ପରାମର୍ଶ ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାର ଚୀନର ସ୍ପେସ୍-ସାଟେଲାଇଟ୍ ଟ୍ରାକର ଜାହାଜ ୟୁଆନ୍ ୱାଙ୍ଗ ୫ ର ହାମ୍ବନଟୋଟା ବନ୍ଦରରକୁ ଆସିବା ନେଇ ସ୍ଥଗିତ ରଖିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଚୀନର ଗୁପ୍ତଚର ଜାହାଜ ୟୁଆନ୍ ୱାଙ୍ଗ୫ ଜୁଲାଇ ୧୩ରେ ଜିଆନଙ୍ଗିନ୍ ବନ୍ଦରରୁ ହାମ୍ବାନଟୋଟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଆସନ୍ତା ୧୧ ତାରିଖରେ ଏହା ହାମ୍ବାନଟୋଟା ବନ୍ଦରରେ ପହଞ୍ଚିବା ନେଇ ସୂଚନା ରହିଥିଲା।  ଏଠାରେ ଉକ୍ତ ଜାହାଜଟି ପାଖାପାଖି ୭ ଦିନ ଧରି ଏଠାରେ ରହିବ।ଚାଇନାର ଗୁପ୍ତଚର ଜାହାଜ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ୧୧ ଅଗଷ୍ଟରେ ଇନ୍ଧନ ଭରିବା ପରେ ଅଗଷ୍ଟ ୧୭ ରେ ଛାଡିବାକୁ ସ୍ଥିର ହୋଇଥିଲା। ସେପଟେ ହାମ୍ବାନଟୋଟା ବିମାନ ବନ୍ଦରକୁ ୯୯ ବର୍ଷ ପାଇଁ ଲିଜରେ ନେଇଛି ଚୀନ। ଯାହା ଭାରତର ମୁଣ୍ଡ ବିନ୍ଧାକୁ ବଢାଇଦେଇଛି। ଏହି ବନ୍ଦରକୁ ବ୍ୟବହାର କରି ଭାରତର ତଥ୍ୟ ଚୋରି କରିବା ଲକ୍ଷ୍ୟରେ ଚୀନ ଏହି ଜାହାଜକୁ ପଠାଇଥିବା ନେଇ ଆଶଙ୍କା କରାଯାଉଛି। ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାକୁ ଭାରତ  ସଚେତନ କରାଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ୟୁଆନ୍ ୱାଙ୍ଗ-୫ ଏକ ଗୁପ୍ତଚର ଜାହାଜ 

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଏକ ଗୁପ୍ତଚର ଜାହାଜ ଭାବରେ ମନୋନୀତ ହୋଇଥିବା ୟୁଆନ୍ ୱାଙ୍ଗ ୫ ୨୦୦୭ ରେ ନିର୍ମିତ ହୋଇଥିଲା ଏବଂ ଏହାର କ୍ଷମତା ୧୧,୦୦୦ ଟନ୍ ଅଟେ । ଏହି ଜାହାଜ ୧୩ ଜୁଲାଇରେ ଚାଇନାର ଜିଆଙ୍ଗିନ୍ ଛାଡି ବର୍ତ୍ତମାନ ତାଇୱାନ ନିକଟରେ ରହିଛି।  ମେରାଇନ୍ ଟ୍ରାଫିକ୍ ୱେବସାଇଟ୍ ଅନୁଯାୟୀ ଏହି ଜାହାଜଟି ଦକ୍ଷିଣ ଜାପାନ ଏବଂ ତାଇୱାନର ଉତ୍ତର-ପୂର୍ବ ମଧ୍ୟରେ ପୂର୍ବ ଚୀନ୍ ସାଗରରେ ଅଛି।

ଏହି ଜାହାଜ ମହାକାଶ ଏବଂ ଉପଗ୍ରହ ଟ୍ରାକିଂରେ ପାରଦର୍ଶୀ ହୋଇଛି। ୟୁଆନ୍ ୱାଙ୍ଗ ଶ୍ରେଣୀ ଜାହାଜ ମାଧ୍ୟମରେ ଚାଇନା ଉପଗ୍ରହ, ରକେଟ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍) ର ଉତକ୍ଷେପଣ କେନ୍ଦ୍ର ଉପରେ ନଜର ରଖିଛି। ଚାଇନାରେ ଏପରି ୭ଟି ଜାହାଜ ଅଛି, ଯାହା ସମଗ୍ର ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ କାର୍ଯ୍ୟ କରିବାକୁ ସକ୍ଷମ। ଏହି ଜାହାଜଗୁଡ଼ିକ ଗୁପ୍ତଚର କରନ୍ତି ଏବଂ ବେଜିଂର ସ୍ଥଳ-ଆଧାରିତ ଟ୍ରାକିଂ ଷ୍ଟେସନକୁ ସମ୍ପୂର୍ଣ୍ଣ ସୂଚନା ପଠାଇଥାନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଜାହାଜଟି ପିଏଲଏର ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ (ssf) ଦ୍ୱାରା ପରିଚାଳିତ। SSF ହେଉଛି ଏକ ଥିଏଟର କମାଣ୍ଡ ସ୍ତରର ସଂଗଠନ। ଏହା ସ୍ପେସ୍, ସାଇବର, ଇଲେକ୍ଟ୍ରୋନିକ୍, ସୂଚନା, ଯୋଗାଯୋଗ ଏବଂ ମାନସିକ ଯୁଦ୍ଧ ମିଶନରେ PLAକୁ ସାହାଯ୍ୟ କରେ। ଏହାପୂର୍ବରୁ, ଯେତେବେଳେ ଚୀନ୍ ୨୦୨୨ରେ ଲଙ୍ଗ ମାର୍ଚ୍ଚ ୫ ବି ରକେଟ୍ ଉତକ୍ଷେପଣ କରିଥିଲା, ସେତେବେଳେ ଏହିଜାହାଜ ନୀରିକ୍ଷଣରେ ବାହାରିଥିଲା। ସମ୍ପ୍ରତି ଏହା ଚାଇନାର ଟିଆଙ୍ଗୋଗ ସ୍ପେସ୍ ଷ୍ଟେସନର ପ୍ରଥମ ଲ୍ୟାବ୍ ମଡ୍ୟୁଲ୍ ଉତକ୍ଷେପଣର ସାମୁଦ୍ରିକ ନୀରିକ୍ଷଣରେ ମଧ୍ୟ ଜଡିତ ଥିଲା।

ଭାରତର ନୌସେନା ବେସ ଚୀନ ରାଡାର ମଧ୍ୟକୁ ଆସିଯାଇପାରେ

ୟୁଆନ୍ ୱାଙ୍ଗ୍୫ ଏକ ସାମରିକ ଜାହାଜ ନୁହେଁ ବରଂ ଏକ ଶକ୍ତିଶାଳୀ ଟ୍ରାକିଂ ଜାହାଜ ମଧ୍ୟ। ଚୀନ୍ କିମ୍ବା ଅନ୍ୟ କୌଣସି ଦେଶ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଥିବାବେଳେ ଏହି ଜାହାଜଗୁଡ଼ିକ ସେମାନଙ୍କର ଗତିବିଧି ଆରମ୍ଭ କରନ୍ତି। ଏହି ଜାହାଜ ୭୫୦ କିଲୋମିଟର ଦୂରରେ ସହଜରେ ନୀରିକ୍ଷଣ କରିପାରିବ । ଏହି ୪୦୦ କ୍ରୁ ବିଶିଷ୍ଟ ଜାହାଜରେ ଏକ ପାରାବୋଲିକ୍ ଟ୍ରାକିଂ ଆଣ୍ଟେନା ଏବଂ ଅନେକ ସେନ୍ସର ରହିଛି।

ହାମବନ୍ତୋଟା ବନ୍ଦରରେ ପହଞ୍ଚିବା ପରେ ଏହି ଜାହାଜଟି ଦକ୍ଷିଣ ଭାରତର ପ୍ରମୁଖ ସାମରିକ ଏବଂ ପରମାଣୁ ଭିତ୍ତିଭୂମି ଭଳି କଳ୍ପକମ, କୁନ୍ଦନକୁଲମ ଭଳି ସୁବିଧା ପାଇବ। ଆହୁରି ମଧ୍ୟ କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ବନ୍ଦର ଚୀନର ରାଡାରରେ ରହିବ। କେତେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଚୀନ୍ ଏହି ଜାହାଜକୁ ଶ୍ରୀଲଙ୍କାକୁ ଭାରତର ମୁଖ୍ୟ ନୌସେନା ଆଧାର ଏବଂ ଆଣବିକ କାରଖାନା ଗୁପ୍ତଚର କରିବା ପାଇଁ ପଠାଉଛି।

ଜାହାଜଟି ହାଇ-ଟେକ୍ ଇଭିଡ୍ରପିଂ ଉପକରଣ ସହିତ ସଜାଯାଇଛି। ଅର୍ଥାତ୍ ଶ୍ରୀଲଙ୍କା ବନ୍ଦରରେ ଠିଆ ହୋଇ ଏହା ଭାରତର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକ ପର୍ୟ୍ୟନ୍ତ ତଥ୍ୟ ସଂଗ୍ରହ କରିପାରିବ। ଆହୁରି ମଧ୍ୟ, ପୂର୍ବ ଉପକୂଳରେ ଅବସ୍ଥିତ ଭାରତୀୟ ନୌସେନା ବେସ ଏହି ଜାହାଜର ଗୁପ୍ତଚର ପରିସର ମଧ୍ୟରେ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର