ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚଚ୍ନି, ଏହି ୩ଟି ପ୍ରସଙ୍ଗରେ କଲେ ଆଲୋଚନା

The Sakala Picture
Published On

ନୂଆଦିଲ୍ଲୀ : ପଞ୍ଜାବ ରାଜନୀତିରେ ହଟଚମଟ ଏବଂ କ୍ଷମତା ପାଇଁ କଗ୍ରେସରେ ଚାଲିଥିବା କନ୍ଦଳ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚନ୍ନି ପ୍ରଥମଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଦୁଇ ନେତା ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। I asked the PM to resolve the matter of […]

ନୂଆଦିଲ୍ଲୀ : ପଞ୍ଜାବ ରାଜନୀତିରେ ହଟଚମଟ ଏବଂ କ୍ଷମତା ପାଇଁ କଗ୍ରେସରେ ଚାଲିଥିବା କନ୍ଦଳ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚନ୍ନି ପ୍ରଥମଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଦୁଇ ନେତା ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ


ମୋଦୀଙ୍କୁ ସାକ୍ଷାତ କରିସାରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି ଗଣମାଧ୍ୟମକୁ ବିବୃତ୍ତି ଦେବା ସହ ପ୍ରଧାନମନ୍ତ୍ରୀଙ୍କ ସହ କେଉଁ ବିଷୟରେ ଆଲୋଚନା କଲେ ତାହା କହିଛନ୍ତି। ଚନ୍ନି କହିଛନ୍ତି ଯେ ‘ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁଖ୍ୟତଃ ୩ ଟି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରଥମତଃ  କେନ୍ଦ୍ର ସରକାର ପଞ୍ଜାବରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଅକ୍ଟୋବର ୧ରୁ ୧୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ପୂର୍ବରୁ ଏହା  ଅକ୍ଟୋବର ୧ ରଖାଯାଇଥିଲା। ଏଣୁ କେନ୍ଦ୍ର ସରକାର ପୂର୍ବନିର୍ଦ୍ଧାରିତ ତାରିଖରୁ ଧାନ ସଂଗ୍ରହ କରନ୍ତୁ।  ଏଥି ସହିତ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନକୁ ନେଇ କୃଷକମାନଙ୍କର ଯେଉଁ ଅସନ୍ତୋଷ ରହିଛି ତାହା କେନ୍ଦ୍ର ସରକାର ତୁରନ୍ତ ସମାଧାନ କରନ୍ତୁ ଏବଂ କୃଷି ଆଇନରେ ଥିବା ୩ଟି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଅନ୍ୟଟି ହେଉଛି କୋଭିଡ ପାଇଁ ବନ୍ଦ ଥିବା କର୍ତ୍ତାରପୁର କରିଡରକୁ ପୁଣିଥରେ ଖୋଲା ଯାଉ।


ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ଚନ୍ନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ହଟଚମଟ ଜାରି ରହିଛି। ଗୁରୁବାର ଚନ୍ନି ଓ ସିଦ୍ଧୁ ଆଲୋଚନା କରିଥିଲେ। ସିଦ୍ଧୁଙ୍କୁ ସେ ବୁଝାଇବା ସହ ତାଙ୍କର ସବୁ ଦାବି ବିଚାର କରାଯିବ ବୋଲି ଚନ୍ନି ତାଙ୍କୁ ଅବଗତ କରାଇଥିଲେ। ଏହାପରେ ସିଦ୍ଧୁ ପୂର୍ବଭଳି ପଞ୍ଜାବ କଂଗ୍ରେସ ମୁଖିଆ ଭାବେ କାର୍ଯ୍ୟ କରିବାକୁ ରାଜି ଥିବା ଦଳୀୟ ସୂତ୍ରରୁ ଖବର ପ୍ରକାଶ ପାଇଛି। ଏପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ସହ ୪ ଦଶନ୍ଧିର ସମ୍ପର୍କଚ୍ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ଏସବୁ ବିଷୟରେ ରାହୁଲଙ୍କ ସହ ଚନ୍ନି ଆଲୋଚନା କରିବେ। ଏହାପରେ ଦଳ ପଞ୍ଜାବରେ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର