ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ, ଅଣ ପଞ୍ଜୀକୃତ ସିମ୍‌ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା

The Sakala Picture
Published On

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ । ଟେଲିକମ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ । ନୂଆ ସିମ୍‌ କାର୍ଡ ବିକିବା ପାଇଁ ଅକ୍ଟୋବର ୧ରୁ ଲାଗୁ ହେବ ଏହି କଟକଣା । ଜଣେ ବ୍ୟକ୍ତି ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥିସହ ୬୬ ହଜାର ଜାଲ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ରଦ୍ଦ କରିଛି ମନ୍ତ୍ରାଳୟ । ୬୭ ହଜାର ସିମ୍‌ ଡିଲରଙ୍କୁ କଳା ତାଲିକାଭୁକ୍ତ […]

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ । ଟେଲିକମ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ । ନୂଆ ସିମ୍‌ କାର୍ଡ ବିକିବା ପାଇଁ ଅକ୍ଟୋବର ୧ରୁ ଲାଗୁ ହେବ ଏହି କଟକଣା । ଜଣେ ବ୍ୟକ୍ତି ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥିସହ ୬୬ ହଜାର ଜାଲ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ରଦ୍ଦ କରିଛି ମନ୍ତ୍ରାଳୟ । ୬୭ ହଜାର ସିମ୍‌ ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ୩୦୦ ଏତଲା ରୁଜୁ ହୋଇଛି। ୫୨ ଲକ୍ଷ ସିମ୍‌କୁ ରଦ୍ଦ ପାଇଁ ଜାରି ହୋଇଛି ନିର୍ଦ୍ଦେଶ। ୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। ଏହାସହ  ଅଣ ପଞ୍ଜୀକୃତ ସିମ୍‌ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଟେଲିକମ୍‌ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ମେଘାଳୟର ଏକ ବେଆଇନ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp