କାନାଡ଼ା କୁଟନୀତିଜ୍ଞଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଚିନ୍ତାର ବିଷୟ ଥିଲା: ଏସ୍ ଜୟଶଙ୍କର

The Sakala Picture
Published On

ନୂଆଦିଲ୍ଲୀ: କାନାଡ଼ା ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେରିକା ଓ ବ୍ରିଟେନ୍‌ ଭାରତ ସହ ଅସହମତି ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ସେ କହିଛନ୍ତି ଯେ, ଦେଶରେ କୁଟନୀତିଜ୍ଞଙ୍କ ଉପସ୍ଥିତି ନେଇ ଭାରତ କାନାଡ଼ା ସହ ସମାନତା ରଖିଛି। କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପରେ ଚିନ୍ତା ପ୍ରକଟ କରି ଭାରତ କେବଳ ସମାନତା କାଏମ ରଖିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭିଏନା ଚୁକ୍ତିର କୌଣସି […]

ନୂଆଦିଲ୍ଲୀ: କାନାଡ଼ା ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେରିକା ଓ ବ୍ରିଟେନ୍‌ ଭାରତ ସହ ଅସହମତି ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସେ କହିଛନ୍ତି ଯେ, ଦେଶରେ କୁଟନୀତିଜ୍ଞଙ୍କ ଉପସ୍ଥିତି ନେଇ ଭାରତ କାନାଡ଼ା ସହ ସମାନତା ରଖିଛି। କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପରେ ଚିନ୍ତା ପ୍ରକଟ କରି ଭାରତ କେବଳ ସମାନତା କାଏମ ରଖିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭିଏନା ଚୁକ୍ତିର କୌଣସି ଉଲ୍ଲଂଘନ ହୋଇ ନାହିଁ। ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଜୟଶଙ୍କର କହିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଜୟଶଙ୍କର କହିଛନ୍ତି “ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯାହା ଏହା ଉପରେ ଏକ ପ୍ରାସଙ୍ଗିକ ଅନ୍ତର୍ଜାତୀୟ ନିୟମ। କିନ୍ତୁ ଆମ ଘଟଣାରେ ଆମେ ସମାନତା ରଖିଛୁ। କାରଣ କାନାଡ଼ା ରାଷ୍ଟ୍ରଦୂତଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଆମ ପାଇଁ ଚିନ୍ତାର ବିଷୟ ଥିଲା।” ହେଲେ ଏନେଇ ସବୁକଥା ଲୋକ ଲୋଚନରେ ପ୍ରକାଶ କରୁ ନାହିଁ। ସମୟ ଆସିଲେ ଲୋକେ ବୁଝିଯିବେ ଯେ ଆମକୁ କାହିଁକି ସେମାନଙ୍କର ସହ ସମସ୍ୟା ହେଲା ବୋଲି ଜୟଶଙ୍କର କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର