୧୦ ଗୁଣ ବଢିଲା ଟ୍ରେନ୍ ଦୁର୍ଘଟଣା କ୍ଷତିପୂରଣ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ରେଳ ବୋର୍ଡ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଆଘାତରେ ଦିଆଯାଇଥିବା ଅନୁକମ୍ପା ରାଶିକୁ ୧୦ ଗୁଣ ବୃଦ୍ଧି କରିଛି। ଏହି ରାଶି ଶେଷ ଥର ପାଇଁ ୨୦୧୨ ଏବଂ ୨୦୧୩ରେ ସଂଶୋଧିତ ହୋଇଥିଲା। ବୋର୍ଡ କହିଛି ଯେ, ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ଦୁର୍ଘଟଣା ଘଟଣାରେ ସମ୍ପୃକ୍ତ ମୃତ ତଥା ଆହତ ଯାତ୍ରୀଙ୍କ ପରିବାରକୁ ଦିଆଯିବାକୁ ଥିବା ରାଶି ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରେଳ ଦୁର୍ଘଟଣାରେ ଏଣିକି ମୃତକଙ୍କ ପରିବାରକୁ […]

ନୂଆଦିଲ୍ଲୀ : ଭାରତୀୟ ରେଳ ବୋର୍ଡ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଆଘାତରେ ଦିଆଯାଇଥିବା ଅନୁକମ୍ପା ରାଶିକୁ ୧୦ ଗୁଣ ବୃଦ୍ଧି କରିଛି। ଏହି ରାଶି ଶେଷ ଥର ପାଇଁ ୨୦୧୨ ଏବଂ ୨୦୧୩ରେ ସଂଶୋଧିତ ହୋଇଥିଲା। ବୋର୍ଡ କହିଛି ଯେ, ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ଦୁର୍ଘଟଣା ଘଟଣାରେ ସମ୍ପୃକ୍ତ ମୃତ ତଥା ଆହତ ଯାତ୍ରୀଙ୍କ ପରିବାରକୁ ଦିଆଯିବାକୁ ଥିବା ରାଶି ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗରେ ନିପା ଭୂତାଣୁ ଆତଙ୍କ: ୨୫ ବର୍ଷୀୟା ନର୍ସଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ବିଭାଗର ହାଇ ଆଲର୍ଟ

ରେଳ ଦୁର୍ଘଟଣାରେ ଏଣିକି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ଦୁର୍ଘଟଣାରେ ଗୁରତରଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ସେହିପରି ଲେବଲ କ୍ରସିଂ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମଧ୍ୟ ସମାନ ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଉତ୍ତର ପ୍ରଦେଶର ସମ୍ଭଲରେ 'ସ୍ପେଶାଲ ୨୬' ଷ୍ଟାଇଲ୍ ଠକେଇ: ନକଲି ଆୟକର ଅଧିକାରୀ ସାଜି ଚାଷୀଙ୍କଠାରୁ ୨୪ ଲକ୍ଷ ଟଙ୍କା ମାଗୁଥିବା LLB ଛାତ୍ର ଗିରଫ

ଅପରପକ୍ଷେ ଅପ୍ରତ୍ୟାଶିତ ଦୁର୍ଘଟଣାରେ ମୃତ୍ୟୁ ହେଲେ ଦେଢ଼ ଲକ୍ଷ ଟଙ୍କା, ଅପ୍ରତ୍ୟାଶିତ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଉଡ଼ାଣ ଭରିବାର ୧୫ ମିନିଟ୍ ପରେ କ୍ରାସ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp