୩୦୦ କୁକୁରଙ୍କୁ ବିଷ ଦେଇ ମାରିଦେଲେ ସରପଞ୍ଚ

The Sakala Picture
Published On

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ପଞ୍ଚାୟତରେ ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କୁକୁରମାନଙ୍କୁ ଗ୍ରାମପଞ୍ଚାୟତ ପକ୍ଷରୁ ଧରାଯାଇ ବିଷ ଦିଆଯିବା ପରେ ସେମାନଙ୍କ ମୃତଦେହକୁ ପୋତି ଦିଆଯାଉଥିବାବେଳେ ଏଭଳି ଘଟଣା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାମାଜିକ କର୍ମୀ ଚଲାପାଲି ଶ୍ରୀଲତା ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା […]

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ପଞ୍ଚାୟତରେ ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କୁକୁରମାନଙ୍କୁ ଗ୍ରାମପଞ୍ଚାୟତ ପକ୍ଷରୁ ଧରାଯାଇ ବିଷ ଦିଆଯିବା ପରେ ସେମାନଙ୍କ ମୃତଦେହକୁ ପୋତି ଦିଆଯାଉଥିବାବେଳେ ଏଭଳି ଘଟଣା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାମାଜିକ କର୍ମୀ ଚଲାପାଲି ଶ୍ରୀଲତା ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ଗୋଦାବରୀ ଜିଲ୍ଲାର ଲିଙ୍ଗପଲେମ ପଞ୍ଚାୟତରେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ କରିବା ପରିବର୍ତ୍ତେ ସେମାନଙ୍କୁ ବିଷ ଦେଇ ମାରିଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ସେଠାକାର ସରପଞ୍ଚ ଓ ପଞ୍ଚାୟତ ସେକ୍ରେଟେରୀଙ୍କ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇ କୁକୁରମାନଙ୍କୁ ମାରିଦିଆଯାଇ ଗାଁର ଏକ ଟାଙ୍କି ନିକଟରେ ପୋତି ଦିଆଯାଇଥିଲା। କିନ୍ତୁ ସେଠାରେ ରହୁଥିବା କିଛି ଘୁଷୁରି ପାଳକ ଏହା ଦେଖିଥିଲେ ଏବଂ ପରେ ପରେ ଏହି ଖବର ସମ୍ପର୍କରେ ଜଣାପଡ଼ିଥିଲା। ଶ୍ରୀଲତା ସରପଞ୍ଚ ଏବଂ ସଚିବଙ୍କ ବିରୋଧରେ ‘ପ୍ରିଭେନସନ୍ ଅଫ୍ କ୍ରୁଲେଟି ଟୁ ଆନିମଲ୍ସ ଆକ୍ଟ ୧୯୬୦’ ଏବଂ ଆଇପିସିର ଧାରା ୪୨୯ର ଧାରା ୧୧ (ଏଲ) ଅନୁଯାୟୀ ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ କାର୍ତ୍ତିକେୟ ମିଶ୍ରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

02 Aug 2021 By The Sakala

୩୦୦ କୁକୁରଙ୍କୁ ବିଷ ଦେଇ ମାରିଦେଲେ ସରପଞ୍ଚ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ପଞ୍ଚାୟତରେ ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କୁକୁରମାନଙ୍କୁ ଗ୍ରାମପଞ୍ଚାୟତ ପକ୍ଷରୁ ଧରାଯାଇ ବିଷ ଦିଆଯିବା ପରେ ସେମାନଙ୍କ ମୃତଦେହକୁ ପୋତି ଦିଆଯାଉଥିବାବେଳେ ଏଭଳି ଘଟଣା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାମାଜିକ କର୍ମୀ ଚଲାପାଲି ଶ୍ରୀଲତା ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ଗୋଦାବରୀ ଜିଲ୍ଲାର ଲିଙ୍ଗପଲେମ ପଞ୍ଚାୟତରେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ କରିବା ପରିବର୍ତ୍ତେ ସେମାନଙ୍କୁ ବିଷ ଦେଇ ମାରିଦିଆଯାଇଥିଲା।

ସେଠାକାର ସରପଞ୍ଚ ଓ ପଞ୍ଚାୟତ ସେକ୍ରେଟେରୀଙ୍କ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇ କୁକୁରମାନଙ୍କୁ ମାରିଦିଆଯାଇ ଗାଁର ଏକ ଟାଙ୍କି ନିକଟରେ ପୋତି ଦିଆଯାଇଥିଲା। କିନ୍ତୁ ସେଠାରେ ରହୁଥିବା କିଛି ଘୁଷୁରି ପାଳକ ଏହା ଦେଖିଥିଲେ ଏବଂ ପରେ ପରେ ଏହି ଖବର ସମ୍ପର୍କରେ ଜଣାପଡ଼ିଥିଲା। ଶ୍ରୀଲତା ସରପଞ୍ଚ ଏବଂ ସଚିବଙ୍କ ବିରୋଧରେ ‘ପ୍ରିଭେନସନ୍ ଅଫ୍ କ୍ରୁଲେଟି ଟୁ ଆନିମଲ୍ସ ଆକ୍ଟ ୧୯୬୦’ ଏବଂ ଆଇପିସିର ଧାରା ୪୨୯ର ଧାରା ୧୧ (ଏଲ) ଅନୁଯାୟୀ ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ କାର୍ତ୍ତିକେୟ ମିଶ୍ରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର