ବେଆଇନ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ: ସାଉଦି ଆରବରେ ୧୦ ଦିନରେ ହେଲାଣି ୧୨ ଜଣଙ୍କ ମୁଣ୍ଡକାଟ୍‌

The Sakala Picture
Published On

ରିଆଦ: ସାଉଦି ଆରବରେ ବେଆଇନ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ଗତ ୧୦ ଦିନ ମଧ୍ୟରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି। ମୃତ୍ୟୁଦଣ୍ଡ ସ୍ବରୂପ ଏହି ଅଭିଯୁକ୍ତମାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟରେ ଅଲଗା କରି ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଏହି ୧୨ ଜଣଙ୍କ ମଦ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ରହିଥିଲା ବେଳେ ୩ ଜଣ ସାଉଦି, ୨ ଜଣ ଜୋର୍ଡାନ ଏବଂ ଅନ୍ୟ ୪ ଜଣ ସିରିଆ ନାଗରିକ ବୋଲି କୁହାଯାଇଛି। ଚୋରା ନିଶାଦ୍ରବ୍ୟ […]

ରିଆଦ: ସାଉଦି ଆରବରେ ବେଆଇନ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ଗତ ୧୦ ଦିନ ମଧ୍ୟରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି। ମୃତ୍ୟୁଦଣ୍ଡ ସ୍ବରୂପ ଏହି ଅଭିଯୁକ୍ତମାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟରେ ଅଲଗା କରି ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଏହି ୧୨ ଜଣଙ୍କ ମଦ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ରହିଥିଲା ବେଳେ ୩ ଜଣ ସାଉଦି, ୨ ଜଣ ଜୋର୍ଡାନ ଏବଂ ଅନ୍ୟ ୪ ଜଣ ସିରିଆ ନାଗରିକ ବୋଲି କୁହାଯାଇଛି। ଚୋରା ନିଶାଦ୍ରବ୍ୟ କାରବାରକୁ ନେଇ ଏହି ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ। ତେବେ ପରବର୍ତ୍ତୀ ସମୟରେ ସାଉଦି ଆଇନକୁ ନେଇ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୧୨ ଜଣଙ୍କୁ ମିଶାଇ ଚଳିତ ବର୍ଷ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ୧୩୨ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଯାହାକି ବିଗତ ଦୁଇ ବର୍ଷ ତୁଳନାରେ ସର୍ବାଧିକ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

୨୦୨୦ ଏବଂ ୨୦୨୧ ବର୍ଷରେ ମୋଟ ଯେତିକି ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳି ନଥିଲା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ତା’ ଠାରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଆନ୍ତର୍ଜାତିକ ଖବର ଏଜେନ୍ସି ଏଏଫପି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବରେ ଅପରାଧିକ କାର୍ଯ୍ୟକଳାପ ପାଇଁ କଠିନ ଦଣ୍ଡ ବ୍ୟବସ୍ଥା ରହିଛି। ତେବେ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ବିଗତ କିଛି ବର୍ଷ ମଧ୍ୟରେ ଏହି କାରଣକୁ ନେଇ ସର୍ବାଧିକ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଉଲ୍ଲେଖଯୋଗ୍ୟ ଯେ, ଅପରାଧିକ କାର୍ଯ୍ୟକଳାପ ପାଇଁ ଏଠାରେ କଠିନ ଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ଦଣ୍ଡ ବ୍ୟବସ୍ଥା କୋହଳ କରିବାକୁ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମନ ୨୦୧୮ରେ ଉଦ୍ୟମ ଆରମ୍ଭ କରିଥିଲେ। କେବଳ ହତ୍ୟା ଏବଂ ନରସଂହାର ପାଇଁ ମୃତ୍ୟୁଦଣ୍ଡ ଦେବାକୁ ସେ ଆଇନରେ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସତ୍ତ୍ବେ ଅନ୍ୟ ଅପରାଧ ପାଇଁ ଏବେ ମଧ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

22 Nov 2022 By The Sakala

ବେଆଇନ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ: ସାଉଦି ଆରବରେ ୧୦ ଦିନରେ ହେଲାଣି ୧୨ ଜଣଙ୍କ ମୁଣ୍ଡକାଟ୍‌

ରିଆଦ: ସାଉଦି ଆରବରେ ବେଆଇନ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ଗତ ୧୦ ଦିନ ମଧ୍ୟରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି। ମୃତ୍ୟୁଦଣ୍ଡ ସ୍ବରୂପ ଏହି ଅଭିଯୁକ୍ତମାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟରେ ଅଲଗା କରି ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଏହି ୧୨ ଜଣଙ୍କ ମଦ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ରହିଥିଲା ବେଳେ ୩ ଜଣ ସାଉଦି, ୨ ଜଣ ଜୋର୍ଡାନ ଏବଂ ଅନ୍ୟ ୪ ଜଣ ସିରିଆ ନାଗରିକ ବୋଲି କୁହାଯାଇଛି। ଚୋରା ନିଶାଦ୍ରବ୍ୟ କାରବାରକୁ ନେଇ ଏହି ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ। ତେବେ ପରବର୍ତ୍ତୀ ସମୟରେ ସାଉଦି ଆଇନକୁ ନେଇ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୧୨ ଜଣଙ୍କୁ ମିଶାଇ ଚଳିତ ବର୍ଷ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ୧୩୨ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଯାହାକି ବିଗତ ଦୁଇ ବର୍ଷ ତୁଳନାରେ ସର୍ବାଧିକ।

୨୦୨୦ ଏବଂ ୨୦୨୧ ବର୍ଷରେ ମୋଟ ଯେତିକି ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳି ନଥିଲା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ତା’ ଠାରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଆନ୍ତର୍ଜାତିକ ଖବର ଏଜେନ୍ସି ଏଏଫପି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବରେ ଅପରାଧିକ କାର୍ଯ୍ୟକଳାପ ପାଇଁ କଠିନ ଦଣ୍ଡ ବ୍ୟବସ୍ଥା ରହିଛି। ତେବେ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ବିଗତ କିଛି ବର୍ଷ ମଧ୍ୟରେ ଏହି କାରଣକୁ ନେଇ ସର୍ବାଧିକ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅପରାଧିକ କାର୍ଯ୍ୟକଳାପ ପାଇଁ ଏଠାରେ କଠିନ ଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ଦଣ୍ଡ ବ୍ୟବସ୍ଥା କୋହଳ କରିବାକୁ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମନ ୨୦୧୮ରେ ଉଦ୍ୟମ ଆରମ୍ଭ କରିଥିଲେ। କେବଳ ହତ୍ୟା ଏବଂ ନରସଂହାର ପାଇଁ ମୃତ୍ୟୁଦଣ୍ଡ ଦେବାକୁ ସେ ଆଇନରେ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସତ୍ତ୍ବେ ଅନ୍ୟ ଅପରାଧ ପାଇଁ ଏବେ ମଧ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର