ଭାଇ ଛାଡିଥିବା ଆସନରୁ ଲଢିବେ ଭଉଣୀ, ୱାୟନାଡ଼ର କଂଗ୍ରେସ ପ୍ରାର୍ଥୀ ହେଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୩ରେ ୱାୟନାଡ଼ରେ ଭୋଟ୍ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୨୩ରେ ଆସିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲିଥିବା ଏହି ଲୋକସଭା ଆସନରୁ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ଡେବ୍ୟୁ କରିଛନ୍ତି। ଆଜି ନିର୍ବାଚନ କମିଶନର ଉପ ନିର୍ବାଚନ ତାରିଖ […]
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୩ରେ ୱାୟନାଡ଼ରେ ଭୋଟ୍ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୨୩ରେ ଆସିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲିଥିବା ଏହି ଲୋକସଭା ଆସନରୁ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ଡେବ୍ୟୁ କରିଛନ୍ତି। ଆଜି ନିର୍ବାଚନ କମିଶନର ଉପ ନିର୍ବାଚନ ତାରିଖ ଘୋଷଣା କରିବା ପରେ ପରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି।

୨୦୨୪ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ୱାୟନାଡ଼ରୁ ରେକର୍ଡ ବିଜୟ ହାସଲ କରିଥିଲେ।ଏଥିସହ ସେ ରେଏବରେଲୀରୁ ମଧ୍ୟ ଜିତିଥିଲେ। ନିର୍ବାଚନ ଫଳ ଆସିବା ପରେ ତାଙ୍କୁ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଥିଲା। ଏଠାରେ ଆସନ ଖାଲି ପଡ଼ିଥିବାରୁ ଆଜି ନିର୍ବାଚନ କମିଶନ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢ଼ିବେ।
କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।