ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଉତ୍ତରାଖଣ୍ଡ: ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହୋଇଛି। ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି। ଗତକାଲି ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ଏବେ ତୀରଥ ସିଂହ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂହ।  ୨ଥର ବିଧାୟକ ଥିବା ଧାମି ପୂର୍ବରୁ କେବେ ମନ୍ତ୍ରୀ ମଧ୍ୟ ହୋଇ ନାହାନ୍ତି । ୪୫ ବର୍ଷ […]

ଉତ୍ତରାଖଣ୍ଡ: ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହୋଇଛି। ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି। ଗତକାଲି ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ଏବେ ତୀରଥ ସିଂହ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂହ।  ୨ଥର ବିଧାୟକ ଥିବା ଧାମି ପୂର୍ବରୁ କେବେ ମନ୍ତ୍ରୀ ମଧ୍ୟ ହୋଇ ନାହାନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

୪୫ ବର୍ଷ ବୟସ୍କ ଧାମି ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। ବିଜେପି ଉତ୍ତରାଖଣ୍ଡର ଯୁବ ଚେହେରାକୁ ଆଗକୁ ଆଣିଛି। ଖଟିମା ଆସନରୁ ବିଧାୟକ ଅଛନ୍ତି ପୁଷ୍କର ସିଂହ ଧାମି। 

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାଓ୍ୱତ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିଲେ ତୀରଥ। ଆଜି ଅପରାହ୍ନରେ ଡେରାଡୁନରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଇଥେଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା ହୋଇଥିଲା। ଦଳର ବରିଷ୍ଠ ନେତା ସତପାଲ୍ ମହାରାଜ, ଧନ ସିଂହଙ୍କ ସହ ୪ ଜଣ ନେତା ମୁଖ୍ୟମନ୍ତ୍ରୀ ରେସରେ ଥିଲେ। ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଧାୟକ ଦଳର ବୈଠକରେ ପୁଷ୍କର ସିଂହ ଧାମି ଉପରେ ଦଳ ମୋହର ମାରିଛି।

ଆହୁରି ପଢ଼ନ୍ତୁ: ଟିଏମସିରେ ସଙ୍କଟ: ସୁସ୍ମିତା ଦେବଙ୍କ ପରେ ଇସ୍ତଫା ଦେଲେ ତୃତୀୟ ରାଜ୍ୟସଭା ସାଂସଦ ପ୍ରକାଶ ଚିକ ବରାଇକ

ସାମ୍ବିଧାନିକ କାରଣ ପାଇଁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାୟକ ହେବାର ନିୟମ ରହିଛି। ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ। ଏଣୁ ତୀରଥ ଇସ୍ତଫା ଦେଇଥିବା କୁହାଯାଉଛି।

03 Jul 2021 By The Sakala

ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହୋଇଛି। ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି। ଗତକାଲି ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ଏବେ ତୀରଥ ସିଂହ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂହ।  ୨ଥର ବିଧାୟକ ଥିବା ଧାମି ପୂର୍ବରୁ କେବେ ମନ୍ତ୍ରୀ ମଧ୍ୟ ହୋଇ ନାହାନ୍ତି ।

୪୫ ବର୍ଷ ବୟସ୍କ ଧାମି ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। ବିଜେପି ଉତ୍ତରାଖଣ୍ଡର ଯୁବ ଚେହେରାକୁ ଆଗକୁ ଆଣିଛି। ଖଟିମା ଆସନରୁ ବିଧାୟକ ଅଛନ୍ତି ପୁଷ୍କର ସିଂହ ଧାମି। 

ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାଓ୍ୱତ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିଲେ ତୀରଥ। ଆଜି ଅପରାହ୍ନରେ ଡେରାଡୁନରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଇଥେଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା ହୋଇଥିଲା। ଦଳର ବରିଷ୍ଠ ନେତା ସତପାଲ୍ ମହାରାଜ, ଧନ ସିଂହଙ୍କ ସହ ୪ ଜଣ ନେତା ମୁଖ୍ୟମନ୍ତ୍ରୀ ରେସରେ ଥିଲେ। ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଧାୟକ ଦଳର ବୈଠକରେ ପୁଷ୍କର ସିଂହ ଧାମି ଉପରେ ଦଳ ମୋହର ମାରିଛି।

ସାମ୍ବିଧାନିକ କାରଣ ପାଇଁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାୟକ ହେବାର ନିୟମ ରହିଛି। ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ। ଏଣୁ ତୀରଥ ଇସ୍ତଫା ଦେଇଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର