ବିଶ୍ବରେ ପ୍ରଥମ: ମନୁଷ୍ୟର ବିନା ସହାୟତାରେ ସଫଳ ଅସ୍ତ୍ରୋପଚାର କଲା ରୋବୋଟ୍‌

The Sakala Picture
Published On

ୱାଶିଂଟନ(ଏଜେନ୍ସି): ରୋବୋଟିକ୍ସ କ୍ଷେତ୍ରରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋଟ ମନୁଷ୍ୟ ସହାୟତା ବିନା ସଫଳ ଅସ୍ତ୍ରୋପଚାର କରିଛି। ଆମେରିକାର ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ସ୍ମାର୍ଟ ଟିସୁ ଅଟୋନମସ ରୋବୋଟ (ଷ୍ଟାର) ଏକ ଘୁଷୁରୀର ସ୍ନାୟୁ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି। ଗବେଷକଙ୍କ ଅନୁଯାୟୀ ରୋବୋଟିକ୍ସ କ୍ଷେତ୍ରରେ ଏହା ବହୁତ ବଡ଼ ଉପଲବ୍ଧି। ଏହି ରୋବୋଟ ମନୁଷ୍ୟ ତୁଳନାରେ ବହୁତ ଭଲ ଅସ୍ତ୍ରୋପଚାର କରିଥିଲା। ଏହି ଅସ୍ତ୍ରୋପଚାରରେ ରୋବୋଟ ଘୁଷୁରୀ […]

ୱାଶିଂଟନ(ଏଜେନ୍ସି): ରୋବୋଟିକ୍ସ କ୍ଷେତ୍ରରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋଟ ମନୁଷ୍ୟ ସହାୟତା ବିନା ସଫଳ ଅସ୍ତ୍ରୋପଚାର କରିଛି। ଆମେରିକାର ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ସ୍ମାର୍ଟ ଟିସୁ ଅଟୋନମସ ରୋବୋଟ (ଷ୍ଟାର) ଏକ ଘୁଷୁରୀର ସ୍ନାୟୁ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି। ଗବେଷକଙ୍କ ଅନୁଯାୟୀ ରୋବୋଟିକ୍ସ କ୍ଷେତ୍ରରେ ଏହା ବହୁତ ବଡ଼ ଉପଲବ୍ଧି। ଏହି ରୋବୋଟ ମନୁଷ୍ୟ ତୁଳନାରେ ବହୁତ ଭଲ ଅସ୍ତ୍ରୋପଚାର କରିଥିଲା। ଏହି ଅସ୍ତ୍ରୋପଚାରରେ ରୋବୋଟ ଘୁଷୁରୀ ଅନ୍ତନଳୀର ୨ଟି ସ୍ନାୟୁକୁ ଯୋଡିଥିଲା। ଏ ପର୍ଯ୍ୟନ୍ତ ୪ଟି ପଶୁଠାରେ ଏଭଳି ଅସ୍ତ୍ରୋପଚାର କରାଯାଇଛି। ଏହି ସମୟରେ ରୋବୋଟ ଜଣେ କୁଶଳୀ ଡାକ୍ତର ଭାବେ ଅସ୍ତ୍ରୋପଚାର କରିଥିଲା। ଏହି ଗବେଷଣାର ପ୍ରମୁଖ ଡାକ୍ତର ଏକ୍ସେଲ କ୍ରିଏଗର କହିଛନ୍ତି ଯେ ପେଟ ଭିତରେ ୨ଟି ଅନ୍ତନଳୀକୁ ଯୋଡିବା ଚ୍ୟାଲେଞ୍ଜିଂ କାମ ହୋଇଥାଏ। ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ିଥାଏ। ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଅସାବଧାନତା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅସ୍ତ୍ରୋପଚାରର ଏକ କଠିନ କାମକୁ ରୋବୋଟ ସଫଳ କରି ଦେଖାଇଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

30 Jan 2022 By The Sakala

ବିଶ୍ବରେ ପ୍ରଥମ: ମନୁଷ୍ୟର ବିନା ସହାୟତାରେ ସଫଳ ଅସ୍ତ୍ରୋପଚାର କଲା ରୋବୋଟ୍‌

ୱାଶିଂଟନ(ଏଜେନ୍ସି): ରୋବୋଟିକ୍ସ କ୍ଷେତ୍ରରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋଟ ମନୁଷ୍ୟ ସହାୟତା ବିନା ସଫଳ ଅସ୍ତ୍ରୋପଚାର କରିଛି। ଆମେରିକାର ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ସ୍ମାର୍ଟ ଟିସୁ ଅଟୋନମସ ରୋବୋଟ (ଷ୍ଟାର) ଏକ ଘୁଷୁରୀର ସ୍ନାୟୁ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି। ଗବେଷକଙ୍କ ଅନୁଯାୟୀ ରୋବୋଟିକ୍ସ କ୍ଷେତ୍ରରେ ଏହା ବହୁତ ବଡ଼ ଉପଲବ୍ଧି। ଏହି ରୋବୋଟ ମନୁଷ୍ୟ ତୁଳନାରେ ବହୁତ ଭଲ ଅସ୍ତ୍ରୋପଚାର କରିଥିଲା। ଏହି ଅସ୍ତ୍ରୋପଚାରରେ ରୋବୋଟ ଘୁଷୁରୀ ଅନ୍ତନଳୀର ୨ଟି ସ୍ନାୟୁକୁ ଯୋଡିଥିଲା। ଏ ପର୍ଯ୍ୟନ୍ତ ୪ଟି ପଶୁଠାରେ ଏଭଳି ଅସ୍ତ୍ରୋପଚାର କରାଯାଇଛି। ଏହି ସମୟରେ ରୋବୋଟ ଜଣେ କୁଶଳୀ ଡାକ୍ତର ଭାବେ ଅସ୍ତ୍ରୋପଚାର କରିଥିଲା। ଏହି ଗବେଷଣାର ପ୍ରମୁଖ ଡାକ୍ତର ଏକ୍ସେଲ କ୍ରିଏଗର କହିଛନ୍ତି ଯେ ପେଟ ଭିତରେ ୨ଟି ଅନ୍ତନଳୀକୁ ଯୋଡିବା ଚ୍ୟାଲେଞ୍ଜିଂ କାମ ହୋଇଥାଏ। ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ିଥାଏ। ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଅସାବଧାନତା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅସ୍ତ୍ରୋପଚାରର ଏକ କଠିନ କାମକୁ ରୋବୋଟ ସଫଳ କରି ଦେଖାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର