ଏମ୍‌ବିବିଏସ୍‌ ଛାତ୍ରଙ୍କୁ ର‍୍ୟାଗିଂ: ବୃକ୍‌କ, ଯକୃତ ନଷ୍ଟ; କରାଗଲା ଡାଏଲିସିସ୍‌

The Sakala Picture
Published On

ଜୟପୁର : ରାଜସ୍ଥାନରୁ ବିଚଳିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଡୁଙ୍ଗରପୁର ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ରଙ୍କୁ ର‍୍ୟାଗିଂ କରାଯାଇଛି। ସୂଚନା ଅନୁଯାୟୀ ବରିଷ୍ଠ ଛାତ୍ର (ଦ୍ବିତୀୟ ବର୍ଷ)ର ମାନେ ପ୍ରଥମ ବର୍ଷର ଛାତ୍ରଙ୍କୁ କଲେଜ ନିକଟରେ ଥିବା ଏକ ପାହାଡ଼କୁ ଡାକିଥିଲେ। ସେଠାରେ ସମସ୍ତଙ୍କୁ ୩୦୦ରୁ ଅଧିକ ଥର ବସ୍‌ଉଠ କରାଇ ଥିଲେ। ଏହା ଦ୍ବାରା ଜଣେ ଛାତ୍ରଙ୍କ ବୃକକ ଏବଂ ଯକୃତ ଖରାପ ହୋଇଯାଇଛି। ଆଉ ଜଣେ […]

ଜୟପୁର : ରାଜସ୍ଥାନରୁ ବିଚଳିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଡୁଙ୍ଗରପୁର ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ରଙ୍କୁ ର‍୍ୟାଗିଂ କରାଯାଇଛି। ସୂଚନା ଅନୁଯାୟୀ ବରିଷ୍ଠ ଛାତ୍ର (ଦ୍ବିତୀୟ ବର୍ଷ)ର ମାନେ ପ୍ରଥମ ବର୍ଷର ଛାତ୍ରଙ୍କୁ କଲେଜ ନିକଟରେ ଥିବା ଏକ ପାହାଡ଼କୁ ଡାକିଥିଲେ। ସେଠାରେ ସମସ୍ତଙ୍କୁ ୩୦୦ରୁ ଅଧିକ ଥର ବସ୍‌ଉଠ କରାଇ ଥିଲେ। ଏହା ଦ୍ବାରା ଜଣେ ଛାତ୍ରଙ୍କ ବୃକକ ଏବଂ ଯକୃତ ଖରାପ ହୋଇଯାଇଛି। ଆଉ ଜଣେ ଯୁବକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୋଟ ୪ ଜଣ ଅସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ହେବା ପରେ ଦ୍ବିତୀୟ ବର୍ଷର ୭ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରିଦିଆଯାଇଛି। ଏମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ମେଡିକାଲ କଲେଜର ଅଧ୍ୟକ୍ଷ ଏସ ବାଲା ମରଗୁନଭେଲୁ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାର ‘କୂଟନୈତିକ ଚାଲ’: ଖାମେନେଇଙ୍କ ଅନ୍ତିମ ସଂସ୍କାରରୁ ଓହରିଗଲେ ୧୩ ଦେଶ

ସଦର ଥାନାଧିକାରୀ ଗିରିଧାରୀ ସିଂହ କହିଛନ୍ତି ଯେ ଏହି ମାମଲା ଦେଢ଼ ମାସ ତଳର (ମେ’ ୧୫)। ପ୍ରଥମ ବର୍ଷର ଛାତ୍ର ହର୍ଷିତ ଖନ୍ନାଙ୍କ ସହ ର‍୍ୟାଗିଂ ହୋଇଥିଲା। ଦ୍ବିତୀୟ ବର୍ଷର ଛାତ୍ର ଦେବେନ୍ଦ୍ର ମିନା, ଅଙ୍କିତ ଯାଦବ, ରବିନ୍ଦ୍ର କୁଲରିୟା, ସୁରଜିତ, ବିଷ୍ଣେନ୍ଦ୍ର ଧାୟଲ, ସିଦ୍ଧାର୍ଥ ପରିବାର ଏବଂ ଅମନ ରାଗେରା ତାଙ୍କୁ ର‍୍ୟାଗିଂ କରିଥିଲେ। ଡୁଙ୍ଗରପୁର ହସ୍ପିଟାଲରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ପରିବାର ସଦସ୍ୟ ତାଙ୍କୁ ଗୁଜରାଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ପର୍ଯ୍ୟନ୍ତ ହର୍ଷିତଙ୍କ ୪ ଥର ଡାଏଲିସିସ ହେଲାଣି। ପୀଡ଼ିତଙ୍କ ସୂଚନା ଅନୁଯାୟୀ ତାଙ୍କ ସହ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ର ଥିଲେ। ଦ୍ବିତୀୟ ବର୍ଷର ୪୦ରୁ ଅଧିକ ବରିଷ୍ଠ ଛାତ୍ର ସମସ୍ତଙ୍କୁ Ñଗିଂ କରିଥିଲେ।

ଆହୁରି ପଢ଼ନ୍ତୁ: ନାସିକ କୋର୍ଟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦାହରଣ: ଟିସିଏସ୍ କର୍ମଚାରୀ ନିଦା ଖାନଙ୍କୁ ମିଳିଲା ଜାମିନ

27 Jun 2024 By The Sakala

ଏମ୍‌ବିବିଏସ୍‌ ଛାତ୍ରଙ୍କୁ ର‍୍ୟାଗିଂ: ବୃକ୍‌କ, ଯକୃତ ନଷ୍ଟ; କରାଗଲା ଡାଏଲିସିସ୍‌

ଜୟପୁର : ରାଜସ୍ଥାନରୁ ବିଚଳିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଡୁଙ୍ଗରପୁର ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ରଙ୍କୁ ର‍୍ୟାଗିଂ କରାଯାଇଛି। ସୂଚନା ଅନୁଯାୟୀ ବରିଷ୍ଠ ଛାତ୍ର (ଦ୍ବିତୀୟ ବର୍ଷ)ର ମାନେ ପ୍ରଥମ ବର୍ଷର ଛାତ୍ରଙ୍କୁ କଲେଜ ନିକଟରେ ଥିବା ଏକ ପାହାଡ଼କୁ ଡାକିଥିଲେ। ସେଠାରେ ସମସ୍ତଙ୍କୁ ୩୦୦ରୁ ଅଧିକ ଥର ବସ୍‌ଉଠ କରାଇ ଥିଲେ। ଏହା ଦ୍ବାରା ଜଣେ ଛାତ୍ରଙ୍କ ବୃକକ ଏବଂ ଯକୃତ ଖରାପ ହୋଇଯାଇଛି। ଆଉ ଜଣେ ଯୁବକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୋଟ ୪ ଜଣ ଅସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ହେବା ପରେ ଦ୍ବିତୀୟ ବର୍ଷର ୭ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରିଦିଆଯାଇଛି। ଏମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ମେଡିକାଲ କଲେଜର ଅଧ୍ୟକ୍ଷ ଏସ ବାଲା ମରଗୁନଭେଲୁ ଏହି ସୂଚନା ଦେଇଛନ୍ତି।

ସଦର ଥାନାଧିକାରୀ ଗିରିଧାରୀ ସିଂହ କହିଛନ୍ତି ଯେ ଏହି ମାମଲା ଦେଢ଼ ମାସ ତଳର (ମେ’ ୧୫)। ପ୍ରଥମ ବର୍ଷର ଛାତ୍ର ହର୍ଷିତ ଖନ୍ନାଙ୍କ ସହ ର‍୍ୟାଗିଂ ହୋଇଥିଲା। ଦ୍ବିତୀୟ ବର୍ଷର ଛାତ୍ର ଦେବେନ୍ଦ୍ର ମିନା, ଅଙ୍କିତ ଯାଦବ, ରବିନ୍ଦ୍ର କୁଲରିୟା, ସୁରଜିତ, ବିଷ୍ଣେନ୍ଦ୍ର ଧାୟଲ, ସିଦ୍ଧାର୍ଥ ପରିବାର ଏବଂ ଅମନ ରାଗେରା ତାଙ୍କୁ ର‍୍ୟାଗିଂ କରିଥିଲେ। ଡୁଙ୍ଗରପୁର ହସ୍ପିଟାଲରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ପରିବାର ସଦସ୍ୟ ତାଙ୍କୁ ଗୁଜରାଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ପର୍ଯ୍ୟନ୍ତ ହର୍ଷିତଙ୍କ ୪ ଥର ଡାଏଲିସିସ ହେଲାଣି। ପୀଡ଼ିତଙ୍କ ସୂଚନା ଅନୁଯାୟୀ ତାଙ୍କ ସହ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ର ଥିଲେ। ଦ୍ବିତୀୟ ବର୍ଷର ୪୦ରୁ ଅଧିକ ବରିଷ୍ଠ ଛାତ୍ର ସମସ୍ତଙ୍କୁ Ñଗିଂ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର