ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୋଷୀ ସାବ୍ୟସ୍ତ

ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବାଂଲାଦେଶ କୋର୍ଟ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଶେଖ ହସିନାଙ୍କ ବିରୁଦ୍ଧରେ ବାଂଲାଦେଶର ଇଣ୍ଟରନ୍ୟାସନାଲ୍ କ୍ରିମିନାଲ କୋର୍ଟର ରାଏ ଆସିଛି। କୋର୍ଟ ହସିନାଙ୍କୁ ଜୁଲାଇ ବିଦ୍ରୋହର ଦୋଷୀ ବୋଲି କହିବା ସହିତ ତାଙ୍କ ଆଦେଶରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି କହିଛି। ୪ ଶହ ପୃଷ୍ଠାର ରାଏ ୬ ଭାଗରେ ଶୁଣାଣି ହେଉଛି ।

ଆହୁରି ପଢ଼ନ୍ତୁ: ନେତାଙ୍କ ଧୈର୍ଯ୍ୟଚ୍ୟୁତି: ଖୁବଶୀଘ୍ର ବୋର୍ଡ-ନିଗମ ନିଯୁକ୍ତି, ଦଳ ସଭାପତିଙ୍କ ସୁପାରିସ ଆପାତତଃ ଚୂଡ଼ାନ୍ତ...

ବାଙ୍ଗଲାଦେଶୀ ମିଡିଆ ପ୍ରଥମ୍ ଆଲୋର ଅନୁଯାୟୀ, କୋର୍ଟ ଫୈସଲା ଶୁଣାଇବା ସମୟରେ ହସିନାଙ୍କର ସେହି ଅଡିଓ ମଧ୍ୟ ଶୁଣାଯାଇଥିଲା, ଯାହା ବାଙ୍ଗଲାଦେଶରେ ବହୁତ ଭାଇରାଲ୍ ହୋଇଥିଲା। ଏହି ଅଡିଓରେ ହସିନା ପୋଲିସ୍ ମୁଖ୍ୟଙ୍କୁ ଲୋକମାନଙ୍କ ଉପରେ ଗୁଳି ଚଳାଇବାକୁ କହୁଛନ୍ତି। କୋର୍ଟ ଫୈସଲା ଶୁଣାଇବା ସମୟରେ ମାନବାଧିକାର ଆଯୋଗର ରିପୋର୍ଟର ମଧ୍ୟ ଉଲ୍ଲେଖ କରିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷ ହୋଇପାରେ....

ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟ ମାସରେ ଶେଖ ହାସିନାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ହସିନାଙ୍କ ବିରୋଧରେ ବିରୋଧୀ ଦଳଙ୍କ ସହିତ ମୁସଲିମ୍ ମୌଳବାଦୀ ରାସ୍ତାକୁ ଓହ୍ଲାଇ ଥିଲେ । ଏହା ସହିତ ବାଂଲାଦେଶର ହିନ୍ଦୁଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ବାଂଲାଦେଶୀ ସେନା ହାସିନାଙ୍କୁ ଗାଦି ଛାଡ଼ିବାକୁ ଅଲ୍ଟିମେଟମ୍ ଦେଇଥିଲା । ଯାହା ପରେ ହସିନା ଭାରତକୁ ପଳାୟନ କରିଥିଲେ।

ଆହୁରି ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୬ମାଓବାଦୀ, ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ସୂଚନା

Join Us @ WhatsApp

About The Author

Google News
Join Us @ WhatsApp