ଭାରତ ଯୋଡ ଯାତ୍ରାରୁ ପୁଣି ଥରେ ଆରଏସ୍‌ଏସ୍‌କୁ ରାହୁଲଙ୍କ ଟାର୍ଗେଟ, କହିଲେ ସାବରକର ଇଂରେଜମାନଙ୍କ ଠାରୁ ଟଙ୍କା ନେଉଥିଲେ

The Sakala Picture
Published On

ଭୁବନେଶ୍ବର : କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି ଯାତ୍ରାକୁ ଏକ ମାସ ସମୟ ପୁରିଥିବା ବେଳେ ପଦଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଶନିବାର କର୍ଣ୍ଣାଟକର ତୁରୁବେକରେ ଠାରେ ଏହି ଯାତ୍ରା ପହଞ୍ଚିଥିବା ବେଳେ ଏହି ଅବସରରେ ରାହୁଲ ଗାନ୍ଧୀ ଆରଏସଏସ ଓ ସାବରକରଙ୍କୁ ଟାର୍ଗେଟ କରି ଆକ୍ରମଣାତ୍ମକ ଢଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସାବରକର ଇଂରେଜମାନଙ୍କ […]

ଭୁବନେଶ୍ବର : କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି ଯାତ୍ରାକୁ ଏକ ମାସ ସମୟ ପୁରିଥିବା ବେଳେ ପଦଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଶନିବାର କର୍ଣ୍ଣାଟକର ତୁରୁବେକରେ ଠାରେ ଏହି ଯାତ୍ରା ପହଞ୍ଚିଥିବା ବେଳେ ଏହି ଅବସରରେ ରାହୁଲ ଗାନ୍ଧୀ ଆରଏସଏସ ଓ ସାବରକରଙ୍କୁ ଟାର୍ଗେଟ କରି ଆକ୍ରମଣାତ୍ମକ ଢଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସାବରକର ଇଂରେଜମାନଙ୍କ ପାଇଁ କାମ କରୁଥିଲେ ଓ ଏଥିପାଇଁ ସେମାନଙ୍କ ଠାରୁ ଟଙ୍କା ନେଉଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା: ହରମୁଜ୍ ପ୍ରଣାଳୀ ଖୋଲିବା ସହ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଇରାନର ନିଷ୍ପତ୍ତି

ରାହୁଲ ଗାନ୍ଧୀ ଆହୁରି ମଧୟ କହିଛନ୍ତି ଯେ ଆରଏସଏସ ଭାରତରେ ବ୍ରିଟିସ ଶାସନକୁ ସମର୍ଥନ କରୁଥିଲା। ସେଥିପାଇଁ ସେମାନଙ୍କ ପାଇଁ କାମ ମଧ୍ୟ କରୁଥିଲା। ଏବେ ଦେଶରେ ବିଜେପି ଓ ଆରଏସଏସ ଯେଉଁ ଘୃଣାଭାବ ସୃଷ୍ଟି କରିଛି ତାହା ବିରୋଧରେ କଂଗ୍ରେସ ଭାରତ ଯୋଡ ଯାତ୍ରା କରୁଥିବା ରାହୁଲ ଗାନ୍ଧୀ କହିଛନ୍ତି । ଏହାସହ ଲୋକମାନେ ମହଙ୍ଗାମାଡରେ ଜର୍ଜରିତ ହେଉଥିବା ବେଳେ ସରକାର ଏହାକୁ ଲୁଚାଇବାକୁ ଗଣମାଧ୍ୟମକୁ ନିଜ ଆୟତରେ ରଖୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିହାରରେ ହାଇଭୋଲ୍ଟେଜ୍ ଡ୍ରାମା: ପ୍ରେମିକକୁ ବାହା ହେବା ଜିଦ୍‌ରେ ୨୦୦ ଫୁଟ୍ ଟାୱାର ଉପରକୁ ଚଢ଼ିଲେ ନାବାଳିକା

ଅନ୍ୟପଟେ ରାଜସ୍ଥାନରେ ଆଦାନୀ ଗ୍ରୁପର ପୁଞ୍ଜି ବିନିଯୋଗ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି ରାହୁଲ । ଏନେଇ ସେ କହିଛନ୍ତି ଯେ, ମୁଁ କର୍ପୋରେଟ ବିରୋଧୀ ନୁହେଁ ହେଲେ ଏକଚାଟିଆ କାରବାରର ବିରୋଧୀ। ରାଜସ୍ଥାନରେ ସରକାର ନିଜର କ୍ଷମତା ପ୍ରୟୋଗ କରି ଆଦାନୀ ଗ୍ରୁପକୁ କିଛି ଲାଭ ଦେଉନଥିବା କଥା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିରଳ ରୋଗରେ ପୀଡ଼ିତ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଲେ ହେମନ୍ତ ସରକାର, ମଞ୍ଜୁର କଲେ ୧୫ କୋଟି ଟଙ୍କା

ଅନ୍ୟପଟେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ଯେ କେହି ବି ହେଉ ସେ ଗାନ୍ଧୀ ପରିବାରର ରିମୋର୍ଟ ମାଧ୍ୟମରେ ପରିଚାଳିତ ହେବେ ବୋଲି ବାରମ୍ବାର ବିଜେପି ଅଭିଯୋଗ କରୁଛି । ଏହି ଅବସରରେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଏଭଳି କହିବା କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ୨ ପ୍ରାର୍ଥୀଙ୍କ ପ୍ରତି ଘୋର ଅପମାନ। ଦଳର ନିର୍ବାଚନ ସଂପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହଉଛି ଓ ନିର୍ବାଚିତ ଅଧ୍ୟକ୍ଷ ସଂପୂର୍ଣ୍ଣ ସ୍ବାଧୀନତାର ସହିତ ନିଜର କାର୍ୟ୍ୟ କରିବେ ବୋଲି ରାହୁଲ କହିଛନ୍ତି।

08 Oct 2022 By The Sakala

ଭାରତ ଯୋଡ ଯାତ୍ରାରୁ ପୁଣି ଥରେ ଆରଏସ୍‌ଏସ୍‌କୁ ରାହୁଲଙ୍କ ଟାର୍ଗେଟ, କହିଲେ ସାବରକର ଇଂରେଜମାନଙ୍କ ଠାରୁ ଟଙ୍କା ନେଉଥିଲେ

ଭୁବନେଶ୍ବର : କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି ଯାତ୍ରାକୁ ଏକ ମାସ ସମୟ ପୁରିଥିବା ବେଳେ ପଦଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଶନିବାର କର୍ଣ୍ଣାଟକର ତୁରୁବେକରେ ଠାରେ ଏହି ଯାତ୍ରା ପହଞ୍ଚିଥିବା ବେଳେ ଏହି ଅବସରରେ ରାହୁଲ ଗାନ୍ଧୀ ଆରଏସଏସ ଓ ସାବରକରଙ୍କୁ ଟାର୍ଗେଟ କରି ଆକ୍ରମଣାତ୍ମକ ଢଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସାବରକର ଇଂରେଜମାନଙ୍କ ପାଇଁ କାମ କରୁଥିଲେ ଓ ଏଥିପାଇଁ ସେମାନଙ୍କ ଠାରୁ ଟଙ୍କା ନେଉଥିଲେ ।

ରାହୁଲ ଗାନ୍ଧୀ ଆହୁରି ମଧୟ କହିଛନ୍ତି ଯେ ଆରଏସଏସ ଭାରତରେ ବ୍ରିଟିସ ଶାସନକୁ ସମର୍ଥନ କରୁଥିଲା। ସେଥିପାଇଁ ସେମାନଙ୍କ ପାଇଁ କାମ ମଧ୍ୟ କରୁଥିଲା। ଏବେ ଦେଶରେ ବିଜେପି ଓ ଆରଏସଏସ ଯେଉଁ ଘୃଣାଭାବ ସୃଷ୍ଟି କରିଛି ତାହା ବିରୋଧରେ କଂଗ୍ରେସ ଭାରତ ଯୋଡ ଯାତ୍ରା କରୁଥିବା ରାହୁଲ ଗାନ୍ଧୀ କହିଛନ୍ତି । ଏହାସହ ଲୋକମାନେ ମହଙ୍ଗାମାଡରେ ଜର୍ଜରିତ ହେଉଥିବା ବେଳେ ସରକାର ଏହାକୁ ଲୁଚାଇବାକୁ ଗଣମାଧ୍ୟମକୁ ନିଜ ଆୟତରେ ରଖୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରାଜସ୍ଥାନରେ ଆଦାନୀ ଗ୍ରୁପର ପୁଞ୍ଜି ବିନିଯୋଗ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି ରାହୁଲ । ଏନେଇ ସେ କହିଛନ୍ତି ଯେ, ମୁଁ କର୍ପୋରେଟ ବିରୋଧୀ ନୁହେଁ ହେଲେ ଏକଚାଟିଆ କାରବାରର ବିରୋଧୀ। ରାଜସ୍ଥାନରେ ସରକାର ନିଜର କ୍ଷମତା ପ୍ରୟୋଗ କରି ଆଦାନୀ ଗ୍ରୁପକୁ କିଛି ଲାଭ ଦେଉନଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ଯେ କେହି ବି ହେଉ ସେ ଗାନ୍ଧୀ ପରିବାରର ରିମୋର୍ଟ ମାଧ୍ୟମରେ ପରିଚାଳିତ ହେବେ ବୋଲି ବାରମ୍ବାର ବିଜେପି ଅଭିଯୋଗ କରୁଛି । ଏହି ଅବସରରେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଏଭଳି କହିବା କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ୨ ପ୍ରାର୍ଥୀଙ୍କ ପ୍ରତି ଘୋର ଅପମାନ। ଦଳର ନିର୍ବାଚନ ସଂପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହଉଛି ଓ ନିର୍ବାଚିତ ଅଧ୍ୟକ୍ଷ ସଂପୂର୍ଣ୍ଣ ସ୍ବାଧୀନତାର ସହିତ ନିଜର କାର୍ୟ୍ୟ କରିବେ ବୋଲି ରାହୁଲ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର