ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଞ୍ଚାର ସାଥୀ ଆପ୍, ବିରୋଧୀ କହିଲେ ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛି କେନ୍ଦ୍ର....

Deviprasad Mohanty Picture
Published On

ନୂଆଦିଲ୍ଲୀ: ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଞ୍ଚାର ସାଥୀ ଆପ୍। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ନୂଆ ମୋବାଇଲରେ ଇନ୍ ବିଲଡ୍ ଆସିବ ସଂଚାର ସାଥୀ ଆପ୍। ପୁରୁଣା ମୋବାଇଲରେ ସଫଟୱେର ଅପଡେଟ୍ କରି ଏହି ଆପ୍ ଇନଷ୍ଟଲ୍ କରାଯିବ। ଏହି ଆପ୍ କୁ କେହି ଡିଲିଟ୍ କରିପାରିବେ ନାହିଁ କି ନିଷ୍କ୍ରିୟ ବି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସାଇବର୍ ଫ୍ରଡ୍ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ସରକାର। ୯୦ ଦିନ ଭିତରେ ଏହା ସଂପୂର୍ଣ୍ଣ କରିବାକୁ ଓ ୧୨୦ ଦିନ ଭିତରେ କଂପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବୋମାମାଡ଼; କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ଦୁର୍ବୃତ୍ତଙ୍କ ବୋମାମାଡ଼

ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି କେନ୍ଦ୍ର ସରକାର। କାହିଁକି ଲୋକଙ୍କ ଉପରେ ଗୁଇନ୍ଦା ଗିରି କରିବାକୁ ନଜର ରଖିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଲୋକଙ୍କର ପ୍ରାଇଭେସିର ଏହା ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଏହାକୁ ଗୁଇନ୍ଦାଗିରିର ଆପ୍ ବୋଲି କହିଛନ୍ତି। ଦେଶରେ ଏକଛତ୍ରବାଦ ଶାସନ ଲାଗୁ କରିବାକୁ ଯୋଜନା କରାଯାଉଛି।

ଆହୁରି ପଢ଼ନ୍ତୁ: ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ..

Join Us @ WhatsApp

About The Author

Google News
Join Us @ WhatsApp