ପୁଟିନଙ୍କ ବଡ଼ ପ୍ରସ୍ତୁତି: ଋଷିଆ ସହ ମିଶିଯିବ ୟୁକ୍ରେନର ୪ ଅଞ୍ଚଳ

The Sakala Picture
Published On

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ଉଭୟଙ୍କ ମଧ୍ୟରେ ୭ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଞ୍ଚ ଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ, ସେପ୍ଟମ୍ବର ୩୦ରେ ଏଠାକାର ଜନମତର ଫଳାଫଳ ଘୋଷଣା କରାଯିବ। ଏହା ପରେ ଯଦି ରୁଷ ସପକ୍ଷରେ ମତ […]

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ଉଭୟଙ୍କ ମଧ୍ୟରେ ୭ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଞ୍ଚ ଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦ୍ୟମ ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ରିପୋର୍ଟ ମୁତାବକ, ସେପ୍ଟମ୍ବର ୩୦ରେ ଏଠାକାର ଜନମତର ଫଳାଫଳ ଘୋଷଣା କରାଯିବ। ଏହା ପରେ ଯଦି ରୁଷ ସପକ୍ଷରେ ମତ ଆସିଥାଏ ତାହାହେଲ ଏହାକୁ ମିଶାଇବାରେ କେହି ଆମକୁ ଅଟକାଇ ପାରିବେ ନାହିଁ। ଆଉ ଦିନକ ପରେ ଲୁହାନସ୍କ, ଜେପୋରିଝିଆ, ଖେରସନ ଓ ଡୋନେଟସ୍କ ରୁଷର ଅଂଶବିଶେଷ ହେବ ବୋଲି ପୁଟିନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଏଥିରେ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ମୁଣ୍ଡ ପୂରାଇଲେ ଭଲ ହେବନି ବୋଲି ରୁଷିଆ ପକ୍ଷରୁ କୁହାଯାଇଛି। ଆଉ କେତେକ ରିପୋର୍ଟ ଅନୁସାରେ ଏଥିପାଇଁ ଆବଶ୍ୟକ ପଡିଲେ ରୁଷ ପରମାଣୁ ବୋମାର ବ୍ୟବହାର ମଧ୍ୟ କରିପାରେ । ଶୁକ୍ରବାର ୩ଟାରେ ଏହି ବିଲୟ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ଯାଳୟ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର