ଆନ୍ଦୋଳନ କରି ଗିରଫ ହୋଇଥିବା ୮୩ଜଣଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଦେବେ ପଞ୍ଜାବ ସରକାର

The Sakala Picture
Published On

ଚଣ୍ଡିଗଡ଼: ଚଳିତ ଗଣତନ୍ତ୍ର ଦିବସରେ ଆନ୍ଦୋଳନ କରି ଗିରଫ ହୋଇଥିବା ୮୩ଜଣଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଦେବେ ପଞ୍ଜାବ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ସୂଚନା ଦେଇଛନ୍ତି । ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ପ୍ରାୟ ଏକ ବର୍ଷ ଧରି ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏଭଳି ସମୟରେ ପଞ୍ଜାବ କଂଗ୍ରେସ ସରକାରଙ୍କ ଏହି ଘୋଷଣା କେନ୍ଦ୍ରକୁ ଅଡୁଆରେ ପକାଇଛି । ଗତ ଜାନୁଆରୀ ୨୬ ତାରିଖରେ […]

ଚଣ୍ଡିଗଡ଼: ଚଳିତ ଗଣତନ୍ତ୍ର ଦିବସରେ ଆନ୍ଦୋଳନ କରି ଗିରଫ ହୋଇଥିବା ୮୩ଜଣଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଦେବେ ପଞ୍ଜାବ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ସୂଚନା ଦେଇଛନ୍ତି । ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ପ୍ରାୟ ଏକ ବର୍ଷ ଧରି ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏଭଳି ସମୟରେ ପଞ୍ଜାବ କଂଗ୍ରେସ ସରକାରଙ୍କ ଏହି ଘୋଷଣା କେନ୍ଦ୍ରକୁ ଅଡୁଆରେ ପକାଇଛି । ଗତ ଜାନୁଆରୀ ୨୬ ତାରିଖରେ ଶହ ଶହ ଚାଷୀ ଟ୍ରାକ୍ଟର ରାଲି କରିବା ସହ ଦିଲ୍ଲୀରେ ଜୋରଦାର ଆନ୍ଦୋଳନ କରିଥିଲେ । ଲାଲକିଲ୍ଲା ଉପରେ ବି ପତାକା ଉଡ଼ାଇ ଥିଲେ ।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ଜାହାଜର ଧକ୍କା, ଇସଲାମାବାଦକୁ କଡ଼ା ଚେତାବନୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କହିଛନ୍ତି, ପୋଲିସ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ ଆର୍ଥିକ ସହାୟତା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି । ଏହି ସହାୟତା ଦ୍ୱାରା ଗିରଫ ୮୩ ଜଣ ବ୍ୟକ୍ତି ଉପକୃତ ହେବେ । ପଞ୍ଜାବ ସରକାର କୃଷକଙ୍କ ଏହି ଐତିହାସିକ ଆନ୍ଦୋଳନକୁ ପୂର୍ବରୁ ସମର୍ଥନ କରି ଆସୁଥିବା ବେଳେ କେନ୍ଦ୍ରର ଏହି ତିନି କୃଷି ଆଇନ କୃଷକଙ୍କ ସ୍ୱାର୍ଥ ବିରୋଧୀ ବୋଲି ବିଚାର କରି ଆସୁଛନ୍ତି ।

ଆହୁରି ପଢ଼ନ୍ତୁ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ସେପ୍ଟେମ୍ବର ୨୩ରେ ସୋନମ ୱାଙ୍ଗଚୁକ୍‌ଙ୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର