ନାଟୋ ପ୍ରତି ରୁଷ୍‌ର କଠୋର ଆଭିମୁଖ୍ୟ

The Sakala Picture
Published On

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ୧୪ ଦିନ ଅତିକ୍ରମ କରିଥିବା ବେଳେ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଯୁଦ୍ଧ ବିରତି ପାଇଁ ବିଶ୍ବର ବହୁ ତୁଙ୍ଗ ନେତାଙ୍କ ଉଦ୍ୟମ ଜାରି ରହିଛି। ହେଲେ ଏବେ ଯୁଦ୍ଧକୁ ନେଇ ବିଶ୍ବ ରାଜନୀତି ଯେଉଁ ଦିଗକୁ ଗତି କରୁଛି ତଦ୍ବାରା କେବଳ ୟୁକ୍ରେନ ନୁହେଁ, ବରଂ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି ହେବାର ଆଶଙ୍କ ଉପୁଜିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ତୃତୀୟ ପର୍ଯ୍ୟାୟ […]

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ୧୪ ଦିନ ଅତିକ୍ରମ କରିଥିବା ବେଳେ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଯୁଦ୍ଧ ବିରତି ପାଇଁ ବିଶ୍ବର ବହୁ ତୁଙ୍ଗ ନେତାଙ୍କ ଉଦ୍ୟମ ଜାରି ରହିଛି। ହେଲେ ଏବେ ଯୁଦ୍ଧକୁ ନେଇ ବିଶ୍ବ ରାଜନୀତି ଯେଉଁ ଦିଗକୁ ଗତି କରୁଛି ତଦ୍ବାରା କେବଳ ୟୁକ୍ରେନ ନୁହେଁ, ବରଂ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି ହେବାର ଆଶଙ୍କ ଉପୁଜିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ସମେତ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ରଖୀଥିବା ୪ଟି ସର୍ତ୍ତକୁ ୟୁକ୍ରେନ ଗ୍ରହଣ କରିବାକୁ ଏକ ପ୍ରକାର ପ୍ରସ୍ତୁତ ରହିଛି ବୋଲି ରାଷ୍ଟ୍ରପତି ଜେଲେଁସ୍କି ସୂଚନା ଦେବା ପରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ ପ୍ରତି କିଛିଟା ସହଜ ମନୋଭାବ ଗ୍ରହଣ କରିଛନ୍ତି। ହେଲେ ଏବେ ନାଟୋର ଆଭିମୁଖ୍ୟକୁ ନେଇ ପୁତିନ ଆହୁରି କଠୋର ହେବା ଘଟଣା ପୁଣି ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ପୂର୍ବରୁ ରୁଷିଆ ବିରୋଧରେ ଆମେରିକା ସମେତ ବ୍ରିଟେନ ଏବଂ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଆର୍ଥିକ କଟକଣା ଜାରି କରିଥିଲେ। ହେଲେ ବୁଧବାର ରୁଷିଆ ଉପରେ ଆହୁରି କଠୋର କଟକଣା ଲାଗୁ କରିବାକୁ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ, ବିଶ୍ବ ଆର୍ଥିକ ମଞ୍ଚ ମଧ୍ୟ ରୁଷିଆର ସମସ୍ତ ବ୍ୟାବସାୟିକ ସଂସ୍ଥା କିମ୍ବା ଉଦ୍ୟୋଗ କ୍ଷେତ୍ର ସହ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି ରୁଷକୁ ନିଜ ମଞ୍ଚରେ ସାମିଲ ନକରିବାକୁ ଡବ୍ଲୁଇଏଫ କହିଛି। ଏଥିସହିତ ବିଭିନ୍ନ ରାଷ୍ଟ୍ର ସେମାନଙ୍କ ଆକାଶମାର୍ଗ ରୁଷିଆ ପାଇଁ ବନ୍ଦ କରିଦେଇଥିବାରୁ ପୂର୍ବ ୟୁରୋପ ସମେତ ଅନ୍ୟ ରାଷ୍ଟ୍ରମାନଙ୍କୁ ରୁଷିଆର ବିମାନ ଯୋଗାଯୋଗ ବନ୍ଦ ହୋଇଛି। ଏହାଦ୍ବାରା ରୁଷିଆ ଏବେ ଆର୍ଥିକ ଦିଗରୁ ଏକଘରିକିଆ ହୋଇଛି। ଏହାକୁ ନେଇ ରାଷ୍ଟ୍ରପତି ପୁତିନ ରକ୍ତ ଚାଉଳ ଚୋବାଉଥିବା ବେଳେ ନାଟୋ ରାଷ୍ଟ୍ର ସଂଘକୁ ଜବାବ ଦେବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ରୁଷିଆ ବିପକ୍ଷରେ ନାଟୋ’ର ଅସଲ ଉଦ୍ଦେଶ୍ୟକୁ ରୋକାଯିବା ସହିତ ଆମେ ଶକ୍ତ ଜବାବ ଦେବୁ ବୋଲି ପୁତିନ ବୁଧବାର ଦୃଢୋକ୍ତି କରିଛନ୍ତି। ଫଳରେ ଆଗକୁ ରୁଷ ସହିତ ଆମେରିକା ଏବଂ ବ୍ରିଟେନ ସମେତ ଅନ୍ୟାନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କ ତିକ୍ତତା ବଢିବାର ଆଶଙ୍କା ବଢିଛି। ୟୁକ୍ରେନ୍‌ ସରକାରଙ୍କୁ ବରଖାସ୍ତ କରିବାର ଆମର ଲକ୍ଷ୍ୟ ନାହିଁ, କିନ୍ତୁ ଏଠାରେ ନିରପେକ୍ଷତା ରହିବା ଦରକାର। ଏଥିପାଇଁ ଆମେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାରେ ସମାଧାନର ବାଟ କାଢ଼ିବୁ ବୋଲି ରୁଷ୍‌ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ପୁତିନ୍‌ଙ୍କ ଆଭିମୁଖ୍ୟ ପୁଣି ସଙ୍କଟ ଆଣିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରୁଷ ନିକଟରେ କଦାଚିତ ଆତ୍ମସମର୍ପଣ କରିବୁ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି କହିଛନ୍ତି। ବରଂ ରୁଷିଆକୁ ଚାଲେଞ୍ଜ ଦେବା ପାଇଁ ସେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରମାନଙ୍କ ଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହିକ୍ରମରେ ବୁଧବାର ପୋଲାଣ୍ଡ ୟୁକ୍ରେନକୁ ବହୁ ସଂଖ୍ୟକ ଲଢୁଆ ଯୁଦ୍ଧ ବିମାନ ଦେବାକୁ ଘୋଷଣା କରିଛି। ଏହାଦ୍ବାରା ରୁଷକୁ ଘେରିବାକୁ ନାଟୋ ପ୍ରସ୍ତୁତ ହେଉଥିବା ପୁତିନ ବୁଝିଯିବା ପରେ ନାଟୋ ବିପକ୍ଷରେ ଏଭଳି ବୟାନ ଜାରି କରିଛନ୍ତି। ତେଣୁ ଆଗକୁ ରୁଷ-ୟୁକ୍ରେନ ଯୁଦ୍ଧର ଭୟବହତା କମିବା ପରିବର୍ତ୍ତେ ଆହୁରି ସଙ୍କଟଜନକ ହୋଇପଡ଼ିବ ବୋଲି ଆଶଙ୍କା ଦେଖାଯାଇଛି। ଅନ୍ୟପକ୍ଷରେ ରୁଷ ଆକ୍ରମଣରେ ୟୁକ୍ରେନର ଚେର୍ନୋବିଲସ୍ଥିତ ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରୁ କୌଣସି ମୁହୂର୍ତ୍ତରେ ତେଜସ୍କ୍ରିୟ ବିକିରଣ ଆରମ୍ଭ ହୋଇପାରେ ବୋଲି ରାଷ୍ଟ୍ରପତି ଜେଲେଁସ୍କି କହିଛନ୍ତି।

ବର୍ତ୍ତମାନ ଏହି ଆଣବିକ କେନ୍ଦ୍ରରେ ଯେତିକି ଇନ୍ଧନ ରହିଛି ତାହା ମାତ୍ର ଦୁଇଦିନ ଚାଲିବ। ଇନ୍ଧନ ଶେଷ ହୋଇଯିବା ପରେ ଏହାର ‘କୁଲିଂ ସିଷ୍ଟମ ’ବନ୍ଦ ହୋଇଯିବାର ସମ୍ଭାବନା ଅଧିକ। ଏହା ଯଦି ବନ୍ଦ ହୋଇଯାଏ ତେବେ ତେଜସ୍କ୍ରିିୟ ବିକିରଣ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତିି। ଏଭଳି ସ୍ଥିତି ଉପୁଜିଲେ ତାହା ସାରା ବିଶ୍ବ ପାଇଁ ଭୟାନକ ସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟପକ୍ଷରେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ବୁଝାମଣା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର