ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି

The Sakala Picture
Published On

ଜୟପୁର: ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହା ସହ ପରବର୍ତ୍ତୀ ୧୦୦ ୟୁନିଟ ଲାଗି ଫିକ୍ସଡ ରେଟ ବି ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗେହଲଟ କହିଛନ୍ତି- ମୁଦ୍ରାସ୍ଫୀତି ଓ ଜନତାଙ୍କ ପ୍ରସ୍ତାବ ଅନୁସାରେ ବିଦ୍ୟୁତ ବିଲ୍ ନୀତିରେ ପରିବର୍ତ୍ତନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ […]

ଜୟପୁର: ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହା ସହ ପରବର୍ତ୍ତୀ ୧୦୦ ୟୁନିଟ ଲାଗି ଫିକ୍ସଡ ରେଟ ବି ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗେହଲଟ କହିଛନ୍ତି- ମୁଦ୍ରାସ୍ଫୀତି ଓ ଜନତାଙ୍କ ପ୍ରସ୍ତାବ ଅନୁସାରେ ବିଦ୍ୟୁତ ବିଲ୍ ନୀତିରେ ପରିବର୍ତ୍ତନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଛନ୍ତି ଅଶୋକ ଗେହଲଟ ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ଲୋକଙ୍କ ସହ କଥା ହେବା ପରେ ବିଜୁଳି ସ୍ଲାବରେ ସାମାନ୍ୟ କମ କରିବାକୁ ପରାମର୍ଶ ମିଳିଥିଲା । ମେ ମାସର ବିଜୁଳି ଖର୍ଚ୍ଚ ଅଧିକ ନେଇ ଲୋକଙ୍କଠାରୁ ଫିଡ୍‌ ବ୍ୟାକ୍‌ ମିଳିଛି । ଏହାକୁ ଆଧାର କରି ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅଶୋକ ଗେହଲଟ । ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ୍‌ ବିଜୁଳି ବ୍ୟବହାର କରିବେ ସେମାନଙ୍କ ବିଲ୍‌ ଦେବାକୁ ପଡ଼ିବ ନାହିଁ । ପ୍ରଥମ ୧୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

କିଛିମାସ ତଳେ ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା ହ୍ରାସ କରି ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିଲେ ଗେହଲଟ । ଗତବର୍ଷ ସରକାରୀ ହସ୍ପିଟାଲରେ ୨୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟ ସେବା ସହ ସାମାଜିକ ନିରାପତ୍ତା ଯୋଜନାରେ ମାସିକ ପେନସନ ପରିମାଣ ୧ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ସରକାର ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

01 Jun 2023 By The Sakala

ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି

ଜୟପୁର: ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହା ସହ ପରବର୍ତ୍ତୀ ୧୦୦ ୟୁନିଟ ଲାଗି ଫିକ୍ସଡ ରେଟ ବି ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗେହଲଟ କହିଛନ୍ତି- ମୁଦ୍ରାସ୍ଫୀତି ଓ ଜନତାଙ୍କ ପ୍ରସ୍ତାବ ଅନୁସାରେ ବିଦ୍ୟୁତ ବିଲ୍ ନୀତିରେ ପରିବର୍ତ୍ତନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଛନ୍ତି ଅଶୋକ ଗେହଲଟ ।

ଲୋକଙ୍କ ସହ କଥା ହେବା ପରେ ବିଜୁଳି ସ୍ଲାବରେ ସାମାନ୍ୟ କମ କରିବାକୁ ପରାମର୍ଶ ମିଳିଥିଲା । ମେ ମାସର ବିଜୁଳି ଖର୍ଚ୍ଚ ଅଧିକ ନେଇ ଲୋକଙ୍କଠାରୁ ଫିଡ୍‌ ବ୍ୟାକ୍‌ ମିଳିଛି । ଏହାକୁ ଆଧାର କରି ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅଶୋକ ଗେହଲଟ । ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ୍‌ ବିଜୁଳି ବ୍ୟବହାର କରିବେ ସେମାନଙ୍କ ବିଲ୍‌ ଦେବାକୁ ପଡ଼ିବ ନାହିଁ । ପ୍ରଥମ ୧୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ।

କିଛିମାସ ତଳେ ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା ହ୍ରାସ କରି ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିଲେ ଗେହଲଟ । ଗତବର୍ଷ ସରକାରୀ ହସ୍ପିଟାଲରେ ୨୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟ ସେବା ସହ ସାମାଜିକ ନିରାପତ୍ତା ଯୋଜନାରେ ମାସିକ ପେନସନ ପରିମାଣ ୧ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର