ମୁଦ୍ରା ନୀତି ସମୀକ୍ଷା: କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରା ନୀତିର ସମୀକ୍ଷା କରିଛି। ଏଥର ମଧ୍ୟ ରେପୋ ରେଟ୍ ରେ ଆରବିଆଇ କୌଣସି ପରିବର୍ତ୍ତନ କରିନାହିଁ। ଲଗାତାର ଷଷ୍ଠଥର ଲାଗି ରେପୋରେଟ୍‌ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି । ପ୍ରମୁଖ ସୁଧ ହାର ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି | ରିଭର୍ସ ରେପୋ ରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି | ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି […]

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରା ନୀତିର ସମୀକ୍ଷା କରିଛି। ଏଥର ମଧ୍ୟ ରେପୋ ରେଟ୍ ରେ ଆରବିଆଇ କୌଣସି ପରିବର୍ତ୍ତନ କରିନାହିଁ। ଲଗାତାର ଷଷ୍ଠଥର ଲାଗି ରେପୋରେଟ୍‌ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି । ପ୍ରମୁଖ ସୁଧ ହାର ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି | ରିଭର୍ସ ରେପୋ ରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି | ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ରେଟ୍ ଏବଂ ବ୍ୟାଙ୍କ ରେଟ୍ ପୂର୍ବ ଭଳି ୪.୨୫ ପ୍ରତିଶତ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

କ୍ରମାଗତ ଷଷ୍ଠ ଥର ପାଇଁ ଆରବିଆଇ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଶେଷଥର ପାଇଁ ୨୨ ମଇ ୨୦୨୧ରେ ସୁଧହାରରେ ପରିବର୍ତ୍ତନ କରାଯାଇଥିଲା ​​| ଏହା ପରେ କରୋନାଭାଇରସ୍ ଜନିତ ଲକଡାଉନ୍ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ଆରବିଆଇ ପ୍ରଥମେ ସୁଧହାର ପରିବର୍ତ୍ତନ ବନ୍ଦ ରଖିଥିଲା ଏବଂ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଅନେକ ଯୋଜନା ଘୋଷଣା କରିଥିଲା ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର