ରାଷ୍ଟ୍ରପତି ନିର୍ବାଚନ ନେଇ ଦିଦି ଡାକିଥିବା ବୈଠକ ପୂର୍ବରୁ ବିରୋଧୀ ଏକତାରେ ଫାଟ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ଘେରିବା ପାଇଁ ବିରୋଧୀ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ବିଜେପିର ଦୃଢ଼ ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀଙ୍କ ନେତୃତ୍ବ ନେଉଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ମାତ୍‌ ଦେବା ପାଇଁ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିବା ସହ ଆଜି ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ନେତାଙ୍କ ବୈଠକ ଡକାଇଛନ୍ତି ମମତା। ତେବେ  ମମତାଙ୍କ ଏହି ବୈଠକ […]

ନୂଆଦିଲ୍ଲୀ : ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ଘେରିବା ପାଇଁ ବିରୋଧୀ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ବିଜେପିର ଦୃଢ଼ ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀଙ୍କ ନେତୃତ୍ବ ନେଉଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ମାତ୍‌ ଦେବା ପାଇଁ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିବା ସହ ଆଜି ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ନେତାଙ୍କ ବୈଠକ ଡକାଇଛନ୍ତି ମମତା। ତେବେ  ମମତାଙ୍କ ଏହି ବୈଠକ ପୂର୍ବରୁ ବିରୋଧୀ ଏକତାକୁ ଏକ ଶକ୍ତ ଝଟକା ଲାଗିଛି।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଆଜି ଦିଲ୍ଲୀରେ ହେବାକୁ ଥିବା ବୈଠକକୁ ଆସିବାକୁ ମନା କରିଛନ୍ତି ଆମ୍ ଆଦମୀ ପାର୍ଟି ଓ ଟିଆରଏସ୍ । ବୈଠକରେ ଯୋଗ ନଦେବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି କି ଏବେ ସେ କୌଣସି ମେଣ୍ଟରେ ସାମିଲ ହେବେ ନାହିଁ । ରାଷ୍ଟ୍ରପତି ନିର୍ବାଚନ ନେଇ ଉଭୟ ୟୁପିଏ ଓ ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଏହା ଉପରେ ବିଚାର କରିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବି ଏହି ବୈଠକରେ ଯୋଗ ଦେବା ନେଇ ଅସହମତି ପ୍ରକାଶ କରିଛନ୍ତି । କୁହାଯାଉଛି କି କଂଗ୍ରେସ ଏହି ବୈଠକରେ ଯୋଗ ଦେବାକୁ ବିରୋଧ କରିଛନ୍ତି କେସିଆର ।ଏହାପୂର୍ବରୁ ସିପିଏମ୍ ନେତା ସୀତାରାମ ୟେଚୁରୀ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଡି ରାଜା ମଧ୍ୟ ଏହି ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

ମମତା ପୂର୍ବରୁ ୮ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୨ ନେତାଙ୍କୁ ଚିଠି ଲେଖି ଏହି ବୈଠକରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ମମତାଙ୍କୁ ନେତୃତ୍ବକୁ ପସନ୍ଦ କରୁନଥିବା କଂଗ୍ରେସ ମଧ୍ୟ ଏହି ବୈଠକରେ ସାମିଲ ହେବ। କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ରଣଦୀପ ସିଂହ ସୂର୍ଯେୱାଲା ଏହି ବୈଠକରେ ଯୋଗଦେବେ।ସେପଟେ ୱାଇଏସଆର କଂଗ୍ରେସ ଓ ବାମଦଳମାନେ ଏହି ବୈଠକରେ ଯୋଗଦେବେ ବୋଲି ଆଶା କରିଛି ଟିଏମସି । ଦଳ ପକ୍ଷରୁ ଆଜି ବସିବାକୁ ଥିବା ବୈଠକ ସଫଳ ହେବ ବୋଲି ଆଶା ପ୍ରକଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ରଣନୀତି ପ୍ରସ୍ତୁତ କରିବାକୁ ନେଇ ମମତା ବାନାର୍ଜୀ ମଙ୍ଗଳବାର ଦିଲ୍ଲୀ ସ୍ଥିତ ବାସଭବନରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ବିରୋଧୀମେଣ୍ଟ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଯୋଜନା କରିଛି। କିନ୍ତୁ ପାୱାର ମନା କରୁଥିବା ଜଣାପଡିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବାମଦଳ ନେତା ମଧ୍ୟ ପାୱାରଙ୍କୁ ସାକ୍ଷାତ କରିସାରିଲେଣି । କିନ୍ତୁ ବିରୋଧୀ ମେଣ୍ଟର ମୁଖିଆ ହେବାକୁ ଚାହୁଁ ନାହାନ୍ତି ପାୱାର । ଯାହା ଫଳରେ ଅନ୍ୟ ନେତାଙ୍କ ପାଇଁ ଚାଲିଛି ବିଚାର ।  ଶରଦ ପାୱାରଙ୍କ ବିକଳ୍ପ ଭାବେ ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ ସମ୍ପର୍କ କରାଯାଉଛି ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର