ମମତାଙ୍କୁ ‘ସୁପ୍ରିମ୍‌’ ଝଟକା : ପଶ୍ଚିମବଙ୍ଗରେ ମୁତୟନ ହେବେ କେନ୍ଦ୍ରୀୟ ବଳ

The Sakala Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଜୁଲାଇ ୮ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ନିୟୋଜିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କରାଯିବା ଅର୍ଥ ଏଥିପାଇଁ ହିଂସାକୁ ନୀତିଗତ ଭାବେ ପ୍ରୋତ୍ସାହନ ଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନକୁ ଭର୍ତ୍ସନା କରି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ […]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଜୁଲାଇ ୮ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ନିୟୋଜିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କରାଯିବା ଅର୍ଥ ଏଥିପାଇଁ ହିଂସାକୁ ନୀତିଗତ ଭାବେ ପ୍ରୋତ୍ସାହନ ଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନକୁ ଭର୍ତ୍ସନା କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଜୁନ ୯ ରୁ ୧୫ ପର୍ଯ୍ୟନ୍ତ ସବୁ ଦଳ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଏହି ସମୟରେ ଶାସକ ଟିଏମସି ଦଳ ପକ୍ଷରୁ ସବୁ ଜିଲ୍ଲାରେ ହିଂସା କରାଯିବା ସହିତ ସ୍ଥାନୀୟ ନେତାମାନେ ଗୁଣ୍ଡାଗର୍ଦି କରି ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଏହି ସମୟରେ ବିଭିନ୍ନ ସ୍ଥାନରେ ହିଂସା ଘଟି ୬ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ତେବେ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହିତ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ୍‌ ବି ଭି ନାଗରତ୍ନ ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ,ପ୍ରତି ନିର୍ବାଚନ ଚାପମୁକ୍ତ ଏବଂ ଅବାଧ ହେବା ଦରକାର। ପଞ୍ଚାୟତ ନିର୍ବାଚନ ଗୋଟିଏ ଦିନରେ କରାଯାଉଥିବାରୁ ଏଥିପାଇଁ ବହୁ ସଂଖ୍ୟକ ବୁଥରେ ଜନତା ମତଦାନ କରିବେ। ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖାଯିବା ଏକାନ୍ତ ଆବଶ୍ୟକ। ତେଶୁ ରାଜ୍ୟର ପ୍ରତ୍ରେକ ଜିଲ୍ଲାରେ କେନ୍ଦ୍ରୀୟ ବଳକୁ ନିୟୋଜିତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ବାଲ୍ଟି, କାର୍‌ରେ ବୋମା; ସପ୍ତାହକ ମଧ୍ୟରେ ୬ ଜଣଙ୍କୁ ହତ୍ୟା

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସାରା ରାଜ୍ୟରେ ହିଂସା ସେତିକି ବଢିବାରେ ଲାଗିଛି। ସର୍ବସାଧାରଣରେ ନେତାମାନେ ଅଣ୍ଟାରେ ପିସ୍ତଲ ଧରି ବୁଲୁଥିଲା ବେଳେ ବାଲ୍ଟି, କାରରେ ବୋମା ରଖାଯାୁଥିବା ଦେଖାଯାଉଛି। ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଏବଂ ଘରେ ଭଙ୍ଗାରୁଜା କରାଯିବା ଘଟଣା ମଧ୍ୟ ବଢିବାରେ ଲାଗିଛି। ସପ୍ତାହକ ମଧ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଘଟି ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ରିପୋର୍ଟ ଆସିଛି। କୁଚ୍ଚ ବିହାରରେ ଦିନ ଦ୍ବିପ୍ରହରରେ ବିଜେପି କର୍ମୀ ଶମ୍ଭୁ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶମ୍ଭୁଙ୍କ ଭାଉଜ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ରାଜନୈତିକ ଆକ୍ରୋଶ ରଖି ଶାସକ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ସ୍ଥାନରେ ଶାସକ ଦଳର କର୍ମୀମାନେ କଂଗ୍ରେସ ଏବଂ ବାମପନ୍ଥୀ ଦଳର ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

21 Jun 2023 By The Sakala

ମମତାଙ୍କୁ ‘ସୁପ୍ରିମ୍‌’ ଝଟକା : ପଶ୍ଚିମବଙ୍ଗରେ ମୁତୟନ ହେବେ କେନ୍ଦ୍ରୀୟ ବଳ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଜୁଲାଇ ୮ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ନିୟୋଜିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କରାଯିବା ଅର୍ଥ ଏଥିପାଇଁ ହିଂସାକୁ ନୀତିଗତ ଭାବେ ପ୍ରୋତ୍ସାହନ ଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନକୁ ଭର୍ତ୍ସନା କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଜୁନ ୯ ରୁ ୧୫ ପର୍ଯ୍ୟନ୍ତ ସବୁ ଦଳ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଏହି ସମୟରେ ଶାସକ ଟିଏମସି ଦଳ ପକ୍ଷରୁ ସବୁ ଜିଲ୍ଲାରେ ହିଂସା କରାଯିବା ସହିତ ସ୍ଥାନୀୟ ନେତାମାନେ ଗୁଣ୍ଡାଗର୍ଦି କରି ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଏହି ସମୟରେ ବିଭିନ୍ନ ସ୍ଥାନରେ ହିଂସା ଘଟି ୬ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହିତ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ୍‌ ବି ଭି ନାଗରତ୍ନ ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ,ପ୍ରତି ନିର୍ବାଚନ ଚାପମୁକ୍ତ ଏବଂ ଅବାଧ ହେବା ଦରକାର। ପଞ୍ଚାୟତ ନିର୍ବାଚନ ଗୋଟିଏ ଦିନରେ କରାଯାଉଥିବାରୁ ଏଥିପାଇଁ ବହୁ ସଂଖ୍ୟକ ବୁଥରେ ଜନତା ମତଦାନ କରିବେ। ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖାଯିବା ଏକାନ୍ତ ଆବଶ୍ୟକ। ତେଶୁ ରାଜ୍ୟର ପ୍ରତ୍ରେକ ଜିଲ୍ଲାରେ କେନ୍ଦ୍ରୀୟ ବଳକୁ ନିୟୋଜିତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବାଲ୍ଟି, କାର୍‌ରେ ବୋମା; ସପ୍ତାହକ ମଧ୍ୟରେ ୬ ଜଣଙ୍କୁ ହତ୍ୟା

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସାରା ରାଜ୍ୟରେ ହିଂସା ସେତିକି ବଢିବାରେ ଲାଗିଛି। ସର୍ବସାଧାରଣରେ ନେତାମାନେ ଅଣ୍ଟାରେ ପିସ୍ତଲ ଧରି ବୁଲୁଥିଲା ବେଳେ ବାଲ୍ଟି, କାରରେ ବୋମା ରଖାଯାୁଥିବା ଦେଖାଯାଉଛି। ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଏବଂ ଘରେ ଭଙ୍ଗାରୁଜା କରାଯିବା ଘଟଣା ମଧ୍ୟ ବଢିବାରେ ଲାଗିଛି। ସପ୍ତାହକ ମଧ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଘଟି ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ରିପୋର୍ଟ ଆସିଛି। କୁଚ୍ଚ ବିହାରରେ ଦିନ ଦ୍ବିପ୍ରହରରେ ବିଜେପି କର୍ମୀ ଶମ୍ଭୁ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶମ୍ଭୁଙ୍କ ଭାଉଜ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ରାଜନୈତିକ ଆକ୍ରୋଶ ରଖି ଶାସକ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ସ୍ଥାନରେ ଶାସକ ଦଳର କର୍ମୀମାନେ କଂଗ୍ରେସ ଏବଂ ବାମପନ୍ଥୀ ଦଳର ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର