ନୋଟା ଭୋଟ ସର୍ବାଧିକ ହେଲେ ପୁନଃନିର୍ବାଚନ ଦାବି, ନିର୍ବାଚନ କମିସନଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଯଦି କୌଣସି ନିର୍ବାଚନମଣ୍ଡଳୀରେ ନନ୍ ଅଫ୍ ଦି ଏବୋଭ ବା ନୋଟା ଭୋଟ ସର୍ବାଧିକ ହୁଏ ତେବେ ସେହି ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନ କରାଯିବା ନିମନ୍ତେ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ପ୍ରେରଣା ପ୍ରବଚକ ଓ ଲେଖକ ଶିବ ଖେରାଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ଗୋପାଲ ଶଙ୍କରନାରାୟଣନ୍ ଏକ ଜନ ସ୍ବାର୍ଥ ଯାଚିକା ଫାଇଲ କରିଛନ୍ତି। ଆଜି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପର୍ଦ୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ […]

ନୂଆଦିଲ୍ଲୀ: ଯଦି କୌଣସି ନିର୍ବାଚନମଣ୍ଡଳୀରେ ନନ୍ ଅଫ୍ ଦି ଏବୋଭ ବା ନୋଟା ଭୋଟ ସର୍ବାଧିକ ହୁଏ ତେବେ ସେହି ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନ କରାଯିବା ନିମନ୍ତେ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ପ୍ରେରଣା ପ୍ରବଚକ ଓ ଲେଖକ ଶିବ ଖେରାଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ଗୋପାଲ ଶଙ୍କରନାରାୟଣନ୍ ଏକ ଜନ ସ୍ବାର୍ଥ ଯାଚିକା ଫାଇଲ କରିଛନ୍ତି। ଆଜି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପର୍ଦ୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରି କହିଛନ୍ତି, ମାମଲା ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧିତ ହୋଇଥିବାରୁ ନିର୍ବାଚନ କମିସନ(ଇସିଆଇ)ଙ୍କ ମତାମତ ଲୋଡ଼ାଯିବ। ଏ ନେଇ ଇସିଆଇକୁ ନୋଟିସ୍ ଇସ୍ୟୁ ହୋଇଛି ଓ ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ଖଣ୍ଡପୀଠ କହିନାହାନ୍ତି।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ଖେରାଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ, ପ୍ରସଙ୍ଗଟି ବିଶେଷ ଗୁରୁତ୍ବ ବହନ କରୁଛି। ସୁରାଟରେ ଜଣେମାତ୍ର ପ୍ରାର୍ଥୀ ଥିବାରୁ ତାଙ୍କୁ ନିର୍ବିରୋଧରେ ନିର୍ବାଚିତ ଘୋଷଣା କରାଯାଇଛି। ପିଟିସନରେ ପ୍ରାର୍ଥନା କରାଯାଇଛି ଯେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ଆଦେଶ ଦିଅନ୍ତୁ। ଯଦି ନୋଟାରେ ସର୍ବାଧିକ ସଂଖ୍ୟକ ପଡ଼େ ତେବେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସେଠାରେ ପୁନଃନିର୍ବାଚନ କରାଯାଉ। ୨୦୧୩ରେ ନୋଟା’କୁ ସଂସଦ, ବିଧାନସଭା ଓ ପୌର ତଥା ପଞ୍ଚୟତ ନିର୍ବାଚନରେ ବିକଳ୍ପ ଭାବେ ରଖାଯାଇଛି। ଯଦି କେହି ବି ପ୍ରାର୍ଥୀ ପସନ୍ଦର ନୁହଁନ୍ତି ବୋଲି ଭୋଟର ବିଚାରନ୍ତି ତେବେ ସେ ନୋଟା ବଟନ୍ ଦବାଇ ତାହା ବ୍ୟକ୍ତ କରିପାରିବେ। ନୋଟାକୁ ଜାତୀୟ ସ୍ତରରେ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପିଟିସନର୍ ନିର୍ବାଚନ କମିସନଙ୍କୁ ଦୁଇଥର ନିବେଦନ କଲେଣି। ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ପୁଡୁଚେରୀରେ ସେଠାକାର ଆଞ୍ଚଳିକ ନିର୍ବାଚନ କମିସନ୍ ପୌର ଓ ପଞ୍ଚାୟତ ନିର୍ବାଚନରେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଯଦି ସମସ୍ତ ପ୍ରାର୍ଥୀ ନୋଟାକୁ ମିଳିଥିବା ଭୋଟଠାରୁ କମ୍ ଭୋଟ ପାଆନ୍ତି ତେବେ କାହାକୁ ବି ବିଜେତା ଘୋଷଣା କରାନ ଯାଇ ପୁନଃନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି। ଜାତୀୟ ନିର୍ବାଚନ କମିସନ୍ ଏପରି ନିୟମ ଲାଗୁ କରାଇବେ ଯେ କୌଣସି ନିର୍ବାଚନରେ ଯଦି ସମସ୍ତ ପ୍ରାର୍ଥୀ ନୋଟାରେ ପଡ଼ିଥିବା ଭୋଟଠାରୁ କମ୍ ଭୋଟ ପାଇଥାନ୍ତି ତେବେ ସେହି ଆସନରେ ପୁନଃନିର୍ବାଚନ କରାଯିବ। ନୋଟା’କୁ ‘କାଳ୍ପନିକ ପ୍ରାର୍ଥୀ’ ଘୋଷଣା କରାଯାଇଥିବା ସମ୍ପର୍କରେ ନିର୍ବାଚନ କମିସନ୍ ବ୍ୟାପକ ପ୍ରଚାରପ୍ରସାର କରିବେ। ନୋଟାଠାରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀ ୫ବର୍ଷ ଯାଏଁ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ଏପରି ନିୟମ ରହିବାକୁ ପିଟିସନର ପ୍ରାର୍ଥନା କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

27 Apr 2024 By The Sakala

ନୋଟା ଭୋଟ ସର୍ବାଧିକ ହେଲେ ପୁନଃନିର୍ବାଚନ ଦାବି, ନିର୍ବାଚନ କମିସନଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ନିର୍ବାଚନମଣ୍ଡଳୀରେ ନନ୍ ଅଫ୍ ଦି ଏବୋଭ ବା ନୋଟା ଭୋଟ ସର୍ବାଧିକ ହୁଏ ତେବେ ସେହି ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନ କରାଯିବା ନିମନ୍ତେ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ପ୍ରେରଣା ପ୍ରବଚକ ଓ ଲେଖକ ଶିବ ଖେରାଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ଗୋପାଲ ଶଙ୍କରନାରାୟଣନ୍ ଏକ ଜନ ସ୍ବାର୍ଥ ଯାଚିକା ଫାଇଲ କରିଛନ୍ତି। ଆଜି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପର୍ଦ୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରି କହିଛନ୍ତି, ମାମଲା ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧିତ ହୋଇଥିବାରୁ ନିର୍ବାଚନ କମିସନ(ଇସିଆଇ)ଙ୍କ ମତାମତ ଲୋଡ଼ାଯିବ। ଏ ନେଇ ଇସିଆଇକୁ ନୋଟିସ୍ ଇସ୍ୟୁ ହୋଇଛି ଓ ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ଖଣ୍ଡପୀଠ କହିନାହାନ୍ତି।

ଖେରାଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ, ପ୍ରସଙ୍ଗଟି ବିଶେଷ ଗୁରୁତ୍ବ ବହନ କରୁଛି। ସୁରାଟରେ ଜଣେମାତ୍ର ପ୍ରାର୍ଥୀ ଥିବାରୁ ତାଙ୍କୁ ନିର୍ବିରୋଧରେ ନିର୍ବାଚିତ ଘୋଷଣା କରାଯାଇଛି। ପିଟିସନରେ ପ୍ରାର୍ଥନା କରାଯାଇଛି ଯେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ଆଦେଶ ଦିଅନ୍ତୁ। ଯଦି ନୋଟାରେ ସର୍ବାଧିକ ସଂଖ୍ୟକ ପଡ଼େ ତେବେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସେଠାରେ ପୁନଃନିର୍ବାଚନ କରାଯାଉ। ୨୦୧୩ରେ ନୋଟା’କୁ ସଂସଦ, ବିଧାନସଭା ଓ ପୌର ତଥା ପଞ୍ଚୟତ ନିର୍ବାଚନରେ ବିକଳ୍ପ ଭାବେ ରଖାଯାଇଛି। ଯଦି କେହି ବି ପ୍ରାର୍ଥୀ ପସନ୍ଦର ନୁହଁନ୍ତି ବୋଲି ଭୋଟର ବିଚାରନ୍ତି ତେବେ ସେ ନୋଟା ବଟନ୍ ଦବାଇ ତାହା ବ୍ୟକ୍ତ କରିପାରିବେ। ନୋଟାକୁ ଜାତୀୟ ସ୍ତରରେ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପିଟିସନର୍ ନିର୍ବାଚନ କମିସନଙ୍କୁ ଦୁଇଥର ନିବେଦନ କଲେଣି। ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ପୁଡୁଚେରୀରେ ସେଠାକାର ଆଞ୍ଚଳିକ ନିର୍ବାଚନ କମିସନ୍ ପୌର ଓ ପଞ୍ଚାୟତ ନିର୍ବାଚନରେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଯଦି ସମସ୍ତ ପ୍ରାର୍ଥୀ ନୋଟାକୁ ମିଳିଥିବା ଭୋଟଠାରୁ କମ୍ ଭୋଟ ପାଆନ୍ତି ତେବେ କାହାକୁ ବି ବିଜେତା ଘୋଷଣା କରାନ ଯାଇ ପୁନଃନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି। ଜାତୀୟ ନିର୍ବାଚନ କମିସନ୍ ଏପରି ନିୟମ ଲାଗୁ କରାଇବେ ଯେ କୌଣସି ନିର୍ବାଚନରେ ଯଦି ସମସ୍ତ ପ୍ରାର୍ଥୀ ନୋଟାରେ ପଡ଼ିଥିବା ଭୋଟଠାରୁ କମ୍ ଭୋଟ ପାଇଥାନ୍ତି ତେବେ ସେହି ଆସନରେ ପୁନଃନିର୍ବାଚନ କରାଯିବ। ନୋଟା’କୁ ‘କାଳ୍ପନିକ ପ୍ରାର୍ଥୀ’ ଘୋଷଣା କରାଯାଇଥିବା ସମ୍ପର୍କରେ ନିର୍ବାଚନ କମିସନ୍ ବ୍ୟାପକ ପ୍ରଚାରପ୍ରସାର କରିବେ। ନୋଟାଠାରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀ ୫ବର୍ଷ ଯାଏଁ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ଏପରି ନିୟମ ରହିବାକୁ ପିଟିସନର ପ୍ରାର୍ଥନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର