ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଇଣ୍ଡିଆ ଗେଟରେ ଉନ୍ମୋଚନ ହେଲା ନେତାଜୀଙ୍କ ହୋଲୋଗ୍ରାମ ପତିମୂର୍ତ୍ତି । ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ।ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି  ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଶୋଭା ପାଇବ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି। ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନେତାଜୀ ଯିଏ ଆମକୁ ଏକ ମୁକ୍ତ ତଥା ସାର୍ବଭୌମ ଭାରତର […]

ନୂଆଦିଲ୍ଲୀ : ଇଣ୍ଡିଆ ଗେଟରେ ଉନ୍ମୋଚନ ହେଲା ନେତାଜୀଙ୍କ ହୋଲୋଗ୍ରାମ ପତିମୂର୍ତ୍ତି । ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ।ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି  ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଶୋଭା ପାଇବ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି। ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନେତାଜୀ ଯିଏ ଆମକୁ ଏକ ମୁକ୍ତ ତଥା ସାର୍ବଭୌମ ଭାରତର ଆତ୍ମବିଶ୍ୱାସ ପ୍ରଦାନ କରିଛନ୍ତି, ଯିଏ ନିଜର ଆତ୍ମବିଶ୍ୱାସ ଏବଂ ସାହସର ସହିତ ବ୍ରିଟିଶମାନଙ୍କ ଆଗରେ କହିଛନ୍ତି ଯେ ମୁଁ ସ୍ୱାଧୀନତା ପାଇଁ ଭିକ ମାଗିବି ନାହିଁ, ମୁଁ ଏହା ହାସଲ କରିବି। ଭାରତର ମାଟିରେ ପ୍ରଥମ ସ୍ୱାଧୀନ ସରକାର ପ୍ରତିଷ୍ଠା କରିଥିବା ଆମର ନେତାଜୀଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ଠାରେ ଡିଜିଟାଲ୍ ଫର୍ମରେ ସ୍ଥାପନ କରାଯାଉଛି। ଖୁବ୍ ଶୀଘ୍ର ଏହି ହୋଲୋଗ୍ରାମ୍ ପତିମୂର୍ତ୍ତି ବଦଳରେ ଗ୍ରାନାଇଟ୍ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାନିତ ହେବ । ଏହି ପ୍ରତିମୂର୍ତ୍ତି ସ୍ୱାଧୀନତାର ମହାନ ହିରୋ ପାଇଁ କୃତଜ୍ଞ ରାଷ୍ଟ୍ରର ଶ୍ରଦ୍ଧାଞ୍ଜଳି ହେବ । ନେତାଜୀ ସୁଭାଷ ବୋଷଙ୍କ ଏହି ପ୍ରତିମୂର୍ତ୍ତି ଆମର ଗଣତାନ୍ତ୍ରିକ ଅନୁଷ୍ଠାନ, ଆମର ଆଗାମୀ ପିଢ଼ି ପାଇଁ ଜାତୀୟ କର୍ତ୍ତବ୍ୟର ଭାବନା ଦେବ । ଆଗାମୀ ଏବଂ ବର୍ତ୍ତମାନର ପିଢ଼ିକୁ ପ୍ରେରଣା ଦେବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଋଷ ଓ ଇରାନ ତୈଳ ଉପରେ ଆମେରିକାର ରିହାତି ଶେଷ: ଏବେ କେଉଁଠୁ ଅଶୋଧିତ ତୈଳ କିଣିବ ଭାରତ?

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଦେଶ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରିବା ଆରମ୍ଭ କରିଥିଲା। ଆଜି ଏହି ଅବସରରେ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ନେତାଜୀଙ୍କ ଜୀବନରୁ ପ୍ରେରଣା ନେଇ ଏହି ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ବଣ୍ଟନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯, ୨୦୨୦,୨୦୨୧ ଓ ୨୦୨୨ ପାଇଁ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଗତ ଶୁକ୍ରବାରଠାରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ କରାଯାଇଥିଲା। ଯାହାକୁ ନେଇ ବିରୋଧୀ ଦଳମାନେ ମୋଦୀ ସରକାରକୁ ଟାର୍ଗେଟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆ ଗେଟ୍‌ରୁ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରିବା ପରେ ସେଠି  ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ରହିବ ବୋଲି ଘୋଷଣା କରିଥିଲେ।

23 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର